Unknown

ଅନାଦି ସଂହିତା

ମହାପୁରୁଷ ଅଚ୍ୟୁତାନନ୍ଦ ଦାସ

 

ପ୍ରଥମ ଅଧ୍ୟାୟ

ଅଲେଖ ଅବ୍ୟୟ ଶୂନ୍ୟ ଅଶ୍ରୁତି ପରମପଦଂ ।

ଅକୁଳ ଅମୂଳ ନାମ ଅନାଦିବ୍ରହ୍ମ ଉଚ୍ୟେତେ ।।

ଠୁଳଶୂନ୍ୟ ଚିଦାନନ୍ଦଂ ଜ୍ୟୋତିରୁପମୟବ୍ରହ୍ମ ।

ଅଚିନ୍ତ୍ୟ ପୁରୁଷସ୍ୱାମୀ ଶରଣଂ ପାଦଙ୍କଜେ ।।

 

ନମସ୍ତେ ଅଣାକାରବ୍ରହ୍ମ

ଅଶେଷ ଜ୍ୟୋତିର୍ମୟ ବ୍ରହ୍ମ

।।

ଅଖଣ୍ଡ ଅଣାକାର ଯେହି

ଅବର୍ଣ୍ଣ ବ୍ରହ୍ମରୂପ ସେହି

।।

ଅନନ୍ତ ବୈକୁଣ୍ଠ କରତା

ଅଣନିଷ୍କାମ ଫଳଦାତା

।।

ଅଦେହବନ୍ତ ଦେହମୂର୍ତ୍ତି

ଅଜମା ଅରୂପ ଵିଭୂତି

।।

ଅଣଶୂନ୍ୟରେ ଯାର ବାସ

ଅଣପବିତ୍ର ବ୍ରହ୍ମରସ

।।

ଅଣଉଦୟେ ଯାର ଭକ୍ତି

ଅଣଭଗତ ମୋକ୍ଷ ଶସୀ

।।

ସେ ପ୍ରଭୁ ପାଦେ କରି ଆଶ

ଭଣେ ଅଚ୍ୟୁତ ବ୍ରହ୍ମ ଦାସ

।।

ସୁଜ୍ଞାନୀ ସାଧୁ ପାଦଧୂଳି

ନିରତେ ପଡୁ ମୋର

।।

ସତ୍ୟ ତ୍ରେତୟା ଯେ ଦ୍ଵାରର

କଳି ଆଦ୍ୟ ଯୁଗ ପ୍ରଚାର

।।

ଏ ଯୁଗେ ଏକସ୍ତରିଭାଗ

ମନ୍ତ୍ରପ୍ରମାଣେ କଲେ ଯୋଗ

।।

ଏ ମନୁମଧ୍ୟେ ବୟାଳିଶ

ଅବତାର ଯେ ବିଶ୍ଵବାସ

।।

ସକଳ ଅବତାରେ ସାର

ଯେ ରୂପ ରୁଦ୍ଧ ଅବତାର

।।

ସକଳ ଶାହାସ୍ତ୍ରେ ଅଜ୍ଞାତ

ଏ ଚାରି ବେଦକୁ ଗୁପତ

।।

ତତ୍ତ୍ୱଦରଶି ଜନ ଯେତେ

ସର ଗୋଚର କରି ଚିତ୍ତେ

।।

ଅଜ୍ଞାନୀ ଜନମୂତ ନର

ତାହାକୁ ନକରି ଗୋଚର

।।

ନ୍ତ୍ରିତାପ ଜ୍ୱରେ ହୋଇ ବନ୍ଦ

ଏ କଳିଯୁଗେ ତମେ ବନ୍ଦି

।।

ସେ ଯେ ଅରୂପାନନ୍ଦ ବ୍ରହ୍ମ

ଅଲେଖ ଅନ୍ତର୍ଯ୍ୟାମୀ ନାମ

।।

ଏ କଳିଯୁଗେ ଅବତାର

ମହିମା ଜଗତେ ପ୍ରଚାର

।।

ମର୍ତ୍ତ୍ୟଭକ୍ତକୁ କରି ଠାବ

ଧର୍ମ ପ୍ରକାଶିଲେ ଦୁର୍ଲଭ

।।

ବ୍ରହ୍ମାଦିନ୍ତ୍ରି ଦେବଙ୍କୁ ଗୁପ୍ତ

ଦୈବ ଦେବତାଦି ଅଜ୍ଞାତ

।।

ସର୍ବେ ଦେଖିଣ ଆଚମ୍ବିତ

ମର୍ତ୍ତ୍ୟରେ ମହିମା ଭଗତ

।।

ନିଷ୍କାମ ଲୀଳାର ସଙ୍ଗୀତ

କରନ୍ତି ଅନାଦି ଅବ୍‌ଧୃତ

।।

ଭୃତ୍ୟଜନଙ୍କୁ କରି ମେଳ

ନିର୍ବେଦ ଉପୁଜାଇ ଖେଳ

।।

ସପ୍ତ ବ୍ରହ୍ମାଣ୍ଡେ ସାତ ବାର

ବୁଲି ଦିଅନ୍ତି ଧର୍ମଧର

।।

ବାଛି ଘେନିଲେ ସିଦ୍ଧଅଙ୍ଗୀ

ମୂର୍ତ୍ତିପାଷାଣ ଦେଲେ ଫିଙ୍ଗି

।।

ବ୍ରହ୍ମାଣ୍ଡ ପ୍ରଦକ୍ଷିଣ କରି

ବିଶ୍ରାମ କପିଳାସ ଗିରି

।।

ଜାଣିଲେ କପିଳାବାସୀ

ପ୍ରଭୁଙ୍କୁ ସମାର୍ଜ୍ଜିଲେ ଆସି

।।

ଶ୍ରୀପାଦ କରିଣ ଦର୍ଶନ

ନିବେଶ ଚିତ୍ତ ସମାଧାନ

।।

 

 

 

 

 

 

 

 

 

 

 

 

ଅନେକ ଜନ୍ମେ କରି ଭକ୍ତି

ଆକୁଳେ ପଦ୍ମପାଦେ ସ୍ତୁତି

।।

ଉଠି କପୋଳେ ଯୋଡ଼ି ପାଣି

ବଦନୁ ନ ସ୍ଫୁରଇ ବାଣୀ

।।

ସେ ମହାଦେବ ଭକ୍ତି ଦେଖି

କୋପେ ବୋଲନ୍ତି ପଦ୍ମ ଅଖି

।।

ନ ସରା ଯୋଗୀ ଯୋଗେଶ୍ୱର

କି ହେଲା ବ୍ରହ୍ମାଣ୍ଡ ମୋହର

।।

 

 

 

 

ଆମର ନାହିଁ ଚିନ୍ତା

କାମିନୀ ସଙ୍ଗେ ହେଲୁ ମତା

।।

କରିଥିଲୁ ବି ତୁମ୍ଭଙ୍କୁ

ବିଚାର ନ ଯୋଗା ଏଥକୁ

।।

ହୋଇଥିଲେ ବସି

ବ୍ରହ୍ମାଣ୍ଡ ଯାଉଅଛି ଭାସି

।।

ଯା ବିଳମ୍ବ ନ କର

ମର୍ତ୍ତ୍ୟରେ ହୁଅ ପରିଚାର

।।

 

 

 

 

ଭକତି ଧର ଟେକି

ସ୍ୱକାମ କର୍ମକୁ ଉପେକ୍ଷି

।।

ଅନନ୍ତ କୋଟି ସାଧୁଗଣ

ଦେଖ ଯା ହୋଇଛନ୍ତି ଜନ୍ମ

।।

ବ୍ରହ୍ମାଣ୍ଡେ ଫେରିଲେଣି ଥୋକେ

ଆମ୍ଭେ ବିଶ୍ରାମୁଅଛୁ ଏକେ

।।

ଧ୍ୟାନେ ନିରୋପି ଚିହ୍ନ ତାଙ୍କୁ

କହିବା ନ ଯୋଗାଏ ୟାଙ୍କୁ

।।

 

 

 

 

ଶୁଣି ନହେଣ ଧ୍ୟାନ ରହି

ଚିହ୍ନିଲେ ସର୍ବ ଭକ୍ତି କହି

।।

ନୟନୁ ବହେ ପ୍ରେତନୀର

ପଡ଼ିଲେ ଶ୍ରୀଗୁରୁ ପୟର

।।

ସ୍ତୁତି ପଠନେ ମନୁଧ୍ୟାନେ

ଷୋଡ଼ଶ ପୂଜାର ବିଧାନେ

।।

ସପ୍ତାଙ୍ଗେ କରିଣ ଦର୍ଶନ

ଶ୍ରୀପାଦ ରେଣୁ କରି ପାନ

।।

 

 

 

 

 

 

 

 

ଶୁଣି ବୋଲନ୍ତି ବ୍ରହ୍ମରାଶି

ଶ୍ରୀ ମହାଦେବ ବେଗେ ଆସି

।।

ମର୍ତ୍ତ୍ୟରେ ଯାଇ ହୁଅ ଜନ୍ମ

ରହୁ ସେ ବ୍ରହ୍ମାଣ୍ଡର ଧର୍ମ

।।

ନ ଯାଇ ଯେବେ ଦେବୁ ଦୋଷୀ

ଥାଅ ଏ କଇଳାସେ ଚସି

।।

ଏମନ୍ତ କହି ପରଂବ୍ରହ୍ମ

ସେଠାରୁ ହେଲେ ଅନ୍ତର୍ଦ୍ଧାନ

।।

 

 

 

 

ଶିବ ଯେ ନିଜପୁର ଗଲେ

ଶୁଣ ଯେ ଏଥୁ ଅନନ୍ତରେ

।।

ଦେଖି ମହେଶ ଚ୍ଛନ୍ନ ଚିତ୍ତ

ବୋଲେ ଭବାନୀ ଯୋଡ଼ିହସ୍ତ

।।

ଭୋଦେବ ବିଶ୍ୱନାଥ ହର

କିପାଇଁ ହୃଦୟ ଆତୁର

।।

ମୋତେ ଲାଗୁଛି ବଡ଼ଧନ୍ଦା

କହି ଫିଟାଅ ମନୁ ବାଧା

।।

 

 

 

 

କି ବିପରୀତ କଥା ଏହି

ଫେଡ଼ିଣ କହ ଶୂଳସାଇଁ

।।

ଭବାନୀ ବିନୟ ବଚନ

ଶୁଣି କହନ୍ତି ନ୍ତ୍ରିଲୋଚନ

।।

ଶୁଣ ଗୋ ଆଦି ପୂର୍ଣ୍ଣେଶ୍ୱରୀ

ପ୍ରବୁଦ୍ଧ ବୁଦ୍ଧରୂପ ଧରି

।।

ପ୍ରକାଶ ଅଲେଖ ଗୋସାଇଁ

ଦେଖି ଅଇଲୁଁ ନେନ୍ତ୍ର ଫେଇ

।।

 

 

 

 

ଚୈାଷଠି ସିଦ୍ଧ ସାଧୁଗଣ

ମର୍ତ୍ତ୍ୟରେ ହୋଇଲେଣି ଜନ୍ମ

।।

ନଉ ମୂରତି ବାନା ପାଇ

ବ୍ରହ୍ମାଣ୍ଡେ ବୁଲିଲେଣି ସେହି

।।

ଆବର ସର୍ବେ ଗୃହବାସୀ

ନିକଟେ ହୋଇବେ ସନ୍ନ୍ୟାସୀ

।।

ଦେଖିଳି ଧ୍ୟାନଯୋଗବଳେ

ସମସ୍ତ ଭକ୍ତଙ୍କୁ ନିଶ୍ଚଳେ

।।

 

 

 

 

 

 

 

 

ବିଷ୍ଣୁ ସହିତେ ସୁର ଦେବା

କଲେଣି ଗୁରୁପାଦେ ସେବା

।।

ହୋଇଚ କଳି ପାପ ନାଶ

ସତ୍ୟ ହୋଇବ ପରକାଶ

।।

ବିଖ୍ୟାତହେଲା ବ୍ରହ୍ମଜ୍ଞାନ

ନିକଟେ ହେବ ଲୀଳା ପୂର୍ଣ୍ଣ

।।

ଆମ୍ଭେ ଗୋ ଚାଲ ବେଗେ ଯିବା

ମର୍ତ୍ତ୍ୟରେ ଜନମ ହୋଇବା

।।

 

 

 

 

ଗୁରୁ ଚରଣେ ହେବା ଭକ୍ତ

ନିଷ୍କାମ ଧର୍ମେ ହେବା ରତ

।।

ଖଣ୍ଡିବା କୋଟିଜନ୍ମ ଦୁଃଖ

ସେ ଦିବା ଅନାଦି ଅଲେଖ

।।

ଭକତଗଣ ମେଳେ ରହି

ତୁଣ୍ଡେ ମହିମା ଗୁର ଗାଇ

।।

ଇଚ୍ଛା ହୋଇଲେ ଆସ ତୁମ୍ଭେ

ନୋହିଲେ ଯାଉଅଛୁ ଆମ୍ଭେ

।।

 

 

 

 

ଏମନ୍ତେ ମହେଶ ବଚନ

ଶୁଣି ଭବାନୀ ଖେଦମନ

।।

ପତିର ବେନିସାଦ ଧରି

ବେନିନୟନୁ ବହେ ବାରି

।।

ବୋଲଇ କାକୁସ୍ତ ବଚନ

ଶୁଣ ହୋ ପ୍ରଭୁ ନ୍ତ୍ରିଲୋଚନ

।।

ମୁଁ ତୁମ୍ଭ ଜନ୍ମଜନ୍ମ ଭୃତ୍ୟ

ମୋତେ ଉପେକ୍ଷି ଯିବ ନାଥ

।।

 

 

 

 

ଭୋ ସ୍ୱାମୀ ମୋତେ ଦୟାକର

ଶ୍ରୀପାଦେ ଶରଣ ମୋହର

।।

କହିବା ଗୁପ୍ତ ଜ୍ଞାନ ଫେଇ

ସେ ପ୍ରଭୁ ଅଲେଖ ଗୋସାଇଁ

।।

କାହିଁ କିରୂପେ ଅବତରି

ଜଗତଜନ ସଙ୍ଗେ ଧରି

।।

ଅରୂପବ୍ରହ୍ମ ଅଣାକାର

କଳିଯୁଗରେ ଅବତାର

।।

 

 

 

 

 

 

 

 

ଯାହାର ରୂପ ରେଖ ନାହିଁ

କିପାଁ ହୋଇଲେ ନର ଦେହୀ

।।

କି ପୁନ୍ୟ କରିଥିଲା କଳି

ଏ ଯୁଗେ ଭକ୍ତହେଲେ ମେଳି

।।

ବେଦ ଶାହାସ୍ତ୍ରେ ଶୁଣି ନାହିଁ

ମହା ଅଦ୍ଭୁତ ସେ ଅଟଇ

।।

ପରମବ୍ରହ୍ମ ବିଜେ ମର୍ତ୍ତ୍ୟେ

ଏ ବଡ଼ ସଂଶୟ ମୋ ଚିତ୍ତେ

।।

 

 

 

 

ଫେଡ଼ି କହିବ ଦେବସ୍ୱାମୀ

କହେ ଈଶ୍ୱର ପାଦେ ନମି

।।

ପାର୍ବତୀ ବିନୟ ଦେଖିଣ

ଧ୍ୟାନେ ବସିଣ ନ୍ତ୍ରିଲୋଚନ

।।

କହେ ଅଚ୍ୟୁତ ବ୍ରଜ ଦାସ

ଅନାଦି ସ୍ୱାମୀ ଉପଦେଶ

।।

ଭୋ ସ୍ୱାମୀ ଜାଣନ୍ତି ଏ ଭାବ

କୋଟି ବ୍ରହ୍ମାଣ୍ଡେ ଏ ଦୁର୍ଲଭ

।।

 

 

 

 

ପ୍ରକାଶ କରୁଅଛି ତେଣୁ

ମୋତେ ପ୍ରସନ୍ନ ହେଲେଯେଣୁ

।।

ମୋଦୋଷ ନ ଧରିବ କେହି

ଶ୍ରୀଗୁରୁ ଛନ୍ତି ଆଜ୍ଞା ଦେଇ

।।

ସେ ପ୍ରଭୁପାଦେ କରି ଆଶ

ଜନ୍ମ ଜନ୍ମାନ୍ତେ ମୁହିଁ ଦାସ

।।

ଅନାଦିସ୍ୱାମିଙ୍କ ଚରଣ

ଶରଣମାଗେ ଅନୁକ୍ଷଣ

।।

 

ଇତି ଶ୍ରୀ ଅନାଦିସହିତାୟାଂ ସୁଜନଜନହିତାୟାଂ

ଈଶ୍ୱର ପର୍ବତସମ୍ବାଦେ ଗୁପ୍ତଧର୍ମ ପ୍ରକାଶ କଥନଂ

ନାମ ପ୍ରଥମୋଽଧ୍ୟାୟଃ ।

 

ଦ୍ୱିତୀୟ ଅଧ୍ୟାୟ

ଗୁରୁପାଦେ କରି ଧ୍ୟାନ

ପ୍ରେମରେ ବୁଜିଲେ ନୟନ

।।

ବୋଲନ୍ତି ଶିବ ଶୁଣ ସତୀ

ଏ ମହାଗୁପତ ଭାରତୀ

।।

ତୁ ଯେଣୁ ଆମ୍ଭ ପ୍ରିୟତମା

ତେଣୁ କହିଲୁ ତୋତେ ବାମା

।।

ଅରୂପ ଅଣାକାର ବହୁ

କିତୁ ଯେ ହୋଇଲେ ଜନମ

।।

କୋଟି ବ୍ରହ୍ମାଣ୍ଡ ନାଶଗଲା

ଶ୍ରୀବତ୍ସ ବ୍ରାହ୍ମଣ କହିଲା

।।

ସେ ଯେ ଶ୍ରୀବତ୍ସ ଦ୍ୱଜଗୋଟି

ଷୋଳ ବ୍ରହ୍ମରେ ଗଣନାଟି

।।

ନୀଳାଚଳରେ ଦାରୁ ବ୍ରହ୍ମ

ଯେବେଳେ ହୋଇଲେ ସ୍ଥାପନ

।।

ତେତିଶକୋଟି ଦିଗପାଳେ

ମିଳି ଯେ ଥିଲେ ନୀଳାଚଳେ

।।

ଆନନ୍ଦହୋଇ ତହିଁ ମିଳି

ଯେ ଯାହା ଭୁବନକୁ ଚଳି

।।

ସେହୁ ଶ୍ରୀବତ୍ସ ଦ୍ୱିଜଗୋଟି

ଗୁପତେ ଭ୍ରମି ନବ ସୃଷ୍ଟି

।।

ଅନ୍ୟାୟ ଦେଖି ଏ କଳିର

କହିଲେ ଶ୍ରୀଗୁରୁ ଛାମୁର

।।

ଜାଣିଲେ ବ୍ରହ୍ମପୁର ବାସୀ

ପ୍ରଳୟ ବିଷ୍ଣୁଙ୍କୁ ଆଶ୍ୱାସି

।।

ପ୍ରବୋଧି କହିଲେ ତାହାଙ୍କୁ

ତୁ ବେଗେ ଯାଅମି ମର୍ତ୍ତ୍ୟକୁ

।।

ଏ ଆମ୍ଭ ଆଜ୍ଞା ଘେନିଯାଅ

ମୃତ୍ୟୁମଣ୍ଡଳେ ଜାତ ହୁଅ

।।

ଆମ୍ଭ ମହିମା ବର୍ଣ୍ଣଗୋଟି

ପ୍ରକାଶ କର ନବ ସୃଷ୍ଟି

।।

ହୋଇବୁ ଆମ୍ଭେ ଅବତାର

ନିଶ୍ଚୟ ଏ ଯୁଗ ଶେଷରେ

।।

 

 

 

 

ଏମନ୍ତ କହି ବ୍ରହ୍ମରାଶି

ମର୍ତ୍ତ୍ୟକୁ ଗୋସ୍ୱାମିକୁ ପେଷି

।।

କ୍ଷେନ୍ତ୍ରେ ହେଲେ ସବୁ ଜନମ

ନାମ ତା ଶ୍ରୀଧର ବ୍ରାହ୍ମଣ

।।

ରଚିଲେ ଗୁପତ ଆଗତ

ସେହୁ ଅଲେଖ ସ୍ୱାମୀଭୃତ୍ୟ

।।

ଏବେ ହୋ ଶୁଣ ମାହେଶ୍ୱରୀ

କହିବା ଗୁପତ ବିସ୍ତାରି

।।

 

 

 

 

ପାପରେ ଯୁଗ ହେଲା ନାଶ

ଅଳପଭୋଗେ ହେଲା ଶେଷ

।।

ନିକଟ ଆସି ହେଲା ଯହୁଁ

ପ୍ରଭୁ ବିଜୟ କଲେ ତହୁ

।।

ଅଣଶୂନ୍ୟଟି ବାହୁ କଳା

ଅଣ ଉର୍ଦ୍ଧ୍ୱରେ ସମ୍ଭାଇଲା

।।

ଅଣଅକ୍ଷରେ ହେଲା ଲୀନ

ଅଣ ଉଦ୍ଭଦେ ଜନ୍ମେଫେନ

।।

 

 

 

 

ଅଣମଣ୍ଡଳେ ହେଲେ ସ୍ଥିତ

ଐଶ୍ୱର୍ଯ୍ୟ ଅଖଣ୍ଡ ବିଭୂତ

।।

ଏକାଅକ୍ଷର ହେଲା ବୀଜ

ଏଠାରୁ ଅଣଶବ୍ଦ ହେଜ

।।

ତେଜରୁ ଜନ୍ମି ଲେ କରତା

କହିଲୁଁ ବାମା କର ଚେତା

।।

ଅଲେଖ ବଦ୍ମ ଅବତାର

ଏ ଅଟେ ଗୁପତ ବିଚାର

।।

 

 

 

 

ଏ ଭାବ ଜାଣନ୍ତି ଭୁଷଣ୍ଡ

କିଛି ଜାଣନ୍ତି ମାରକଣ୍ଡ

।।

ମୋତେ କିଞ୍ଚିତେ ଦୟା ଥିଲା

ସେ ଘେନି ପ୍ରକାଶ ହୋଇଲା

।।

ଜାଣନ୍ତି ସର୍ବ ବ୍ରହ୍ମଅଂଶୀ

ତେଣୁ ନିଷ୍କାମ ଧର୍ମେ ରସି

।।

ସେ ପ୍ରଭୁ ଜ୍ୟୋର୍ତିମୟଧାରୀ

ମହା ଶୂନ୍ୟରୁ ଅବତରି

।।

 

 

 

 

 

 

 

 

ବ୍ରହ୍ମାଣ୍ଡ ନାଭିଯାକ ନଗ୍ର

ପଡ଼ି ଯେ ଥିଲା ମହାଯୋଗ

।।

ସେ ଯୋଗଧ୍ୟାନେ ବ୍ରହ୍ମରାଶି

ମୃତ୍ୟୁ ମଣ୍ଡଳେ ପରକାଶି

।।

ବ୍ରହ୍ମ ଅଂଶରେ ଅବତାର

ଅଶେଷ ବ୍ରହ୍ମାଣ୍ଡ ଠାକୁର

।।

କୋଟି ବ୍ରହ୍ମାଣ୍ଡ ପ୍ରଦିକ୍ଷଣ

କଲେ ଅନାଦି ନାରାୟଣ

।।

 

 

 

 

ପ୍ରଥମ ରୂପଟି ଆମ୍ଭରି

ଦ୍ୱିତୀୟ ରୂପ ବ୍ରହ୍ମଚାରୀ

।।

ବୁଲିଲେ ନାନାଦେଶ ଦେଶ

ଏହି ପ୍ରକାରେ ବିଶ୍ୱବାସ

।।

ପ୍ରବେଶହେଲା ହେଙ୍ଗୁଳାଟେ

ମହା ଅରଣ୍ୟ ଚିନ୍ତ୍ରକୁଟେ

।।

ତହିଁ ଭେଟିଲେ ମାର୍କଣ୍ଡଙ୍କୁ

କହିଲେ ଗୁପ୍ତ ଭାବ ତାଙ୍କୁ

।।

 

 

 

 

ତହିଁ ଆସନ୍ତେ ଗମିପଥ

ଭେଟିଲେ ଗୋବିନ୍ଦ ଭକତ

।।

ସେହୁ କଳଙ୍କି ବିଷ୍ଣୁ ଅଟେ

ତା ମୁଖେ ବ୍ରହ୍ମଜ୍ଞାନ ରଟେ

।।

ଗୁରୁଙ୍କୁ ସେ କଲେ ଦର୍ଶନ

ପୁଚ୍ଛିଲେ ପରଂବ୍ରହ୍ମ ଜ୍ଞାନ

।।

ଗୁରୁ ଯେ ଦେଲେ ଉପଦେଶ

ସାର ଅଖଣ୍ଡ ବ୍ରହ୍ମରସ

।।

 

 

 

 

ପାଇ ଗୋବିନ୍ଦ ତୋଷ ହୋଇ

ଆନନ୍ଦ କେ ପାରିବ କହି

।।

ନିର୍ବେଦ ପଥକୁ ଧଇଲେ

ସେ ପ୍ରଭୁ ସ୍ୱର୍ଗେ ବିହରିଲେ

।।

ପିନ୍ଧିଲେ କନା କଉପୀନି

ସେଠାକୁ ଗୁରୁ ଶିଷ୍ୟ ବେନି

।।

ମହୀଭ୍ରମିଲେ ସପ୍ତବାର

କେହି ନ ଚିହ୍ନିଲେ ପାମର

।।

 

 

 

 

 

 

 

 

ଏ କଇଳାସେ ଆସିଥିଲେ

ଆମ୍ଭେ ଗୋ ଚିହ୍ନି ନ ପାରିଲେ

।।

ଏହି ସ୍ଥାନରେ କୁମ୍ଭିପଟ

ଲାଗି ହୋଇଲେ ଗୁରୁଚାଟ

।।

ଅକ୍ଷୟମାଳ ଉଡ଼ାଇଲେ

ଏ ଗିରି ନ୍ତ୍ରୋଟରେ ରଖିଲେ

।।

ତପ୍ତ ଅନଳ ତେଜମଇ

ଭୃତ୍ୟଙ୍କୁ ଦେଲେ ବାନା ଫେଇ

।।

 

 

 

 

ଟେକି ଶ୍ରୀହସ୍ତେ ଦେଲେ ଭେଖ

ବୋଇଲେ ଭଜ ହେ ଅଲେଖ

।।

ଉଦେ ଅସ୍ତରେ ଧର୍ମ ପାଳ

ଘଟରେ ନ ପଶିବ କାଳ

।।

ପବିନ୍ତ୍ର ଗୋମୟ ଯେ ପିଅ

ନିଷ୍କାମେ ରଖିଥାଅ ଦେହ

।।

ସ୍ୱକାମ କର୍ମକୁ ଉପେକ୍ଷି

ମୃର୍ତ୍ତିକା ଭଣ୍ଡେ ଅନ୍ନ ଭକ୍ଷି

।।

 

 

 

 

ଧର୍ମ ଦାଣ୍ଡରେ କରି ଭିକ୍ଷା

କୋଟି ବ୍ରହ୍ମାଣ୍ଡ ହେଉ ରକ୍ଷା

।।

ଅଣ ଉଦୟେ କର ଭକ୍ତି

ଅଣ ପବିନ୍ତ୍ରେ ହେବ ମୁକ୍ତି

।।

ଅଣ ଆକାରେ ବେଳବାରି

ଭୁଞ୍ଜି ଅତିଥ ପଟଧାରୀ

।।

ଅଣବିଷଜ୍ଞାନେ ଆସନ

ଅଣ ଉର୍ଦ୍ଧ୍ୱକୁ କରି ଧ୍ୟାନ

।।

 

 

 

 

ଅଣ ଶବ୍ଦକୁ ବାରିଥାଅ

କାଳେ ଲଭିବ ମୋରଦେହ

।।

ଏମନ୍ତ ଆଜ୍ଞା ତାକୁ ଦେଇ

ବ୍ରାହ୍ମାଣ୍ଡେ ଭ୍ରିମିଲେ ଗୋସାଇଁ

।।

ଆବର ଭୃତ୍ୟ ଜନ୍ମିଛନ୍ତି

ନିକଟେ ଲଭିବେ ମୁକତି

।।

ଗୃହେ ରହିବେ ପଦ୍ମେଚାରି

ପୁରୁଷ ମାନ୍ତ୍ର କି ବିଚାରି

।।

 

 

 

 

 

 

 

 

ଆବର ଚାରିପଦ୍ମ ଶିଷ୍ୟ

ଧରିବେଗେ ଅତିଥ ବେଶ

।।

ଏହି ମଧ୍ୟରୁ ଏକାଣୋଇ

ସହଜେ କୁମ୍ଭିପଟ ବହି

।।

ଧର୍ମେ ରଖିବେ ବ୍ରହ୍ମାଣ୍ଡକୁ

ନିଷ୍କାମେ ସ୍ଥାପିବେ ଧର୍ମକୁ

।।

ନିର୍ବେଦ କରିବେ ବିସ୍ତାର

ପ୍ରକାଶ କରି ଏକାକ୍ଷର

।।

 

 

 

 

ଧନ୍ୟ ସୁବାହୁ ଯଜ୍ଞ କଳି

ଦେଖିଲା କରତାଙ୍କ କଳି

।।

ଏ ଚାରି ଯୁଗରେ ଅଲେଖ

ଭକ୍ତି ନ ଥିଲା ନ୍ତ୍ରୟଲୋକ

।।

ଗୁପତ ବ୍ରହ୍ମଅଂଶୀ ଗଣ

ଜପୁ ଏ ଥିଲେ ଯେଉଁ ଜ୍ଞାନ

।।

ସେ ଏବେ ହୋଇଲେ ପ୍ରକାଶ

ରଖିବା ନିମନ୍ତେ ନ୍ତ୍ରିଦଶ

।।

 

 

 

 

ଏବେ ତୁ ବିଳମ୍ବ ନ କର

ସେବିବା ବ୍ରହ୍ମାଣ୍ଡ ଠାକୁର

।।

ଗୁରୁ ବିଜୟ ହୋଇଛନ୍ତି

ଆନନ୍ଦ ହେଉଛି ଧରିନ୍ତ୍ରୀ

।।

କମ୍ପୁଛି ବ୍ରହ୍ମପୁର ଯାଏ

ଅଲେଖ ନାମ ଜୟେ ଜୟେ

।।

ଏମନ୍ତେ ବିଶ୍ୱନାଥ ବାଣୀ

ଶୁଣି ଆନନ୍ଦ କାତ୍ୟାୟିନୀ

।।

 

 

 

 

ସ୍ୱାମୀର ବେନିପାଦ ଧରି

ବେନି ନୟନୁ ବହେ ବାରି

।।

ପଡ଼ି ଶଙ୍କର ପାଦତଳେ

ବୋଲନ୍ତି ହୃଦୟ ବିକଳେ

।।

ଭୋ ଦେବ ବିଶ୍ୱନାଥ ହର

ଦୁର୍ଲଭ ବଚନ ତୁମ୍ଭର

।।

ଶୁଣି ହୋଇଲି ମୁଁ କୃତାର୍ଥ

ଗୁପତ ବ୍ରହ୍ମଜ୍ଞାନ ତତ୍ତ୍ୱ

।।

 

 

 

 

 

 

 

 

ଆବର କହିବ ବତାଇ

ସେ ପ୍ରଭୁ ଅଲେଖ ଗୋସାଇଁ

।।

ଭକ୍ତକୁ ଦେଲେ ବାନା ଟେକି

କେଉଁ ଭାବରେ ଭକ୍ତ ଦେଖି

।।

କେମନ୍ତେ ଚିହ୍ନିଲେ ତାହାଙ୍କୁ

ବୈକୁଣ୍ଠ ବାନା ଦେଲେତାଙ୍କୁ

।।

କହ ସେ ଭକ୍ତ ନାମ ଫେଇ

ଶୁଣିଲେ ନିସ୍ତରିବି ମୁହିଁ

।।

 

 

 

 

ପୂର୍ବେ କି ତପ କରୁଥିଲେ

କେମନ୍ତେ ପ୍ରଭୁଙ୍କୁ କହିଲେ

।।

କହିବା ଏକ ଏକ ଫେଇ

ଆଦ୍ୟେ କେ ଅଛି ବାନା ପାଇ

।।

ପୂର୍ବେ କି ନାମ ତାହାଙ୍କର

ଇହରେ କି ନାମ ପ୍ରଚାର

।।

ଏହା ପୁଚ୍ଛଇ ପାଦଧରି

କହ ହେ ପ୍ରଭୁ ନ୍ତ୍ରିପୁରାରି

।।

 

 

 

 

ଏମନ୍ତ କହି ମହାସତୀ

ମହେଶ ପାଦତଳେ ଶୁତି

।।

କହଇ ବରଜ ଅଚ୍ୟୁତା

ଅରୂପ ବ୍ରହ୍ମ କର ଚିନ୍ତା

।।

କୃପା କରିବେ ବ୍ରହ୍ମରାଶି

ଛଡ଼ାଇ ମହାକାଳ ପାଶୀ

।।

ଭକତ ହିତେ ଭାବଗ୍ରାହୀ

ମହା ଶୂନ୍ୟରୁ ଉଦେ ହୋଇ

।।

 

 

 

 

ଭକ୍ତଙ୍କ ପୂର୍ବ ଜନ୍ମ କଥା

ଉଚିତ କରିବାକୁ ପୋଥା

।।

ଯେ ଆଜ୍ଞା ହୋଇଅଛି ମୋତେ

ଅବଶ୍ୟ କରିବି ନିୟତେ

।।

ସୁସନ୍ଥେ ସାଧୁଜନେ ମୋର

ଦୋଷ କ୍ଷମିବ ନିରନ୍ତର

।।

ତୁମ୍ଭ ଚରଣ ରେଣୁମାନ

ମୁଁ ମୂଢ଼ ନୁହଇ ଭାଜନ

।।

 

 

 

 

 

 

 

 

ଅଲେଖ ସ୍ୱାମୀ ପାଦତଳ

ମୁଁ ଯେ ବୁଡ଼ିଲି ପ୍ରେମଜଳେ

।।

ତୋ ପାଦପଦ୍ମେ କରି ଆଶ

ଶରଣ ଗଲା ବ୍ରଜ ଦାସ

।।

 

ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନ

ହିତାୟାଂ ଈଶ୍ୱରପାର୍ବତୀ ସମ୍ବାଦେ

ନିଷ୍କାମ ଗୁପ୍ତ ଧର୍ମ କଥନଂ ନାମ

ଦ୍ୱିତୀୟୋଽଧ୍ୟାୟଃ      

 

ତୃତୀୟ ଅଧ୍ୟାୟ

ଈଶ୍ୱରୀ ଭକ୍ତି ଦେଖି ହର

ଚିନ୍ତିଲେ ବ୍ରହ୍ମାଣ୍ଡ ଠାକୁର

।।

ଭଜି ଅଲେଖ ଅବଧୂତ

ଧ୍ୟାନରେ ନିରୋଧିଲେ ଚିତ୍ତ

।।

ଅନାଦି ମଣ୍ଡଳକୁ ଲୟେ

ଲଗାଇ ଉପେକ୍ଷଲେ ଭୟେ

।।

ଶ୍ରୀଗୁରୁ ହୋଇଲେ ପ୍ରସନ୍ନ

ଫେଡ଼ିଣ ଚାହିଁଲେ ନୟନ

।।

 

 

 

 

ବୋଲନ୍ତି ପ୍ରିୟା ମୁଖ ଚାହି

ଆନନ୍ଦ ଭାବେ ଭୋଳହୋଇ

।।

ଶୁଣ ଗୋ ହେମବନ୍ତ ସୁତା

ଅନାଦି ସ୍ୱାମୀ ଭକ୍ତ କଥା

।।

ପ୍ରଥମେ ଗୋବିନ୍ଦ ଭକତ

ଭେକ ଲଭିଲେ ଏକାଙ୍ଗେତ

।।

ତାଙ୍କର ପୂର୍ବକଥା ଶୁଣ

ଗୁପତ ସାର ବ୍ରହ୍ମଜ୍ଞାନ

।।

 

 

 

 

କଳଙ୍କି ବିଷ୍ଣୁ ଅଟେ ସେହୁ

ତାର ମହିମା ଶୁଣ କହୁ

।।

ଅନାଦି ମଣ୍ଡଳରେ ଦ୍ୱାରୀ

ଅଟନ୍ତି ଆଦି ମାହେଶ୍ୱରୀ

।।

ଏ ଯେ ନ୍ତ୍ରିପୁରା ଯୋଗମାୟା

ଏ ନିରାକାରଙ୍କର ମାୟା

।।

ଦିନେ ଯେ ନ୍ତ୍ରିପୁରା ସୁନ୍ଦରୀ

ବିଷ୍ଣୁଙ୍କୁ ଘେନିଗଲେ ବରି

।।

 

 

 

 

କୃଷ୍ଣ ଯେ ନିତ୍ୟରେ ପଶିଲେ

ପ୍ରଭୁ ଯୋଗାଙ୍ଗେ ବସିଥିଲେ

।।

ପାରୁଶେ ଭୃତ୍ୟଛନ୍ତି ଉଭା

କୋଟି କିରଣ ପ୍ରାୟ ଶୋଭା

।।

ଏହି ସମୟେ ବିଷ୍ଣୁ ଗଲେ

ପ୍ରଭୁଙ୍କ ଶରଣ ଯେ କଲେ

।।

ଦେଖିଲେ ଅଲେଖ ଗୋସାଇଁ

କଳଙ୍କି ବିଷ୍ଣୁ ଅଟେ ଏହି

।।

 

 

 

 

ଜାଣିଲେ ନ୍ତ୍ରିପୁରର ଗର୍ବ

ବୋଇଲେ ଯାଅ ବିଷ୍ଣୁ ଦେବ

।।

ବିନା ଆଜ୍ଞାରେ ନିତ୍ୟେ ପଶି

ତୁ ଯେହ୍ନୁ ହେବୁ ନିତ୍ୟବାସୀ

।।

ଆମ୍ଭର ଶାପ ଘେନି ଏତେ

ମୃତ୍ୟୁକ୍ଷଣକେ ଯାଅ ବେଗେ

।।

ମତ୍ସ୍ୟ କଶ୍ୟପ ନରସିଂହ

ତପେ ଯୋନିମଧ୍ୟ ରତ

।।

 

 

 

 

ନରାଦି ଯୋନିରେ ଭ୍ରମଣ

କର ଯା ଏ ଚାରି ଯୁଗେଣ

।।

ଚିରି ସ୍ୱରୂପ କେଭେ ନୋହୁ

ତୋ ଅଙ୍ଗ ଭବୁ ଜାତ ହେଉ

।।

ପିଅ ରୁଧିର ମୁଖେ ଭରି

ଯାଅ ପାମର ବେଗେ ଫେରି

।।

ଶୁଣି ଯେ ବିଷ୍ଣୁ ଥରହର

କାତରେ ଯୋଡ଼ି ବେନିକର

।।

 

 

 

 

ଅନାଦି ପାଦେ ସ୍ତୁତି କଲେ

କାରଣ ଗତି ପୁଚ୍ଛାକଲେ

।।

ବୋଇଲେ ଭୋ ବିଷ୍ଣୁ, ଯାଅସି

ଆମ୍ଭର ଶ୍ୱାସ ତୁ ପ ଅସି

।।

ଏ ଚାରି ଯୁଗେ ମୃତ୍ୟୁ ପୁରେ

ଜନ୍ମେ ଯେ ସ୍ୱକାମ କର୍ମରେ

।।

ରଖ ଧରନ୍ତ୍ରୀ ଦୁଷ୍ଟ ମାରି

ମାୟା ଯୋନିରେ ଅବତର

।।

 

 

 

 

ପ୍ରବୁଦ୍ଧ ବୁଦ୍ଧ ଅବତାର

ଆମ୍ଭେ ଉଦୟ ମଞ୍ଚପୁର

।।

ସୁବାହୁ କଳିଯୁଗ ନର

କରିବେ ନିନ୍ଦାଟି ଆମ୍ଭର

।।

ଆୟେ ପ୍ରକାଶିବୁ ମହିମା

ଭାଙ୍ଗିବୁ ଏ କଳି ଗାରିମା

।।

ସେବେଳେ ଭେଟିବୁ ଆମ୍ଭଙ୍କୁ

ମୁକତି ଦେବଇ ତୁମ୍ଭଙ୍କୁ

।।

ବିଷ୍ଣୁ ଉବାଚ

ଭୋ ସ୍ୱାମୀ ବ୍ରହ୍ମାଣ୍ଡ କରତା

ଅଖିଳ ଜନ ପିତା ମାତା

।।

ଆଜ୍ଞା ହେଉଛି ଶ୍ରୀମୁଖର

ଜନ୍ମିବେ ସୁବାହୁ କଳିର

।।

କାହିଁ ମୁଁ ହୋଇଥିବି ଜନ୍ମ

କାହିଁ ଭେଟିବି ପରଂବ୍ରହ୍ମ

।।

ଶ୍ରୀ ଅନାଦିବ୍ରହ୍ମ ଉବାଚ

ଶୁଣହୋ ବିଷ୍ଣୁ ଯାହା ପୁଚ୍ଛ

କୋଟି ବ୍ରହ୍ମାଣ୍ଡ ତୁ ଦେଖୁଛୁ

।।

ଆମ୍ଭର ଅଟୁ ତୁ ଭକତ

ଆଜ୍ଞାରେ ହୋଇଲୁ ଆଶ୍ରିତ

।।

ତେଣୁ ଲଭିଲୁ ତୁ ଦୁର୍ଦ୍ଧଶା

କଳିରେ ପୁରାଇବୁ ଆଶା

।।

ବଙ୍ଗରାଷ୍ଟ୍ରରେ ଥିବୁ ଜନ୍ମି

ସମୟେ ହେବୁ ବନଗାମୀ

।।

 

 

 

 

ନିକେଟେ ଭେଟିବୁ ଆମ୍ଭଙ୍କୁ

ସ୍ୱରୂପ କହିଲୁ ତୁମ୍ଭଙ୍କୁ

।।

ଆମ୍ଭଙ୍କୁ ତୁମ୍ଭେ ହେବ ଶାଖା

ଚିହ୍ନିବ ତୁମ୍ଭେ କରି ଏକା

।।

ତୁମ୍ଭରେ ରହିବ ବ୍ରହ୍ମାଣ୍ଡ

ସକଳ ଭକ୍ତ ହେବେ ରୁଣ୍ଡ

।।

ଏମନ୍ତେ ବିଷ୍ଣୁ ଆଜ୍ଞାପାଇ

ମୃତ୍ୟୁମଣ୍ଡଳେ ଜାତ ହୋଇ

।।

 

 

 

 

ଏ କଳିଯୁଗରେ ଅନାଦି

ଦର୍ଶନେ ଛେଦିଲେ ସାପାଦି

।।

ନାମ ଗୋବିନ୍ଦ ଦାସ ବହି

ଖେଳୁଅଛନ୍ତି ଦେଖ ସେହି

।।

ପହୁରୁଛନ୍ତି କୁମ୍ଭୀପଟ

ସେ ଯେ ଅନାଦି ବ୍ରହ୍ମଚାଟ

।।

କହିଲୁଁ ଗୁପତ ଏ କଥା

ତୁ ମାହେଶ୍ୱରୀ କର ଚେତା

।।

 

 

 

 

କୋଟି ବ୍ରହ୍ମାଣ୍ଡ ନିଧି ଦେଖ

ବିଜୟଛନ୍ତି ନ୍ତ୍ରୟଲୋକ

।।

ପାରୁଶେ ଛନ୍ତି ସର୍ବ ନିଧି

ଦେଖ ଯା କରୁଣାବାରିଧି

।।

ତୁ ଏବେ ଶୁଣ ଆରେ ବାମା

ସେ ଅନ୍ତର୍ଯ୍ୟାମୀଙ୍କ ମହିମା

।।

ଯେତେ କପଟଧାରୀ ଭକ୍ତ

କହିବା ଶୁଣ ସେ ଚରିତ

।।

 

 

 

 

ମହା ଗୁପତ ଭାବ ଏହି

ଫେଡ଼ିବୁଁ ନ କହିବୁଁ କାହିଁ

।।

ନାଗ ଅସୁର ଏଣେ ବାଦୀ

ପାପ ବ୍ରହ୍ମାଣ୍ଡେ ଅଛି ଭେଦି

।।

ଗୁପତ ଛନ୍ତି ପ୍ରଭୁକରି

ଆଗତ ବିଗତ ବିଚାରି

।।

ସେ ଅନ୍ତର୍ଯ୍ୟାମୀ ତତ୍ତ୍ୱଗତ

ଜାଣନ୍ତି ବହୁଜ୍ଞାନ ତତ୍ତ୍ୱ

।।

 

 

 

 

ଏବେ ଗୋ ଶୁଣ ମାହେଶ୍ୱରୀ

କି ଦେବ ଉପାଙ୍ଗରୁ କ୍ଷରି

।।

ଆମ୍ଭ ରୁଧିର ବହୁମାଂସ

ବିଷ୍ଣୁଙ୍କ ତେଜରୁ ପ୍ରକାଶ

।।

ପାରୁଶେ ହୋଇଲା ଉତ୍ପତ୍ତି

ଏମନ୍ତ ହେଲା ଶୁଣ ସତୀ

।।

ପ୍ରସନ୍ନ ହୋଇ ତାଙ୍କୁ ସ୍ୱାମୀ

ମହା ନିତ୍ୟକୁ ଗଲେ ଘେନି

।।

 

 

 

 

ନାମ ତାହାଙ୍କ ଯଜ୍ଞ ଋଷି

ସେ ଯେ ଅନାଦିବ୍ରହ୍ମ ଆସି

।।

ପ୍ରଭୁ ଚରଣେ ଦ୍ରୋହ କଲେ

ସାଦରେ ମର୍ତ୍ତ୍ୟେ ଜନ୍ମହେଲେ

।।

ସତ୍ୟାଦି ଯୁଗେ ଅଗ୍ନି କେତୁ

ଜନ୍ମ ଲଭିଲେ ଶାପହେତୁ

।।

ନ୍ତ୍ରେତୟାଯୁଗେ ସୁଗ୍ରୀବର

ଥିଲା ତା ନିଷ୍କାମ ଆଚାର

।।

 

 

 

 

ଦ୍ୱାପର ଯୁଗରେ ଅର୍ଜ୍ଜୁନ

ନାମ ବହିଲେ ପ୍ରିୟା ଶୁଣ

।।

ନୃସିଂହ ଦାସଟି ଏହାଙ୍କୁ

ଏ କଳିଯୁଗେ ଦେଖ ତାଙ୍କୁ

।।

ଶୂନ୍ୟ ଧୁନୀକୁ ଏହୁ ସାକ୍ଷୀ

ବ୍ରହ୍ମାଣ୍ଡ ପାପ ଅଙ୍ଗେ ରଖି

।।

ଅଳପଦିନେ ହୋଇ ନାଶ

ଜନ୍ମିବେ ଏ କାଞ୍ଚଲା ଦେଶ

।।

 

 

 

 

ସେ ଦେହେଁ କଳଙ୍କି ବୀଜ ଟି

କରିବେ ସ୍ୱାମୀ ସଙ୍ଗରୀତି

।।

ଢ଼େଙ୍କାନାଳରେ ଥିବେ ରହି

ନୃପ ଅଂଶରେ ଜନ୍ମ ହୋଇ

।।

କହିବୁ ଏ ମହା ଗୁପତ

ନିଷ୍କାମ ଅଂଶ ବହୁତତ୍ତ୍ୱ

।।

ଏବେ ଗୋ ଶୁଣ ପ୍ରିୟତମା

ଏ ଅନ୍ତର୍ଯ୍ୟାମୀଙ୍କ ମହିମା

।।

 

 

 

 

କହଇ ବରଜ ଅଚ୍ୟୁତ

ରଖି ଶ୍ରୀ ଗୁରୁ ପାଦେ ମତି

।।

ବ୍ରହ୍ମାଣ୍ଡ କରିବେ ଉଦ୍ଧାର

ଅଲେଖ ମହିମା ସାଗର

।।

 

ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନହିତାୟାଂ ଈଶ୍ୱର

ପାର୍ବତୀ ସମ୍ବାଦେ ନିଷ୍କାମ ଗୁପ୍ତ ଧର୍ମ ପ୍ରକାଶ କଥନଂ

ନାମ ତୃତୀୟୋଽଧ୍ୟାୟଂ ।

 

ଚତୁର୍ଥ ଅଧ୍ୟାୟ

ଶିବ ଉବାଚ

ବୋଲନ୍ତି ଶୁଣସିରେ ସହୀ

କହିବା ଗୁପତକୁ ଫେଇ

।।

ସେ ମହା ନିତ୍ୟେ ନିତ୍ୟବାସୀ

ଅଟେ ସୁକେତୁ ମହାଋଷି

।।

ଜାମ୍ବୁବ ବ୍ରହ୍ମ ତାଙ୍କ ନାମ

ସେ ଗୁରୁ ଆଜ୍ଞାରେ ଜନମ

।।

ହୋଇଲେ ମୃତ୍ୟୁ ମଣ୍ଡଳରେ

ସୁବାହୁ ସତ୍ୟାଦି ଯୁଗରେ

।।

 

 

 

 

ନାମ ବହିଲେ କଶ୍ୟପାଦି

ଅଖଣ୍ଡ ସାର ବ୍ରହ୍ମଭେଦି

।।

ପଶିଲେ ବିଷ୍ଣୁ ଗର୍ଭେ ଯାଇ

ମହାପ୍ରଳୟ ଗଲା ବହି

।।

ସତ୍ୟ ନ୍ତ୍ରେତୟା ବେନିଯୁଗ

ବ୍ରହ୍ମ ଅର୍ଚ୍ଚନେ ଗଲା ଭୋଗ

।।

ନିଶବ୍ଦେ ହୋଇଲେ ପ୍ରକାଶ

ଦ୍ୱାପରେ ଜନ୍ମି କ୍ଷନ୍ତ୍ରିଅଂଶ

।।

 

 

 

 

ନାମ ତାହାଙ୍କ ଦୁର୍ଯ୍ୟୋଧନ

ପ୍ରାଣାନ୍ତେ ସୋମବଂଶେ ଜନ୍ମ

।।

ଏକଳି ଯୁଗେ ଅବତାର

ନାମ କୃଷ୍ଣଦାସ ତାଙ୍କର

।।

ପ୍ରତ୍ୟକ୍ଷେ ବ୍ରହ୍ମରୂପି ଦେହ

ମହିମା ସଞ୍ଚିତ ଉଦୟ

।।

ଶ୍ରୀ ଗୁରୁ ଚରଣେ ବିଶ୍ୱାସୀ

ଏକାଙ୍ଗେ ଯାଗିଥିବେ ବସି

।।

 

 

 

 

ଅନନ୍ତ ବିମ୍ବ ସରୋବରେ

କଣୟ ଉତ୍ପତ୍ତି ଠାବରେ

।।

ଶ୍ରୀଆଜ୍ଞା ଶିରେ ଅବଗାହି

କଲ୍କି ରୂପକୁ ବାଟ ଚାହିଁ

।।

ମହା କଷ୍ଟେ ସେ ଥିବେ ବସି

କଷ୍ଟ ନାଶିବେ ବ୍ରହ୍ମରାଶି

।।

ଶୁଣ ଗୋ ହେମବନ୍ତ ବାମା

ସେ ପ୍ରଭୁ ଭକ୍ତଙ୍କ ମହିମା

।।

ଅନାଦି ମଣ୍ଡଳନିବାସୀ

ଶୋଷକ ବ୍ରହ୍ମା ବ୍ରହ୍ମଅଂଶୀ

।।

ଏ ଷୋଳ ବ୍ରହ୍ମ ମଧ୍ୟେ ସାର

ଆଦିକୁ ମାଗିଲେ ଶୃଙ୍ଗାର

।।

କୋପେ ପ୍ରଚଣ୍ଡ ମହାମାଈ

ଦ୍ୱାଦଶବ୍ରହ୍ମା ଗଲେ ଖାଇ

।।

ଆବର ବ୍ରହ୍ମା ପଳାଇଲେ

ସେ ବିଷ୍ଣୁ ଗର୍ଭରେ ପଶିଲେ

।।

ସେ ଯେଉଁ ଶୋଷକ ବ୍ରହ୍ମଟି

ଦ୍ୱାପରେ ସେ ଦୁଃଶାସନଟି

।।

ଦୁର୍ଗାଙ୍କୁ ଭୋଗ କଲେ ତୋଷ

ଭୁଜୁ ରୁଧିର ଦେଇ ଗ୍ରାସ

।।

ସମୟେ ହେଲେ ଠୁଳବାସୀ

ଦେଖ ଏ କଳିଯୁଗେ ଆସି

।।

ନାମ ତାଙ୍କର ରଘୁଦାସ

ଅକ୍ଷୟ ଅନାଦିଙ୍କ ଶିଷ୍ୟ

।।

ବହିଶ ବୀରବଧୁ ବାନା

ବୁଲୁ ଅଛନ୍ତି ଦେଖ ସିନା

।।

ଏ ଦେହ ପ୍ରଳୟ ବଞ୍ଚାଇ

ଜାଗିଣ ଯୋଗାଙ୍ଗରେ ଦେହି

।।

ଅଖଣ୍ଡ ବ୍ରହ୍ମରେ ବିଶ୍ୱାସୀ

ନିତ୍ୟ ନିଷ୍କାମ ଧର୍ମେ ରସି

।।

ପରମ ସିଦ୍ଧ ଅଙ୍ଗ ସେହି

ତୁମ୍ଭେ ତାହାଙ୍କ ପାଶେ ଯାଇ

।।

ଗୁପତେ ରହିଥା ଗୋ ସହି

ଆଜ୍ଞାରେ ସେବାରେ ଯୋଗାଇ

।।

ଶୁଣି ଭବାନୀ ଗଦଗଦେ

ନମିଲେ ସଦାଶିବ ପାଦେ

।।

ଉଠି ବୋଲନ୍ତି ମଞ୍ଜୁ ବାଣୀ

ଭୋନାଥ ଘେନ ମୋ ଦୟିନୀ

।।

କେମନ୍ତେ ସେବା ନିଯୋଗାଇ

ଭେଟିବି ଅଲେଖ ଗୋସାଇଁ

।।

ଈଶ୍ୱର ଉବାଚ

ଶୁଣ ଗୋ ସିଦ୍ଧେଶ୍ୱରୀ ତୁହି

ସେ ରଘୁବର ଦାସ ଯାଇ

।।

ବିରୋଜାମଣ୍ଡଳେ ଆସନ

ନିଷ୍କାମ ହୋଇଣ ନିମଗ୍ନ

।।

ଧ୍ୟାଇ ନିର୍ଗୁଣ ସାରସ୍ୱତ

ଇଚ୍ଛା ଶ୍ରୀ ସ୍ୱାମୀ ଆଜ୍ଞାବତ

।।

ନିଶ୍ଚଳେ ବସିବେ ଯୋଗାଇ

ଶ୍ରୀଗୁରୁ ଆଜ୍ଞା ଛନ୍ତି ଦେଇ

।।

 

 

 

 

ତୁମ୍ଭେ ଗୋ ପାଇ ନରଦେହ

ମାତା ସ୍ୱରୂପେ ଯାଇ ରହ

।।

ତିନିବାରେଣି ନ୍ତ୍ରୟରୂପେ

ରହିଣ ତାହାଙ୍କ ସମୀପେ

।।

କମଳା ବିମଳା କେତୁକା

ରନ୍ଧନ କରିଦେବ ଭିକ୍ଷା

।।

ତୁମ୍ଭଙ୍କୁ ସେହି ଦେବେ ଭକ୍ତି

ପବିନ୍ତ୍ର କରାଇବେ ସତି

।।

 

 

 

 

ସେ ପୁଣି କିଛିଦିନ ଅନ୍ତେ

ପ୍ରୋକ୍ଷଣ କରିବେ ଜଗତେ

।।

ଭକ୍ତକୁ କରାଇ ଉଶ୍ୱାସ

ସାର ନିଷ୍ପାପ ଭକ୍ତିରସ

।।

ନିର୍ଗୁଣମତେ କରି ଲୀଳା

ସେ ଯେ ଅନାଦି ବ୍ରହ୍ମବଳା

।।

ଅଶେଷ ଯୋଗାରୂଢ଼ ଦେହ

ଯହିଁ ଲାଗିବ ମାୟା ମୋହ

।।

 

 

 

 

କଳଙ୍କି ଅବତାର ପ୍ରଭୁ

ଏ ଅଙ୍ଗେ ଲୀଳା ହେବ ସବୁ

।।

ନିର୍ଗୁଣ ଅଙ୍ଗ ଏହାଙ୍କର

ଏବେ ହୋ ଶୁଣ ମୋ ଉତ୍ତର

।।

ଆଉ ଯେ ବେନି ବ୍ରହ୍ମା ଥିଲେ

ଦ୍ୱାପରଯୁଗେ ଜନ୍ମ ହେଲେ

।।

କେତୁ ବ୍ରହ୍ମାଟି ସେ ନକୁଳ

ଜନ୍ମିଲେ ଭାରତ ମଣ୍ଡଳ

।।

 

 

 

 

ଆବର ସହଦେବ ମନ୍ତ୍ରୀ

ଅନନ୍ତ ବ୍ରହ୍ମା ଜାଣ ସେଟି

।।

ଅଶେଷ ବାସନାର ଭେଦେ

ଗୁରୁ ମହିମା ଧରି ଉଦେ

।।

ଏ କଳିଯୁଗେ ତାଙ୍କୁ ଦେଖ

ବହିଅଛନ୍ତି ବାନା ଭେଖ

।।

ପ୍ରତ୍ୟ ଯେ ଭଗବାନ ଦାସ

ଅଲେଖ ଅନ୍ତର୍ଯ୍ୟାମୀ ଶିଷ୍ୟ

।।

 

 

 

 

କେତୁ ବ୍ରହ୍ମାଟି ଏହା ନାମ

ନିଷ୍କାମ ଧର୍ମେ କରି ଗମ୍ୟ

।।

କର୍ମେ ପାଲଟି ଏ ଶରୀର

ଜନ୍ମ ଏ ହେବ ଯାଜନଗ୍ର

।।

ସେ ଦେହେଁ ଭେଟିବେ ପ୍ରଭୁଙ୍କୁ

କହିଲି ତତ୍ତ୍ୱ କର ୟାକୁ

।।

ନାଶ ହେବ ଅଶେଷ ଦୁଃଖ

ଭେଟିଲେ ଅନାଦି ଅଲେଖ

।।

 

 

 

 

ଆବର ସହଦେବ ମନ୍ତ୍ରୀ

ମହିଁମା ବାନା ବହିଛନ୍ତି

।।

ନାମଟି କୃପାସିନ୍ଧୁ ଦାସ

ଏ ଅଟେ ପରମ ବିଶ୍ୱାସ

।।

ଅରୂପ ବ୍ରହ୍ମରେ ଭକତି

ସାର ନିଷ୍କାମ ଏହି ଭକ୍ତି

।।

ନିର୍ଗୁଣେ ରଖି ଏ ଶରୀର

କଳିରେ କରିବେ ବିହାର

।।

 

 

 

 

ଆବୋରି ଥିବେ ନିଜ ସ୍ଥଳି

କରି ଭକତ ସଙ୍ଗେ ମେଳି

।।

ପ୍ରତ୍ୟକ୍ଷେ ବ୍ରହ୍ମ ଅବତାର

ସତ୍ୟ ଯେ ହୋଇବ ପ୍ରଚାର

।।

ଏବେ ଗୋ ଶୁଣ ମହାମାଇ

ଆବର ଭକ୍ତ କଥା ଫେଇ

।।

ଚେତା ଗୋ ହୁଅ ମାହେଶ୍ୱରୀ

ଏ ଆମ୍ଭବାଣୀ ହୃଦେ ଧରି

।।

 

 

 

 

କହଇ ଅଚ୍ୟୁତି ପାମର

ସେ ପ୍ରଭୁ ବ୍ରହ୍ମାଣ୍ଡଠାକୁର

।।

ଶ୍ରୀ ପାଦପଦ୍ମେ କରି ଆଶା

ଭବାବ୍ଧି ତରଣେ ଭରସା

।।

 

ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନହିତାୟାଂ ଈଶ୍ୱରପାର୍ବତୀ

ସମ୍ବାଦେ ନିଷ୍କାମଧର୍ମ ପ୍ରକାଶ କଥନେ ନାମ ଚତୁର୍ଥୋଽଧ୍ୟାୟଃ ।

 

ପଞ୍ଚମ ଅଧ୍ୟାୟ

ମହେଶ ଉବାଚ

କହନ୍ତି ପ୍ରିୟା ପାଶେ ହର

ଗୁପତେ ଭବାନୀ ପାଶର

।।

ସେ ଆଦି ନିତ୍ୟସ୍ଥାନବାସୀ

କର୍ଦ୍ଦମ ସେନ ମହାଋଷି

।।

ଦିନେ ସେ ନିରାକାର ବ୍ରହ୍ମ

ତର୍ପଣେ ଯାଇ କଲେ ଭଗ୍ନ

।।

ବୋଲେ ଜଗତେ କିପାଁ ରତ

ଭଜ ଅଲେଖ ଅବଧୂତ

।।

 

 

 

 

ନ ବୁଝି ନିରାକାର ତାଙ୍କୁ

ଶାପ ବିହିଲେ ସେ ଋଷିଙ୍କୁ

।।

ମୃତ୍ୟୁମଣ୍ଡଳେ ଜାତ ହୁଅ

ପଶୁ ମନୁଷ୍ୟ ମଧ୍ୟେ ରୁହ

।।

ଜନ୍ମକୁ ଜନ୍ମ ଥାଅ ଚେତି

ଅରୂପ ଅଣାକାର ଭକ୍ତି

।।

ପ୍ରଭୁଙ୍କୁ ଭଜି ହେବ ପାର

ଆଗତ ସୁବାହୁ କଳିର

।।

 

 

 

 

ଏମନ୍ତ ନିରାକାର ବାଣୀ

ମର୍ତ୍ତ୍ୟେ ଜନ୍ମିଣ ବ୍ରହ୍ମଜ୍ଞାନୀ

।।

ସତ୍ୟଯୁଗରେ ବ୍ରହ୍ମାକେତୁ

ନ ମବହିଲେ ଶାପ ହେତୁ

।।

ପୂର୍ବୁର ଚେତାଥିଲେ ପାଇ

ଅରୂପ ବ୍ରହ୍ମ ଥାନ୍ତି ଧ୍ୟାଇ

।।

ନ୍ତ୍ରେତୟା ଯୁଗେ ହନୁମାନ

ସେ ଅଟେ ଆମ୍ଭର ନନ୍ଦନ

।।

 

 

 

 

ବ୍ରହ୍ମାକୁ କରିଥିଲେ ଠାବ

ନିର୍ଗୁଣେ ସମ୍ଭାଇଲେ ଜୀବ

।।

ଏ ଅନ୍ତେ ପ୍ରକାଶ ଦ୍ୱାପର

ସେ ଯୁଗେ ହେଲେ ଅବତାର

।।

ନାମ ତାଙ୍କର ଭୀମସେନ

ପ୍ରକଟିଲା ବିଦ୍ୟମାନ

।।

ଏ କଳିଯୁଗେ ଦେଖ ସହି

ଅଚ୍ୟୁତାନନ୍ଦ ଦାସ କହି

।।

ଏ ଦେହେ ବଞ୍ଚାଇବେ ଖେଳ

ଅନ୍ତେ ଲଭିବେ ନିତ୍ୟସ୍ଥଳ

।।

ଏବେ କହିବା ଶୁଣ ସତି

ପ୍ରଭୁ ଭକତି ଜନ ରୀତି

।।

ପ୍ରେମାଙ୍ଗୀ ଲୀଳାଙ୍ଗି ଏ ଦୁଇ

କୁମ୍ଭେକ ମକରନ୍ଦ ଦେହିଁ

।।

ପ୍ରଣୟବାସ ଚିନ୍ତ୍ରରେଖା

ଏ ଛାଡ଼ି ନିତ୍ୟେ ସେ ଅଲେଖ

।।

ଶ୍ରୀଗୁରୁ ଆଜ୍ଞା ଅନୁସରି

ମର୍ତ୍ତ୍ୟେ ଅଛନ୍ତି ଦେହ ଧରି

।।

ସୁବାହୁ ସତ୍ୟେ ବିଷ୍ଣୁଗର୍ଭେ

ଏହୁ ନିମଗ୍ନି ଥିଲେ ସର୍ବେ

।।

ସତ୍ୟ ନ୍ତ୍ରେତୟା ଗଲା ବହିଁ

ପୁଣ ଦ୍ୱାପର ହେଲା ସହି

।।

ପ୍ରେମାଙ୍ଗେ ଋଷିଟି ଅଜନ୍ମା

ନାମ ତା ହେଲା ଅଶ୍ୱଥାମା

।।

ଏ କଳିଯୁଗରେ ପ୍ରକାଶ

ନାମଟି ସନାତନ ଦାସ

।।

ବହିଅଛନ୍ତି ବୀରବାନା

ଏହା ସାକ୍ଷାତେ ଦେଖ କିନା

।।

ପ୍ରଳୟ ହେବ ଏ ଶରୀର

ନୂତନ ଘଟେ ହେବ ଖେଳ

।।

ଜନ୍ମିବେ କୁଶାନିକା ତୀର୍ଥେ

ବ୍ରାହ୍ମଣ ଯୋନିରୁ ଗୁପତେ

।।

ଲୀଳାଙ୍ଗ ଯେଉଁ ବ୍ରହ୍ମବେତ୍ତା

ସେ ଭୀଷ୍ମ ଦେବଟି ଜାଣିଥା

।।

ଏ କଳିଯୁଗେ ଉଦେ ହୋଇ

ଅଛନ୍ତି ନିତ୍ୟ ଭୋଗପାଇ

।।

ନାମ ତାଙ୍କର ଧ୍ୟାନ ଦାସ

ଅଟନ୍ତି ପରମ ସନ୍ଦେଶ

।।

କୁମ୍ଭେକ ବୋଲି ଯେଉଁ ଋଷି

ଅରୂପବ୍ରହ୍ମେ ସେ ବିଶ୍ୱାସୀ

।।

 

 

 

 

ଦ୍ୱାପରଯୁଗେ ତାଙ୍କ ନାମ

ଶଲ୍ୟ ସାରଥି ଅନୁପମ

।।

କଳିଯୁଗରେ ନନ୍ଦଦାସ

ନାମ ତା ହୋଇଛି ପ୍ରକାଶ

।।

ଚିହ୍ନି ଗୋ ଥାଅ ମହେଶ୍ୱରୀ

ଭାବେ କହନ୍ତି ନ୍ତ୍ରିପୁରାରୀ

।।

ଏବେ ଗୋ ଶୁଣ ମହାସତୀ

ଦ୍ୱାପରଯୁଗେ ଶିଶୁବ୍ରହ୍ମା

।।

 

 

 

 

କଳିରେ ଦେଖ ଗୋ ତାହାଙ୍କ

ପୁରୁଷୋତ୍ତମ ଦାସ ୟାଙ୍କୁ

।।

ଅଛନ୍ତି ବୀରବାନା ବହି

ପ୍ରତ୍ୟକ୍ଷଦେଖ ନେନ୍ତ୍ରଫେଇ

।।

ଏବେଳେ ଚିହ୍ନିଥାଅ ସଖି

ପଛକୁ ନ ପାରିବଦେଖି

।।

ପ୍ରତ୍ୟକ୍ଷେ ବ୍ରହ୍ମଅଂଶୀ ଜନ୍ମି

ବୃକ୍ଷ ବକଳ ଛନ୍ତି ଘେନି

।।

 

 

 

 

ଆବର କହୁଅଛି ତୋତେ

ତୁ ଏହା ରଖିବୁ ଗୁପତେ

।।

କଣୟବାସୀ ସିଦ୍ଧଅଙ୍ଗି

ନିଷ୍କାମ ସାର ବ୍ରହ୍ମଅଙ୍ଗି

।।

ଦ୍ୱାପରେ ନାମ ଏହାଙ୍କର

ଅଟେ ସଞ୍ଜୟ ମନ୍ତ୍ରୀବର

।।

କଳିଯୁଗରେ ଛନ୍ତି ହୋଇ

ସେ ଚନ୍ତ୍ରଧର ଦାସ ଏହି

।।

 

 

 

 

ଅଣ ଅକ୍ଷରେ ତାଙ୍କ ରତ

ନିଷ୍କାମ ଧାରଣ ଏ ମତ

।।

ଆବର ଚିନ୍ତ୍ରରେଖା ଯେଟି

ଦ୍ୱାପର ଯୁଗେ ଦୃଶ୍ୟ ସେଟି

।।

ଦେଖ ଏ କଳିଯୁଗେ ତାଙ୍କୁ

ଗଣେଶ ଦାସ ଗୋ ଏହାଙ୍କୁ

।।

ଆବର ସୁର ଶିଖିବ୍ରହ୍ମା

କହିବା ଶୁଣ ତା ମହିଁମା

।।

 

 

 

 

ଶ୍ରୀଗୁରୁ ଆଜ୍ଞା ଶିରେ ବହି

ପ୍ରବେଶ ହେଲେ ମର୍ତ୍ତ୍ୟେ ଯାଇଁ

।।

ସୁବାହୁ ଦ୍ୱାପର ଯୁଗରେ

ଦୁର୍ଦ୍ଦକ୍ଷ ନାମକୁ ବହିଲେ

।।

କଳିରେ ହୋଇଲଷ ପ୍ରକାଶ

ନାମ ଅଟେ ଶଙ୍କର ଦାସ

।।

ଅରୂପ ବ୍ରହ୍ମରେ ଭକତି

ସୁସାଧୁ ସ୍ୱଧୀରତା ମତି

।।

 

 

 

 

ଏବେ ତୁ ଶୁଣ ମହାତମା

ସେ ପ୍ରଭୁ ଭକ୍ତଙ୍କ ମହିଁମା

।।

ସମସ୍ତ ବୀରବର ମୂର୍ତ୍ତି

ଏ କଳିଯୁଗେ ଜନ୍ମିଛନ୍ତି

।।

ବ୍ରହ୍ମାଣ୍ଡ ପାରନ୍ତି ସେ ଟାଳି

ଚାହାଁନ୍ତି ମହୀ ଯିବ ଜଳି

।।

ଶ୍ରୀଗୁରୁ ଆଜ୍ଞା ଅବଗାହୀ

ମଉନ ଭାବେ ଛନ୍ତି ରହି

।।

 

 

 

 

ଚିତ୍ତ ନିବେଶି ମହାଶୂନ୍ୟେ

ବୁଲୁଅଛନ୍ତି ଗ୍ରାମେ ଗ୍ରାମେ

।।

ରଖିବା ନିମନ୍ତେ ବ୍ରହ୍ମାଣ୍ଡ

ପ୍ରକାଶି ଛନ୍ତି ଗୁପ୍ତଖଣ୍ଡ

।।

ମୂଢ଼େ ଗୋ ତାହାଙ୍କୁ ନ ଚିହ୍ନି

ଆଜ୍ଞାକୁ ଅଛନ୍ତି ଯେ ମାନି

।।

ଅନ୍ତେ ହୋଇବେ ନବଖଣ୍ଡ

ପଡ଼ିବେ ରଉରବ କୁଣ୍ଢ

।।

 

 

 

 

ମିଳାଇ ଯିବ ଅଙ୍ଗୁ ମାଂସ

ଏ ଅଟେ ପରମ ସନ୍ଦେଶ

।।

ଏ କଳିଯୁଗେ ମ୍ଲେଚ୍ଛନର

ଏ ଧର୍ମ ନକରି ଆଦର

।।

ନ୍ତ୍ରିୟା କର୍ମାଦି ଥିବେ ମାନି

ଭ୍ରମଣକରି ପଶୁ ଯୋନି

।।

ଭବରେ ହୋଇବେ ପ୍ରକାଶ

ଏମନ୍ତ ସୃଷ୍ଟି ଯିବ ନାଶ

।।

 

 

 

 

 

 

 

 

ହରିଣ ପରଯୋନି ବିତ୍ତ

ବୋଲାଉଥିବେ ଜ୍ଞାନବନ୍ତ

।।

ଭାଲେ ତିଳକ ଚିତାକାଟି

ମିଛେରେ ନାମବ୍ରହ୍ମ ରଟି

।।

ନୟନ ବୁଜି କରି ଧ୍ୟାନ

ଭୋଳେ ଆରାଧି ଧୂମ ପାନ

।।

ଏକତ୍ୱେ ସାତପାଞ୍ଚ ମିଳି

ସମସ୍ତେ ମରୁଥିବେ ଭାଳି

।।

 

 

 

 

ତେଣେ ଗୋ ମୁକ୍ତି ନାହିଁ ସତୀ

ଅନ୍ତେ କେବଳ ଅଧୋଗତି

।।

ଶ୍ରୀ ସ୍ୱାମୀ ପାଦ ପଦ୍ମତଳେ

ଶିର କମଳ ସମର୍ପିଲେ

।।

ନିଷ୍କାମ ଥିଲେ ମନେଧରି

ଅନ୍ତେ ଯେ ଭବୁହେବ ପାରି

।।

ଦୟାକରିବେ ବ୍ରହ୍ମରାଶି

ଛଡ଼ାଇ ମୋହ କାଳଫାଶି

।।

 

 

 

 

ମହାଶୂନ୍ୟକୁ କରିଧ୍ୟାନ

କୃତାର୍ଥ ହେବ ଏ ଜୀବନ

।।

ଏ ବିନୁ ଅନ୍ୟଗତି ନାହିଁ

ଅଜ୍ଞାନୀ ଅଚ୍ୟୁତ କହଇ

।।

ସୁଜନେ ମହିମାକୁ ଭଜ

ସ୍ୱକାମ କର୍ମ ଦୁରେ ତେଜ

।।

ଉଦାସମତେ ଥାଅ ରହି

ଶ୍ରୀ ସ୍ୱାମୀ ଆଜ୍ଞା ଛନ୍ତି ଦେଇ

।।

ଆଜ୍ଞା ଦୃଢ଼େ ପ୍ରତିପାଳ

ଶରୀରେ ନ ପଶିବ କାଳ

।।

 

ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନମତ ହିତାୟାଂ ଈଶ୍ୱର ପାର୍ବତୀ

ସମ୍ବାଦେ ନିଷ୍କାମ ଗୁପ୍ତଧର୍ମ ପ୍ରକାଶକଥନେ

ନାମ ପଞ୍ଚମୋଽଧ୍ୟାୟଃ ।

 

Unknown

ଷଷ୍ଠ ଅଧ୍ୟାୟ

ଈଶ୍ୱର ପାଦତଳେ ପଡ଼ି

କହେ ଭବାନୀ କରଯୋଡ଼ି

।।

ଭୋନାଥ କର ମୋତେ ଦୟା

ଶୁଣି ମୁଁ ନିସ୍ତରିଲି ଏହା

।।

ଆବର ଭକ୍ତଜନ କଥା

କହି କରାଅ ଶୁଦ୍ଧଚେତା

।।

ଯେତେ ଏ ପିନ୍ଧିଛନ୍ତି ପଟ

ଅନାଦି ସ୍ୱାମୀଙ୍କର ଚାଟ

।।

 

 

 

 

ବୁଲୁଅଛନ୍ତି ବ୍ରହ୍ମାଣ୍ଡରେ

ଶ୍ରୀଗୁରୁଦେବଙ୍କ ଆଜ୍ଞାରେ

।।

ଆବର ଛନ୍ତି ଯେତେ ଭକ୍ତ

କହ ଏହାଙ୍କ ନାମତତ୍ତ୍ୱ

।।

ଏ କଳିଯୁଗେ ଯେତେ ଭାବ

ବ୍ରହ୍ମାଦି ଦେବଙ୍କୁ ଦୁର୍ଲଭ

।।

ଗୁପତେ ପ୍ରଭୁ ବ୍ରହ୍ମରାଶି

ଭକ୍ତଙ୍କୁ କହିଲେ ଆଶ୍ୱାସୀ

।।

 

 

 

 

ତତ୍ତ୍ୱଦରଶୀ ନେଲେ ଛାଣି

ମୂର୍ଖ ପାଷାଣ୍ଡ ନାହିଁ ଜାଣି

।।

ମୋତେ ପବିନ୍ତ୍ର ତୁମ୍ଭେ କର

କହ ସେ ଭକତ ବିଚାର

।।

ବିନତି ଦେଖି ତାର ହର

ଚିନ୍ତିଲେ ବ୍ରହ୍ମାଣ୍ଡ ଠାକୁର

।।

ବୋଲନ୍ତି ଶୁଣସି ଗୋ ସହି

କହିବା ଗୁପତି ବୁଝାଇ

।।

 

 

 

 

ସେ ନିତ୍ୟବାସୀ ବ୍ରହ୍ମାବୀର

ଥିଲେ ଯେ କେତୁକା ଗର୍ଭର

।।

ସେ ଦେବୀ ପୁଣ ଦୟାକଲା

ଦ୍ୱାପର ଯୁଗେ ଉଦ୍ଗାରିଲା

।।

ସତ୍ୟ ନ୍ତ୍ରେତୟା ଯୁଗ ଦୁଇ

ତାହାଙ୍କୁ ଗର୍ଭେ ଥିଲେ ନେଇ

।।

ଦ୍ୱାପରେ ସେ ହେଲେ ଉଦ୍ଧାର

ଜନ୍ମ ଲଭିଲେ ମର୍ତ୍ତ୍ୟପୁର

।।

 

 

 

 

ନାମ ତାଙ୍କର ଅଟେ ଯାହା

କହିବା ଏବେ ଶୁଣ ତାହା

।।

ଦୃବିନ୍ଦ ଦୂକ୍ଷତ୍ୱ ଦୁର୍ଦ୍ଦକ୍ଷ

ଦ୍ରୁମିଲା ବିଦୂର ପ୍ରତ୍ୟକ୍ଷ

।।

ଦୃକେଶ ଦୃବାଳ ଦୃଗଷ୍ଟ

କର୍ଣ୍ଣ କ୍ଷନ୍ତ୍ରିୟ ମଧୁରାଷ୍ଟ୍ର

।।

କୃପବ୍ରହ୍ମା ଯେ କବର୍ଜିତ

ଏହୁ ଦ୍ୱାପରେ ହେଲେ ଜାତ

।।

 

 

 

 

ସକଳେ ଏକଠାବେ ମିଳି

ଜନ୍ମଲଭିଲେ ଶୁଣ ବାଳୀ

।।

ଅନନ୍ତ ବିଷ୍ଣୁ ଅବତାରେ

ହିଂସାବହିଲେ ତା ଉପରେ

।।

ତେଣୁ ସେ ଜନ୍ମେ ହେଲେ ନାଶ

କଳିରେ ଜନ୍ମିବେ ଅବଶ୍ୟ

।।

କରତାଠାରୁ ଦୀକ୍ଷାପାଇ

ବୁଲୁଅଛନ୍ତି ଭେକବହି

।।

 

 

 

 

ଶୁଣ ତୁ ତାହାଙ୍କର ନାମ

ଏ ଚାରିବେଦକୁ ଅଗମ୍ୟ

।।

ଦୃବିନ୍ଦ ଏ ଭରତ ଦାସ

ଅଲେଖ ଅନ୍ତର୍ଯ୍ୟାମୀ ଶିଷ୍ୟ

।।

ଦୃସହ ନାମ ଯେଉଁ ମୂର୍ତ୍ତି

ଅନାଦି ଦାସ ବୋଲୁଛନ୍ତି

।।

ଦୁର୍ଦ୍ଦକ୍ଷ ବୋଲି ଯାହାକହି

କାଳୁଦାସଟି ଅଟେ ସେହି

।।

 

 

 

 

ଦ୍ରୁମିଲା ନାମ ଯାହାଙ୍କର

କହିବା ଶୁଣ ରାମାବର

।।

ବଡ଼ ଅଚ୍ୟୁତାନନ୍ଦ ଏହୁ

ଦ୍ୱାପରେ ବିଦୁରଟି ସେହୁ

।।

ଦେଖ ଏ ଯୋଗୀଦାସ ଯେହି

ବୁଲୁଅଛନ୍ତି ଦେଖ ସେହି

।।

ପଶ୍ଚିମଭାଗ ଏହାଙ୍କର

ଭ୍ରମଣ କରନ୍ତି ବେହାର

।।

 

 

 

 

ଦୃକେଶ ବୋଲି ଯାହାକହି

ସେ ଦୀନବନ୍ଧୁ ଦାସ କହି

।।

ଏହାଙ୍କୁ ଅଛି ଦେବକୂଟ

କୂଟେ ଛୁଟିବ ୟାଙ୍କ ଘଟ

।।

ସମଲେଶ୍ୱରୀର ନିକଟେ

ଜନ୍ମ ଲଭିବେ ସିଦ୍ଧେ ଚାଟେ

।।

ଦୃଭାଷା ନାମ ତାହାଙ୍କର

ସେ ରଘୁଦାସ ନିକଟର

।।

 

 

 

 

ଦର୍ପିଷ୍ଟ ଯାହାରଟି ନାମ

ସେ କଳିଯୁଗରେ ଜନମ

।।

ନାମ ତାହାଙ୍କ ଭୀମଦାସ

କହିଲୁ ଗୁପତ ସନ୍ଦେଶ

।।

କର୍ଣ୍ଣ ବୋଲିର ଯାହା କହି

ନୀଳାଦ୍ରି ଦାସ ଅଟେ ସେହି

।।

ମଧୁରାଷ୍ଟ୍ରରେ ମହାକ୍ଷେନ୍ତ୍ରୀ

ଦେଖ ଅନାମଦାସ ଏଟି

।।

 

 

 

 

କୃପ ବ୍ରହ୍ମା ଯେ ଘାସି ଦାସ

ହୋଇଅଛନ୍ତି ବୀରବେଶ

।।

ବୋହିଣ ଅବଧୂତ ବାନା

ବୁଲୁଅଛନ୍ତି ଦେଖ ସିନା

।।

କର୍ଦ୍ଦମ ସେନ ମନ୍ତ୍ରୀବର

ସେ କର୍ଣ୍ଣରାଜାର କିଙ୍କର

।।

ଅନନ୍ତଦାସ ତାଙ୍କ ନାମ

ବୁଲୁଅଛନ୍ତି ଗ୍ରାମ ଗ୍ରାମ

।।

 

 

 

 

ଦର୍ଶନ କର ଯାଇ ତାଙ୍କୁ

ଅରୂପ ସ୍ୱାମୀଙ୍କ ଭକ୍ତଙ୍କୁ

।।

ଦର୍ଶନେ ହୋଇବ ମୁକତି

ଅଙ୍ଗ ପବିନ୍ତ୍ର ହେବ ଶ୍ରୁତି

।।

ପୂର୍ବେ କଶ୍ୟପ ମହାଋଷି

ଥିଲେ ଯେ ବିଷ୍ଣୁ ଗର୍ଭେ ପଶି

।।

କଳିରେ ବୁଲୁଛନ୍ତି ଦେଖ

ନାରଣଦାସ ଏ ପ୍ରତ୍ୟକ୍ଷ

।।

 

 

 

 

 

 

 

 

ଚିହ୍ନି ଗୋ ଥାଅ ମାହେଶ୍ୱରୀ

ଯେତେକ କୁମ୍ଭୀପଟ ଧାରୀ

।।

ସର୍ବେ ଅଟନ୍ତି ପ୍ରଭୁ ଅଂଶୀ

ଅନାଦି ମଣ୍ଡଳୁ ପ୍ରକାଶି

।।

ଆବର ଛନ୍ତି ଯେତେ ଭକ୍ତ

ଶୁଣ ତୁ ଆମ୍ଭେ କହୁ ତଥ୍ୟ

।।

କେ ଦେବଋଷି ବ୍ରହ୍ମଋଷି

କେଅବା ସନକାଦି ଅଂଶୀ

।।

 

 

 

 

ଋଷଭ ସୂତ ନବମୁନି

କପିଳ ଅଂଶୁ କିବା ଜନ୍ମି

।।

ଏହାଙ୍କୁ ଘେନି ଏକାଣୋଇ

ମୂର୍ତ୍ତି ଅଛନ୍ତି ଭେକପାଇ

।।

କେହି କାହାକୁ ନ ଜାଣନ୍ତି

ସର୍ବେ ଲଭିବେ ଏକଭକ୍ତି

।।

କେବଳ ଦେବଅଙ୍ଗୀ ଗୁଣ

ନବୀନତତ୍ତ୍ୱ ଏ ବଖାଣ

।।

 

 

 

 

କଳଙ୍କି ବେଶ ହେଲେ ଶେଷ

ନିତ୍ୟରେ ହୋଇବେ ପ୍ରବେଶ

।।

ଯେତେ କହିଲି ନାମ ଫେଇ

ସେ ବ୍ରହ୍ମଅଂଶୀ ଜାଣ ସେହି

।।

ପ୍ରଭୁ ଏହାଙ୍କୁ କରି ଭୃତ୍ୟ

ଜନ୍ମ ଗୋ କରିଛନ୍ତି ଧ୍ୟାଇ

।।

ମନେ ଯାହାର ଅଛି ଜନ୍ମ

ସେ ସର୍ବେ ହେବେ ମୃତ୍ୟୁଜନ୍ମ

।।

 

 

 

 

ଯେ ଭକ୍ତ ତତ୍ତ୍ୱ ଅଛି ପାଇ

କଳ୍ମାକି ସେହି ବାଟ ଚାହିଁ

।।

ଆବର ଶୁଣସି ଗୋ ସତି

କହିବା ଗୁପତ ଭାରତୀ

।।

ଆଡ଼ ବକ୍ଷରେ କଉପୁନୀ

ଯେତେକ ଭକ୍ତ ଛନ୍ତି ଘେନି

।।

ଏ ସର୍ବେ ବଇକୁଣ୍ଠବାସୀ

ଅରୂପ ବ୍ରହ୍ମରେ ବିଶ୍ୱାସୀ

।।

 

 

 

 

 

 

 

 

ଭକ୍ତକୁ ସେବା କରି ଭକ୍ତ

ହୋଇବେ ବ୍ରହ୍ମାଣ୍ଡେ ବିଦିତ

।।

କୃପା କରିବେ ବ୍ରହ୍ମରାଶି

ଛଡ଼ାଇ ମୋହକାଳ ଫାଶି

।।

ଅଭୟପୁର ଯିବେ ଘେନି

ନିର୍ଗୁଣ ନିଷ୍କାମକୁ ଚିହ୍ନି

।।

ଏମନ୍ତେ କହନ୍ତେ ଈଶ୍ୱର

ପାର୍ବତୀ ଯୋଡ଼ି ବେନିକର

।।

 

 

 

 

ବୋଲଇ ଶୁଣ ବିଶ୍ୱନାଥ

କିପାଇଁ ରଖିଲ ଗୁପତ

।।

ତତ୍ତ୍ୱ ପାଇଲେ ଯେଉଁ ଭକ୍ତ

ସେହୁ ନୋହିବେ ଜନ୍ମ ମୃତ

।।

କହେ ଅଚ୍ୟୁତ ବ୍ରଜଦାସ

ନିଗମ ଗୁପ୍ତ ପରକାଶ

।।

ଯେହୁ ଶୁଣିଛି ଗୁରୁମୁଖେ

ସେ ପ୍ରାଣୀ ସାଧୁ ନ୍ତ୍ରୟଲେକେ

।।

ଏକଥା କହ ମୋତେ ଫେଇ

ଶୁଣିଲେ ନିସ୍ତରିବି ମୁହିଁ

।।

 

ଇତି ଶ୍ରୀ ଅନାଦି ସଂହିତାୟାଂ ସୁଜନହିତାୟାଂ ଈଶ୍ୱର ପାର୍ବତୀ

ସମ୍ବାଦେ ନିଷ୍କାମଗୁପ୍ତ ପ୍ରକାଶ କଥନେ ନାମ

ଷଷ୍ଠୋଽଧ୍ୟାୟଃ ।

 

ସପ୍ତମ ଅଧ୍ୟାୟ

ରୁଦ୍ର ଉବାଚ

ବୋଲନ୍ତି ନ୍ତ୍ରିପୁର ଶଙ୍କର

ଶୁଣ ଭବାନୀ ମୋ ଉତ୍ତର

।।

ତୁ ଯାହା ପୁଛାକଲୁ ସହି

ଗୁପତେ ଏହା ଦେବା କହି

।।

ଏ କଳିଯୁଗେ ବିଚକ୍ଷଣ

ହରିଛି ସର୍ବ ପ୍ରାଣି ମନ

।।

ସକଳ ଘଟରେ କଳ୍ପଣା

ମାୟା ମୋହ ଗୋ କରି ଠଣା

।।

 

 

 

 

ଦେବ ମନୁଷ୍ୟ ଯେ ଗନ୍ଧର୍ବ

ପୂରିଅଛନ୍ତି ସର୍ବଠାବ

।।

ଏଣୁଟି ଶୁଦ୍ଧାଶୁଦ୍ଧ ଅଛି

କାଳେ ନୁହଇ ଏହା ବାଛି

।।

ତେଣୁଟି ସର୍ବେ ଯିବ କ୍ଷୟେ

ନୂତନ ହୋଇବେ ଉଦୟେ

।।

ଆବର ଭେକ ବାନା ବହି

ଯେହୁ ରହିବେ ଶୁଣ ସହି

।।

 

 

 

 

କଳିରେ ଦେଖିବେ ପ୍ରଭୁଙ୍କୁ

ଶ୍ରୀଗୁରୁ ଦୟା ଅଛି ତାଙ୍କୁ

।।

ପ୍ରସନ୍ନବଦନ ତାଙ୍କର

ନାହିଁ ନ୍ତ୍ରିତାପ ଅହଂକାର

।।

ଗୁଣ ପାଶୋରାଅ ବହରେ

ନିଷ୍କାମେ ନିଜ ତନୁ ଧରେ

।।

ନିର୍ବେଦ ନିର୍ଗୁଣ ସହିତ

ନିର୍ଲୋଭ ସୁଗୁଣ ସୁଚିତ୍ତ

।।

 

 

 

 

ଶୁଣ ତୁ ତାଙ୍କ ନାମ ଫେଇ

ମହାଗୁପତ ଏ ଅଟଇ

।।

ଆନକୁ ନ କହିବୁ ସତୀ

ନିଷ୍କାମ ଭଗତ ବିଭୂତି

।।

ଯେ କୃଷ୍ଣଦାସ କୃପାସିନ୍ଧୁ

ଜାଣନ୍ତି ବ୍ରହ୍ମଜ୍ଞାନ ଅଦ୍ୟୁ

।।

ଯେହୁ ରଘୁବର ଦାସ ହିଁ

ନିଷ୍କାମ ତତ୍ତ୍ୱ ସେହି ରହି

।।

ଯେହୁ ନାରଣ ଦାସ ଅଟେ

ସେହୁ ଅଲେଖ ସିଦ୍ଧଚାଟେ

।।

ଯାନାମ ନୀଳାଦ୍ରି ଦାସଟି

ସେ ତତ୍ତ୍ୱପାଦେ ଅଛି ରଟି

।।

ଅନାମ ଦାସ ଯାର ନାମ

ସେହୁ ନିଷ୍କାମପଥେ ଗମ୍ୟ

।।

ଯାନାମ ଅଟେ ନନ୍ଦଦାସ

ଯେହୁ ଅରୂପାନନ୍ଦ ଶିଷ୍ୟ

।।

ଅଚ୍ୟୁତାନନ୍ଦ ଦାସ ଯେହୁ

ପ୍ରେମାଙ୍ଗି ଭକ୍ତ ଅଟେ ସେହୁ

।।

ଆବର ପୁରସ୍ତମ ଦାସ

ସେ ଗୁରୁପାଦରେ ବିଶ୍ୱାସ

।।

ଆବର ନାମ ଧ୍ୟାନଦାସ

ଶ୍ରୀଗୁରୁଦେଙ୍କର ଶିଷ୍ୟ

।।

ଏ ଦଶମୂର୍ତ୍ତି ଜାଣ ସହି

ଅଛନ୍ତି ବୀରବଧୂ ବହି

।।

କଳକି ଲୀଳା ସ୍ୱଦେହରେ

ଅରୂପ ବ୍ରହ୍ମଙ୍କ ସଙ୍ଗରେ

।।

କରିବା ନିମନ୍ତେ ଶ୍ରୀଗୁରୁ

ରଖିବେ ଏ ଭବଭୟରୁ

।।

ପ୍ରଳୟ ଅଙ୍ଗେ ବଞ୍ଚାଇବେ

ଏକପାଦକୁ ଧ୍ୟାୟିଥିବେ

।।

ନିର୍ବେଦ ସାଧନାରେ ପଶି

ରାନ୍ତ୍ର ଦିବସ ରବି ଶଶୀ

।।

ସେ ରବି ଶଶୀ ପାଦତଳେ

ଚିତ୍ତ ନିବେଶି ନିଶ୍ଚଳେ

।।

ରବିରେ ଶଶୀ ଆତଯାତ

ଯେହୁ ଜାଣନ୍ତି ଏହୁ ତତ୍ତ୍ୱ

।।

ବିରାଜ ଏକପାଦ ଝଳି

ତା ଅଙ୍ଗ ନାଶଯାଏ ମଳି

।।

ନିର୍ମଳ ଅଟଇ ତା କାୟେ

ଯହିଁ ନ୍ତ୍ର ତାପ କାଳ ଭୟେ

।।

 

 

 

 

କହିଲୁଁ ମହାଗୁପ୍ତ ଫେଇ

ନିର୍ବେଦ ସାଧନାରେ ସହି

।।

ତତ୍ତ୍ୱେ ଅଛନ୍ତି ବ୍ରହ୍ମଦର୍ଶି

ଅନାଦିମଣ୍ଡଳୁଁ ପ୍ରକାଶି

।।

ଏ ଦେହ ଘେନିଥିବେ ରହି

ଏ କଳି ଶେଷଯାଏ ସହି

।।

ଆବର ଅଛଇ ଗୁପତ

ତୁ ଏହା ଶୁଣିଥାଅ ତତ୍ତ୍ୱ

।।

 

 

 

 

ଚୈାଷଠୀ ସିଦ୍ଧ ଯେ ଅଟନ୍ତି

ସିଦ୍ଧ ମଧ୍ୟରୁ ଦଶମୂର୍ତ୍ତି

।।

ରହିବେ ବୀରବଧୁ ବହି

ଏବେ ଗୋ ଶୁଣ ପ୍ରାଣସହି

।।

ଦେବଅଂଶୀ ଯେ ସତାଇଶ

ମୂର୍ତ୍ତି ଯେ ଫେରୁଛନ୍ତି ଦେଶ

।।

ପିନ୍ଧିଅଛନ୍ତି ବୀରବଧୁ

ନିଷ୍କାମ ଇଷ୍ଟ ଗୁଣ ଆଦ୍ୟୁ

।।

 

 

 

 

ସିଦ୍ଧ ନିନ୍ଦାଏ ଭାସିଯିବେ

ସିଦ୍ଧ ତାହାଙ୍କ ନ ଗଣିବେ

।।

ଏ ଦୁଇ ଲୋକେ ହେବେ ଭିନ୍ନ

ଦେଖି ହସିବେ ମ୍ଳେଚ୍ଛଜନ

।।

ଏ ମହା ଗୁପତ ଭାରତୀ

ତୁ ଏବେ ଶୁଣ ଗୋ ପାର୍ବତୀ

।।

ତୁ ଏହା ନ କହିବୁ କାହିଁ

ଅନାଦି ସ୍ୱାମୀ ଆଜ୍ଞାନ ହିଁ

।।

 

 

 

 

ଶେଷେ ଏ ହୋଇବ ପ୍ରକାଶ

ଭଗତ ଶୁଣି ହେବେ ତୋଷ

।।

ଏ କଳିଯୁଗ ଅରି ଘୋଟି

ସମସ୍ତେ ମିଥ୍ୟାବୋଲି ରଟି

।।

ଘୋଟିଛି ତିନିପୁର ଯାଏ

ଅସତ୍ୟ କଳିରେ ଉଦୟେ

।।

କାହାରି ଘଟେ ନାହିଁ ଚେତା

କର୍ମେ ସବୁଲୋକ ମତ୍ତା

।।

 

 

 

 

ପାଦେ ପ୍ରକଟିଅଛି ଧର୍ମ

ନବୁଝି ସର୍ବେ ହେଲେ ଭ୍ରମ

।।

ନାମହିଁ ଚିହ୍ନି ନ ପାରିଲେ

କୁମାର୍ଗ ପଥେ ସର୍ବେ ଗଲେ

।।

ନେନ୍ତ୍ରେ ଦେଖିଲେ ନିତ୍ୟବାନା

ହୃଦରେ ବହିଲେ କଳ୍ପଣା

।।

ତୋପିଣ୍ଡ ବ୍ରହ୍ମାଣ୍ଡର ପତି

ସେହି ବୈଷ୍ଣବରୂପେ ଛନ୍ତି

।।

 

 

 

 

ଦେଖି ମନୁଷ୍ୟ ହାସ୍ୟ ଭଣି

ମନୁଷ୍ୟ ମଧ୍ୟେ ତାଙ୍କୁ ଗଣି

।।

ଆପଣେ ବୋଲି ବଡ଼ଲୋକ

ସ୍ୱାମିଙ୍କି ବୋଲିବେ ଭିକ୍ଷୁକ

।।

ହସି ବୋଲନ୍ତି ହାସ୍ୟବାଣୀ

ଅଜ୍ଞାନୀ ମୂର୍ଖ ମ୍ଲେଚ୍ଛ ପ୍ରାଣୀ

।।

ସେ ପ୍ରଭୁ ଅରୂପ ଗୋସାଇଁ

କ୍ଷିତି ନିମନ୍ତେ ଜାତହୋଇ

।।

 

 

 

 

ସକଳ ଜନତା ସେବକ

ନ୍ତ୍ରିପୁର ଆଦି ନ୍ତ୍ରୟଲୋକ

।।

ପୃଥ୍ୱୀରୁ ଦ୍ୱିଗୁଣ ସହିଛି

ନିନ୍ଦା ହୃଦରେ ନ ଭେଦୁଛି

।।

ଭ୍ରମୁଅଛନ୍ତି ନିରନ୍ତର

କ୍ଷଣେ ବିଶ୍ରାମ ନାହିଁ ତାର

।।

ବାଇଙ୍କ ପ୍ରାୟ ଶ୍ରୀବଚନ

ଯେମନ୍ତେ ନ ଚିହ୍ନିବେ ଜନ

।।

 

 

 

 

ଜଗତ ସେହି ଚିହ୍ନିଛନ୍ତି

ସେ ପୁଣ ତାହାଙ୍କୁ ଚିହ୍ନନ୍ତି

।।

ତେଣୁ ଆଗତଭାବ ଯେତେ

ପ୍ରକାଶୁ ନୁହେ କଦାଚି ତ୍ୱ

।।

ଗୁପତେ କହୁଅଛୁ ଆମ୍ଭେ

ହେତୁରେ ଚେତିଧର ସର୍ବେ

।।

ପ୍ରକାଶ ବେଳ ଏ ନୁହଇ

କଳି ଶେଷକୁ ଥାଅ ଚାହିଁ

।।

 

 

 

 

 

 

 

 

ମହିମାଭକ୍ତି ବିନା ନର

ନ ଥିବେ କେହି ବ୍ରହ୍ମାଣ୍ଡର

।।

ଆଚାରି ଚାରଧର୍ମ ସେହି

ଆବର ମ୍ଲେଚ୍ଛଜନକୁହି

।।

ତୋମୁଖେ ପଡ଼ିଯିବେ ଧରା

ସମ୍ପୂର୍ଣ୍ଣ ହୋଇବ ଖପରା

।।

ଏମନ୍ତ ଶୁଣି ମହାସତୀ

ଶଙ୍କର ପାଦେ ଚଳେ ସ୍ତୁତି

।।

 

 

 

 

କହେ ଅଚ୍ୟୁତ ମୂଢ଼ ବାଇ

ଅନାଦି ପାଦପଦ୍ମେ ଧାଇ

।।

କରିଛି କେତେ ଅପରାଧ

ଖଣ୍ଡିବେ ସେ ଅରୂପାନନ୍ଦ

।।

ନିଷ୍କାମ ଭକ୍ତ ପାଦୋଦକ

ହିତେ କଳ୍ପଇ ମୂଢ଼ ମୂର୍ଖ

।।

ସୁଜନେ ମୋତେ ଦୟାକର

ଘୋର କଳିରୁ ପାରିକର

।।

 

ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନହିତାୟାଂ ଈଶ୍ୱର

ପାର୍ବତୀ ସମ୍ବାଦେ ନିଷ୍କାମଧର୍ମ ପ୍ରକାଶନେ

ନାମ ସପ୍ତମ ଅଧ୍ୟାୟଃ ।

 

ଅଷ୍ଟମ ଅଧ୍ୟାୟ

ଭବାନୀ ଉବାଚ ।

ଈଶ୍ୱର ପାଦତଳେ ପଡ଼ି

ବୋଲେ ଭବାନୀ କରଯୋଡ଼ି

।।

ଭୋଦେବ ନ୍ତ୍ରିପୁର ଠାକୁର

ମୋର ଦୂର୍ଗତି କରପାର

।।

କହ ଗୁପତ ସାର ଫେଇ

ଶୁଣି ପବିନ୍ତ୍ର ହେଉ ଦେହୀ

।।

କୋଟି ବ୍ରହ୍ମାଣ୍ଡ ନିଧି ବ୍ରହ୍ମ

ସତ୍ୟରେ ବିକାଶିଲେ ଧର୍ମ

।।

 

 

 

 

ବେଦକୁ କଟାଇ ନିର୍ବେଦ

ବିଖ୍ୟାତ କଲେ ପୂର୍ଣ୍ଣାନନ୍ଦ

।।

ଚୌଷଠି ସିଦ୍ଧ ସାଧବୃନ୍ଦ

ଛାଣି ପିଇଲେ ମକରନ୍ଦ

।।

ସେ ଦେବଅଂଶୀ ସତାଇଶ

ମୂର୍ତ୍ତି ଲଭିଲେ ଉପଦେଶ

।।

ଏହି ମଧ୍ୟରୁ ନ୍ତ୍ରୟୋଦଶ

ଲଭିଲେ ତତ୍ତ୍ୱ ଉପଦେଶ

।।

 

 

 

 

ଜାଗି ରହିବେ କଳ୍କି ଯାଏ

ଆବର ସର୍ବେ ଯିବେକ୍ଷୟେ

।।

ପ୍ରଭୁ ସେ ସକଳ ସମାନ

ନାହିଁ କଳ୍ପିବ, ବଡ଼ ସାନ

।।

ଭଗତ ବନ୍ଧୁ ପ୍ରିୟ ଦାତା

ମୁକତି ଗତି ହିତ କର୍ତ୍ତା

ଏକଠାବରୁ ଛନ୍ତି ଆସି

ଏକଠାବରେ ପରକାଶି

।।

 

 

 

 

ଏକଇ ଗୁରୁ ଭିନ୍ନନୋହେ

ଏକ ଆଶ୍ରିତ ସର୍ବକାଏ

କିପାଇଁ ଏ କୃତ୍ୟ ଲିହିଲେ

ବାରଣ ଭିନ୍ନାଭିନ୍ନ କଲେ

କି ଦୋଷ ଅର୍ଜିଲେ ଏ ସର୍ବ

ଏ ମୋତେ ଲାଗଇ ଅପୂର୍ବ

କହିବା ହେଉ ମୋତେ ଏହା

ଶୁଣି ନିର୍ମଳ ହେଉ କାୟା

ଭବାନୀ ମୁଖ ଏହା ପୁଣି

କହେ ଶଙ୍କର ମଞ୍ଜୁ‌ବାଣୀ

ଶୁଣନ୍ତୁ ସିଦ୍ଧେଶ୍ୱରୀ‌ ବାମା

ଅନାଦି ସ୍ୱାମିଙ୍କ ମହିମା

ତୁଯେ ବିଚାର କଲୁ ମନ୍ଦ

ନବୁଝି ମାୟ ମୋହ

ଏବେ ତୁ ଶୁଣ ସାବଧାନ

କହିବା ଆଦ୍ୟ ଗୁପ୍ତଜ୍ଞାନ

ଏ ଯେତେ ନିଷ୍କାମ ଭକତ

ସକଳେ ଶ୍ରୀଗୁରୁଙ୍କ ଭୃତ୍ୟ

ଆଜ୍ଞାରେ ଭେ‌କ ବାନା ପାଇ

ବ୍ରହ୍ମାଣ୍ଡେ ଖେଳୁଛନ୍ତ ସେହି

ଏକ ବିଭୂତି ସର୍ବଜନ

ନିଷ୍କାମ ନିର୍ବେବ ସାଧନ

ଏକଇ ପାଦରେ‌ ଆଶ୍ରିତ

ଏକଚଚନେ ଦୃଢବ୍ରତ

ଏଥି ସଂଶୟ କଛି ନାହିଁ

କହଇ ଶୁଣ ମନଦେଇ

ପୂର୍ବେ ଏ ସର୍ବେ ବ୍ରହ୍ମଅଂଶୀ

ଅରୂପ ମଣ୍ଡଳେ ପ୍ରକାଶି

ଜନ୍ମ ଲଭିଲେ ମୃତ୍ୟପୁରେ

ବହି ଅମେଧ ଏ ଶରୀରେ

ବାସନା ମାତ୍ରକ ଟଳିଳା

ପୂର୍ବର ହେତୁ ବୁଡିଗଲା

ଭେଟିଲେ ନିଜ କରତାଙ୍କୁ

ଚିହ୍ନିଣ ସେବିଲେ ତାହାଙ୍କୁ

ଯେଣୁ ଭାବେ ହେଲେ ଉଦୟେ

ତେଣୁ ଶରୀର ହେବକ୍ଷୟେ

ଏ ଘଟ ଚେତା ବୁଡ଼ଯିବ

ଅଛିଦ୍ର ଥଙ୍ଗେ ଭକ୍ତିଥିବ

ଏକୋଇଣ ଦିବସ ଅନ୍ତେଣ

କରିତେ ଶ୍ରୀଗୁରୁ ଶରଣ

 

 

 

 

ବାଳକ ରୂପେ ପିତାଘରେ‌

ଭକ୍ତି ତଲୟେ ପ୍ରଭୁଦୂରେ

ଶ୍ରୀ ସ୍ୱାମୀ ଜାଣନ୍ତି ତା ଭାବ

ମ୍ଳେଚ୍ଛାଦି ଜନଙ୍କୁ ଅଭାବ

ଏବେ ତୁ ଶୁଣ ଆଗୋସତି

ଗୁପତ ନିର୍ଗୁଣ ଭାରତୀ

ଏ ବୁଦ୍ଧ ଅବତାର ହୋଇ

ଖେଳୁଅଛନ୍ତି ଶୂନ୍ୟଦେହୀ

 

 

 

 

ଦେବ ମନୁଷ୍ୟ ଅବିଶ୍ୱାସୀ

ଅପ୍ରତେ ହାସ ପରକାଶି

ନିନ୍ଦୁଅଛନ୍ତି ସତ ଧର୍ମ

ଏ କଳି ମାୟା ମୋହ ଭ୍ରମ ॥

 

ଏହାଙ୍କ ଗର୍ବ ନାଶିବାକୁ

ଏ ବାନା ରହିବ ଶେଷକୁ

ଏ ତେର ମୂର୍ତ୍ତି ଥିବେ ରହି

ଶ୍ରଅଙ୍ଗେ ବୀରବଧୂ ବହି

 

 

 

 

ଶେଷରେ ହୋଇବେ ପରୀକ୍ଷ

ସେବେଳେ କେହି ନୋହେଲକ୍ଷ

ତୁ ଯାହା ପୁଚ୍ଛାକଲୁ ସହି

ଏହୁ ଗୁପତ ଦେଲୁ ଫେଇ

ଏହା ଗୋ ଜାଣନ୍ତି ସସିଦ୍ଧ୍ୟ

ଅନ୍ୟ ଲୋକକୁ ଅଟେ ଧନ୍ଦ

ଶୁଣି ଭବାନୀ ହେଲେ‌ ତୋଷ

ଅଜ୍ଞାତପରମ ବିଶ୍ୱାସ

 

 

 

 

ଈଶ୍ୱର ପାଦେଣ ଶୁତିଲେ

ଉଠି କପାଳେ କର ଦେଲେ

।।

ବୋଲନ୍ତି ନିସ୍ତରିଲି ମୁହିଁ

ତୁମ୍ଭ ଶୀମୁଖୁ ସୁଧାପାଇ

ଭୋ ନାଥ କର ମୋତେ ଦାୟୀ

ହୃଦରେ‌ ନ ରଖିବ ମାୟା

ଆବର ଛନ୍ତିଟିକି ଭକ୍ତ

ଲଭି ନିଷ୍କାମ ସାରସ୍ୱତ

 

 

 

 

ଅପୂର୍ବ ଭାବ ଏ ଅଟଇ

ଫେଡ଼ି ତା କହ ଶୂଳପାଇଁ

।।

ଯେତେ ନିଷ୍କାମ ଛସ୍ତ ରସି

କହିବା ସକଳ ବୀଶେଷି

ମୁଁ ତୁମ୍ଭ ସେବକ ଗୋସାଇଁ

ଜନ୍ମକୁ ଜନ୍ମ ଅଛି ଧ୍ୟାଇ

କହି ପବିତ୍ର ମୋତେ କର

ଅରୂପଭକ୍ତିଙ୍କ ବିଚାର

 

 

 

 

ଏମନ୍ତ କହି ସତୀ ଭୋଳେ

ନମିଲେ‌ ପଡ଼ି ପାଦତଳେ

ନିଷ୍କାମ ଭକ୍ତି ଉପଦେଶ

କହେ ଅଚ୍ୟୁତ ବଜ୍ରଦାସ

ଅନାଦି ଗୁରୁ ପଦ୍ମପାଦ

ଲଭିକିସୁଧା ମକରନ୍ଦ

ସେ ମକରନ୍ଦ ମନ ବୁଡ଼ି

କ୍ଷଣେହେଁ ନ ପାରଇ ଛାଡ଼ି

ସୁଜନେ ନିତ୍ୟେ ପାନକରି

ବିଷବିଷୟ ପରିହରି

 

ଇତି ଶ୍ରୀ ଅନାଦିସଂହିତାୟା ସୁଜନଜନହିତାୟାଂ

ଈଶ୍ୱର ପାର୍ବତୀସମ୍ବାଦେ ନିଷ୍କାମ ଗୁପ୍ତଧର୍ମ

ପ୍ରକାଶ କଥନ ନାମ ଅଷ୍ଟମୋଧ୍ୟାୟଃ

 

ନବମ ଅଧ୍ୟାୟ

ଈଶ୍ୱର ଉବାଚ

କହୁନ୍ତି ତ୍ରିପୁର ଶଙ୍କର

ଶୁଣ ଗୋ ସତୀ ମୋ ଉତ୍ତର

ତୁ ଯାହା ପୁଚ୍ଛାକଲୁ ମୋତେ

ଜାଣିଲି ତୋର ଶୁଦ୍ଧଚିତ୍ତେ

।।

ଶୁଣ ତୁ ସାବଧାନ ହୋଇ

ଶ୍ରୀଗୁରୁ ଶିଷ୍ୟ ଏହା କହି

ଚୌଷଠି ସିଦ୍ଧ ହେବ ଆସି

ଏହାଙ୍କୁ କହିଲେ ପ୍ରକାଶି

 

 

 

 

ଧ୍ୟାଇଣ ବୀରବଧୁବାନା

ଏ ଏକାଳୋଇ ମୂତ୍ୟୁ ସିନା

ଆବର ଭକ୍ତଙ୍କ ବୃତ୍ତାନ୍ତ

କହିବା ଶୁଣ ଆଗୋ ତତ୍ତ୍ୱ

ଅନନ୍ତ କୋଟି ସାଧୁଗଣ

କନା କଉପୁନି ଧାରଣ

କପିକେତନ ବାନା ଏହି

ଅଛନ୍ତି ଭକ୍ତଜନ ପାଇ

 

 

 

 

ଗହଣି ଖଟଣି ଏମାନ

ଶୁଣ ତୁ ଏହାଙ୍କର ନାମ

ବୈକୁଣ୍ଠବାସୀ ଏ ଅଟନ୍ତି

ଶ୍ରୀଗୁରୁ ସେବାରେ‌ ଖଟନ୍ତି

ଅରୂପ ସ୍ଵାମୀ ଶ୍ରୀଅଙ୍ଗରୁ

ଜନ୍ମି ଏ ଅଛନ୍ତି ଆଦ୍ୟରୁ

ବ୍ରହ୍ମାଣ୍ଡ ପ୍ରଳୟର କାଳେ

ଏ ସବୁ ବିଷ୍ଣୁଗର୍ଭେ‌ ଥିଲେ

।।

 

 

 

 

ପ୍ରଳୟ ଅନ୍ତେ ହେଲା ସୃଷ୍ଟି

ସର୍ଜନ କଲେ ପରମେଷ୍ଟି

ସୃଷ୍ଟିରେ ସର୍ବ ହେଲା କ୍ଷିତ

ଭକ୍ତ ନୋହିଲା ପରାଙ୍ଗତି

ଜାଣି ଅଲେଖ ଦୟା କଲେ

ଭୃତ୍ୟମାନଙ୍କୁ ଆଜ୍ଞାଦେଲେ

ଯାଅ ଯା ସକଳ ସେବକେ

ଜନମଲଭ ଭୁବ ଲୋକେ

ଭଗତବିଖ୍ୟାତ ମର୍ତ୍ତରେ

ତରି ତାର ପତିତ ନରେ‌

ସୁକୃତ ଉଦୟ କରାଇ

ଧର୍ମ ସ୍ଥାପନା କର ମହୀ

 

ଯୁଗକୁ ଯୁଗ ଅନୁମରି

ଧର୍ମ ସ୍ଥାପନା କର ମହୀ

ଯୁଗକୁ ଯୁଗ ଅନୁମରି

ଥାଅ ଭଗତି ମାର୍ଗେ ବାରି

ଆଗତ ସୁବାହୁ କଳିରେ

ଆମ୍ଭେ ଜନ୍ମିବୁ ମର୍ତ୍ତପୁରେ

ପ୍ରବୃଦ୍ଧ ଅଙ୍ଗେ ହେବୁ ଜାତ

ଶୂନ୍ୟ ଅଯୋନିରୁ ସମ୍ଭୁତ

କଳିରେ‌ ହେବ ପାପ ଗରୁ

ଅଘୋର ଅନ୍ୟାୟ ହେବାରୁ

ମହିଁମା ଧର୍ମ ପ୍ରକାଶିବୁ

ଧର୍ମେ ଧରି‌ତ ଉଶ୍ୱାସିବୁ

ତୁମ୍ଭଙ୍କୁ ଦେବୁ ଭକ୍ତିକଳା

ନିର୍ବେଦେ ଉପୁଜିବ ଲୀଳା

ପୁଣି ସେ ତନୁକୁ ତେଜିବୁ

କଳଙ୍କି ଅବତାର ହେବୁ

ଧର୍ମେ ସ୍ଥାପିବୁ ବସୁନ୍ଧରୀ

ତୁମ୍ଭର ବାଞ୍ଚା ସିଦ୍ଧ କରି

ସଙ୍ଗେ ଘେନ।ଇ ନିଜପୁରେ

ପ୍ରବେଶ ସେ କଳି ଶେଷରେ

।।‌

ଏମନ୍ତ ଉପୁଜିବ ଭାବ

ଯାଅ ଯା ମର୍ତ୍ତ୍ୟେ ଜନ୍ମହେବ

।।

ଏମନ୍ତ ଆଜ୍ଞା ତାକୁ ଦେଇ

ମଉନେ ରହିଲେ ଗୋସାଇଁ

।।

ଆଜ୍ଞାରେ ସବେ ଜନ୍ମ ହେଲେ

ସୁବାହୁ ସତ୍ୟ ମର୍ତ୍ତ୍ୟପୁରେ

ବ୍ରହ୍ମା ଅଙ୍ଗରେ ଅବତରି

ଯେ ୠଷିତପୀ ବ୍ରହ୍ମଚାରୀ

 

 

 

 

ଆଜ୍ଞାପ୍ରକାଶ କଲେ‌ ମର୍ତ୍ତ୍ୟେ

ସୁବୋଧ ସୁଜ୍ଞାନ ସୁଚିତ୍ତେ‌

ତପ ଆରାଧି ବନଦଶେ

ନିଶ୍ଚଳେ ବସିଲେ ବିଶ୍ୱାସେ

ବ୍ରହ୍ମ ଉତ୍ସର୍ଗେ ନେଲେ ଦିନ

ଜନ୍ମିଲେ ଶ୍ରୀଦଧିବାମନ

ସେ ଯେ ଅଟନ୍ତି ବ୍ରହ୍ମଦେବ

ସେ ପୁଣି ଭକ୍ତକଲେ ଠାବ

 

 

 

 

ସମୟେ ହେଲେ ଭେଟାଭେଟି

ବିନୋଦେ ଯୁଗ ଗଲା କଟି

ପୁଣି ତ୍ରତୟାଯୁଗ ହେଲା

ଶୁଣ ଭବାନୀ ଭକ୍ତଳୀଳା

ଥୋକାଏ ୠଷି ବିପ୍ର ହୋଇ

ଥିଲେ ଉତ୍ତମ ତନ ବହି

କେତେ ବା କର୍ମ ଭ୍ରଷ୍ଟ କରି

ତ୍ରେତୟା ଯୁଗେ ଅବତରି

 

 

 

 

କିଷ୍କିନ୍ଧ୍ୟା ଅଯୋଧ୍ୟା ରାଜ୍ୟରେ

ଶ୍ରୀରାମ ସଙ୍ଗ ବିହରିଲେ

ସେ ଯୁଗେ ଖେଳକରି ଶେଷ

ଦ୍ୱାପର ହୋଇଲେ‌ ପ୍ରକାଶ

।।

ମଧୁବନର ଗୋପପୁରେ

ହସ୍ତିନା ବାରୁଣୀ ରାଜ୍ୟରେ

ବିଷ୍ଣୁସଙ୍ଗତେ କ୍ରୀଡ଼ାକରି

ଭଗତି ମାର୍ଗ ଅନୁସରି

 

 

 

 

କ୍ଷତ୍ରୀ ରୂପରେ‌ ହୋଇ ଜନ୍ମ

ମତ୍ତମତ୍ତାଙ୍ଗେ ହେଲେ ଭ୍ରମ

ସେ ବିଷ୍ଣୁ କୂଟେ ଭ୍ରଷ୍ଟ ହେଲେ

ଠୁଳ ରୂପରେ ସମ୍ଭାଳିଲେ

ଶ୍ରୀଗୁରୁ ଆଜ୍ଞା ଶିରେ‌ ବହି

ଏ କଳିଯୁଗେ ଛନ୍ତି ରହି

ସିଦ୍ଧ ଗୁରୁଙ୍କ ସାଇ ଭେଟ

ପାଶୋରଗଲା ଭବକଷ୍ଟ

 

 

 

 

ଲଭିଲେ‌ ନିର୍ବେଦ ସାଧନା

ଅଖଣ୍ଡେ ଠୁଳ ନିତ୍ୟବାନା

ସକଳ ଦୁଃଖ ଗଲା ନାଶ

ଭେଟିଲେ ଅନାଦି ପୁରୁଷ

ଶ୍ରୀଆଜ୍ଞା ଶିରାଗ୍ରତ କରି

ଶ୍ରୀଗୁରୁ ଛାମୁରେ ବିହରି

ନଷ୍କାମେ ସମ୍ପଦିଲେ କାଏ

ନିର୍ଗୁଣ ନିର୍ବେଦେ ଉଦୟେ

 

 

 

 

ନିଷ୍ଠା ଆଜ୍ଞାକୁ ପ୍ରତିପାଳି

ଅଙ୍ଗରୁ କଟାଇଳେ କଳି

ଶ୍ରୀଗୁରୁ ସବାରେ‌ ଖଟିଲେ

ରାତ୍ରଦିବସ ନ ଜାଣିଲେ

ଆଡ଼ ବନ୍ଧରେ‌ କଉପୁନି

ଅଛନ୍ତି ସର୍ବ ଭ୍‌କ୍ତ ଘେନି

ଅନନ୍ତ କୋଟି ସାଧ ଏହି

ଦେଖି ଗୋ ଥାଅନେତ୍ରେଫେଇ

।।

 

 

 

 

କହିଲୁ ଗୁପତ ଏ ଭାବ

ଏ କଲିକାଳ କ୍ଷୟଯିବ

ସେ ଯେ ଅନନ୍ତ ଗୁରୁଶିଷ୍ୟ

ଗୁପ୍ତରେ ହୋଇଲେ ପ୍ରକାଶ

।।

ଧର୍ମରେ କଟାଇବେ ଯୁଗ

ସତ୍ୟେ କରିବେ ମହୀ ଭୋଗ

କାହାର ନାହିଁ ଏଣେ ଚେତା

କହଇ ବରଜ ଅଚତା

 

 

 

 

ମୋ ସ୍ଵାମୀ ଅଟନ୍ତି ଅଲେଖ

ସେ ପ୍ରଭୁ ସେବକ ମୁଁ ଲୋକ

।।

ସୁଜନେ ଦୋଷ ମୋ ନ ଧର

ଅମନ ମଣ୍ଡଳେ ପ୍ରଚାର

ଜ୍ଞାନ ଖଡଗେ ପାପଛେଦି

ଅଖଣ୍ଡ ଏକାକ୍ଷର ଭେଦି

।।

ଶରଣ ମାଗ ନିରନ୍ତର

ଜନ୍ମ ମରଣୁ ହେବ ପାର

 

 

ଇତି ଶ୍ରୀ ଅନାଦିସଂହିତାୟା ସୁଜନଜନହିତାୟା

ଈଶ୍ୱର ପାର୍ବତୀସମ୍ବାଦେ ନିଷ୍କାମ ଗୁପ୍ତଧର୍ମ

ପ୍ରକାଶ କଥନଂ ନାମ ଅଷ୍ଟମୋଧ୍ୟାୟଂ

 

ଦଶମ ଅଧ୍ୟାୟ

ଈଶ୍ୱର ଉବାଚ

ଏବେ ଗୋ ଶୁଣ ସିଦ୍ଧେଶ୍ୱରୀ

କହିବା ଗୁପତ ବିସ୍ତାରି

ଅନାଦି ସ୍ୱାମୀଙ୍କର ଶିଷ୍ୟ

ଭ୍ରମୁ ଗୋ ଅଛନ୍ତ ତ୍ରିଦଶ

ଆବର ଗୃହକର୍ମ କରି

ରହିଅଛନ୍ତି ତପଚାରି

ବେଦ ଆଧ୍ୟାନୁ‌ ପରକାଶି

ନର୍ବେଦ କର୍ମେ ଛନ୍ତି ରସି

 

 

 

 

ହୃଦୁ ନ ବାରି କ୍ରିୟାକର୍ମ

ବର୍ହ୍ୟେ ପ୍ରକାଶୁଛନ୍ତି ଧର୍ମ

ସିଦ୍ଧବଚନ ପ୍ରତିପାଳି।

ବ୍ରହ୍ମ ଅନେକ ପରିଖାଳି

ନିଷ୍ମାମେ ଧରି ତାଙ୍କଯାଏ

ସେବନ୍ତି ଭକ୍ତଜନ ପ୍ରାୟେ

।।

ତତ୍ତ୍ୱଦରଶି ଶାନ୍ତି ମନ

ନିତ୍ୟେ ପାଳନ୍ତି ଇଷ୍ଟଧର୍ମ

 

 

 

 

ଏ ଭାବେ ଗୃହରେ ଭକତ

ସ୍ତିରୀ ବାଳକ ବୃଦ୍ଧମତ୍ତ

ଉଦୟ ଅସ୍ତ କରି ଭକ୍ତି

ବେପାର ବାଣିଜ୍ୟ କରନ୍ତି

ତ୍ରିତାପ ବାଧା ପରିହରି

ଅତିଥଜନେ ସେବା କରି

ସ୍ୱକର୍ମ ଛେଦି ନିଷ୍କାମରେ

ସୁଶାନ୍ତୁ ଶାନ୍ତ ହୃଦୟରେ

 

 

 

 

ଅଛନ୍ତି ଗୃହମଧ୍ୟେ ରହି

ଶ୍ରୀଗୁରୁ ସ୍ଵାମୀ ଆଜ୍ଞାପାଇ

ଏବେ ଗୋ ଶୁଣ ମହାସତି

ସେ ସର୍ବ ବାକ୍ୟ କଟିଗଲା

।।

ବ୍ରହ୍ମାଣ୍ଡେ ଯେବା ଧର୍ମଥିଲା

ସେ ସର୍ବ ବାକ୍ୟ କଟିଗଲା

ଆଚାରି ଚାରିଧର୍ମ କାଟି

ନିଷ୍କାମେ ଚାରିମାର୍ଗେ ରଟି

ସେ ବୀରବଧୂ ବାନା ଦେଲେ

କପି କେତନ ସମର୍ପିଲେ

ଅତିଥି ଏ ବେନି ମାର୍ଗରେ

ଧାରଣା କଲେ ବ୍ରହ୍ମାଣ୍ଡରେ

ଗୃହେ ଭକ୍ତଙ୍କୁ ଦେଲେ ଭକ୍ତି

ସ୍ତିରୀ ପୁରୁଷ ସେବିଛନ୍ତି

ନିଷ୍କାମ ଚାରିମାର୍ଗ ଭଜି

ଏ ଏକ ମାର୍ଗରେ‌ ଵିରାଜି

କଳିରେ‌ ସତ୍ୟଧର୍ମ ଉଦେ

ବ୍ରହ୍ମାଣ୍ତ ପାପଭାରା ଛେଦେ

ଯେ ପିଣ୍ଡ ବ୍ରହ୍ମାଣ୍ଡ କରତା

ସକଳ ଜୀବ ପିତାମାତା

ଦୟାଳୁ ପୁରୁଷ ମୁରାରୀ

କୋଟି ବ୍ରହ୍ମାଣ୍ଡ ଅଧିକାରୀ

ସେ ପ୍ରଭୁ ବୈଷ୍ଣବ ବେଶରେ‌

ପ୍ରକାଶିଛନ୍ତି ମର୍ତ୍ତ୍ୟପୁରେ

ଯୋଗି ବିନାଶି ସର୍ବଧର୍ମ

ଚାଖି ପାଇଲେ ବେଦଧର୍ମ

ଛବେଦ ପରେ‌ ଧର୍ମ ଚାଖି

ଏ ଚାରିବବେଦକୁ ଉପେକ୍ଷି

ଦେଵା ଦେବକୁ କଲେ କାଟ

ସତ୍ୟରେ ସମ୍ପାଦିଲେ ଘଟ

ଭକ୍ତଙ୍କୁ ତତ୍ତ୍ୱପଦେ ଥୋଇ

ବ୍ରହ୍ମ ସ୍ଵରୂପେ ଛନ୍ତି ରହି

ଚିହ୍ନି ସେବିଲେ ସାଧୁସନ୍ଥ

ମର୍ଖାଦି ଜନେ ଅପ୍ରାପତ

ପରତେ ନ ଯାଏ ମନକୁ

ମଦ୍ୟପ ଭକ୍ଷି ମଦିରାକୁ

ହିଂସାଦି କୁଟ ମାନଦମ୍ଭ

ଅଣ ଆଚାର ମତଗର୍ବ

।।

ଯୋଗି ଖପରେ‌ ଯାନ୍ତି ବହି

ଅପରେ କଛିମାତ୍ର ନାହିଁ

 

 

 

 

ନୟନେ ଦେଖୁଛନ୍ତି ଜନ

କର୍ଣ୍ଣରେ କରନ୍ତି ଶ୍ରବଣ

।।

ତଥାପି ନିତ୍ୟ ଭେ‌ଖ ଚାହିଁ

ହୃଦରେ‌ ଚେତା ନ ରଖଇ

ଅତର୍କେ ପଥେ ହୋଇ ମତ

ଶେଷେ ବଞ୍ଚିତ ନର୍କପଥ

କରଣ କରତା ସଂସାରେ

ପ୍ରକାଶ ବୃଦ୍ଧ ସ୍ୱରୂପରେ

 

 

 

 

ଅଙ୍ଗରେ‌ ସର୍ବ ସିଦ୍ଧ ବହି

ଭଗତ ମେଳେ ଛନ୍ତି ରହି

ଶୁଣ ତୁ ହେମବନ୍ତ ସୁତା

ସେ ଗୁରୁ ସ୍ୱାମୀଙ୍କ ବ୍ୟବସ୍ଥା

ଏ କଇଳାସ ନିକଟରେ

ଏକାମ୍ଭର ବନ ମଧ୍ୟରେ

ଖଣ୍ଡପର୍ବତରେ ଆସନ

କଲେ ଶ୍ରୀଗୁରୁ ନାରାୟଣ

।।

 

 

 

 

ଭକ୍ଷିଲେ ଗୁପ୍ତେ କ୍ଷୀରନୀର

ବ୍ରହ୍ମାଣ୍ଡେ ଭକ୍ତଙ୍କ ହିତର

।।

ସ୍ୱକାମ ଗୁଣ ଛେଦି ସର୍ବେ

ସେ ସ୍ୱାମୀ ମହିମା ଅପୂର୍ବେ

।।

ବାର ବରଷ ନିଷ୍ଠାଭାବେ

ଧ୍ୟାଇବସିଲେ ଏକଠାବେ

।।

ପୁଣି ସେ ଅନାହତ ଧୂନୀ

ସ୍ଥାପିଲେ ଭଗତଙ୍କୁ ଘେନି

।।

 

 

 

 

ବ୍ରହ୍ମାଣ୍ଡପାପ ଏକାବେଳେ

ବସିବେ ବେହାର ମଣ୍ଡଳେ

।।

ଠାବେ ଠାବେ ନିରୋପି ଟୁଙ୍ଗି

ବାହ୍ୟ କର୍ମକୁ ଦେଲେ ଫିଙ୍ଗି

।।

ବ୍ରହ୍ମ ଉପଦେଶ ଭକ୍ତଙ୍କୁ

ବୁଝାଇଲେ ଏକ ପାଦକୁ

।।

ଶୂନ୍ୟ ଶବଦ ସମ୍ଭାଇଲେ

ନିଜ ବିଭୁତି ଚିହ୍ନାଇଲେ

।।

 

 

 

 

ଭୀମ ଶ୍ରୀମୁଖେ ଶୂନ୍ୟପଦ

ରଚିଲେ ସେ ଅନାଦିକନ୍ଧ

।।

ସେ ଭୀମ ପରମ ବିଶ୍ୱାସୀ

କହେ ଅଚ୍ୟୁତ ବ୍ରଜଅଂଶୀ

।।

ସୁଜନେ ଶୂନ୍ୟେବ୍ରହ୍ମେ ରସ

ଏ ଘୋର କନ୍ଦଳେ ନ ପଶ

।।

ସାଧୁଚରଣେ ଯାଇ ପଡ଼ି

କପୋଳେ ବେନିକର ଯୋଡ଼ି

।।

 

 

 

 

ଶରଣ ମାଗ ନିରନ୍ତର

ବୋଲ ଆମ୍ଭଙ୍କୁ ନ୍ତ୍ରାହିକର

।।

ଶ୍ରୀପାଦ ରେଣୁ ପାନକରି

ଅଖଣ୍ଡ ବ୍ରହ୍ମରେ ସଞ୍ଚରି

।।

ଅରୂପବ୍ରହ୍ମେ ଲୀନ ହେବ

ଜନ୍ମ ମରଣୁ ନିସ୍ତରିବ

।।

 

ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନହିତାୟାଂ ଈଶ୍ୱରପାର୍ବତୀ

ସମ୍ବାଦେ ନିଷ୍କାମଗୁପ୍ତଧର୍ମ ପ୍ରକାଶ କଥନେ

ନାମ ଦଶମୋଽଧ୍ୟାୟଃ

 

ଏକାଦଶ ଅଧ୍ୟାୟ

ଅନାଦିବ୍ରହ୍ମ ଉବାଚ

ଶୁଣ ଗୋ ସିଦ୍ଧଙ୍କ ବନିତା

ସେ ଭୀମସେନଙ୍କର କଥା

।।

ପୂର୍ବେ ସେ ମହା ଶୂନ୍ୟବାସୀ

ରାଧାଙ୍ଗ ସେ ଅରୂପଅଂଶୀ

।।

ବ୍ରହ୍ମାଣ୍ଡେ ସତ୍ୟ ଉଦେପାଇ

ନିତ୍ୟରୁ ପେଷିଲେ ଗୋସାଇଁ

।।

ବୋଇଲେ ଯାଅରେ କୁମର

ସତ୍ୟରେ ହୁଅ ପରଚାର

।।

 

 

 

 

ଧର୍ମରେ ସ୍ଥିର କର ମହୀ

ନିର୍ଗୁଣ ସାରସ୍ୱତ ଫେଇ

।।

ଶ୍ରୀଆଜ୍ଞା ଘେନି ଶିରାଗ୍ରତ

ମୃତ୍ୟୁମଣ୍ଡଳେ ହୁଅ ଜାତ

।।

ସୁବାହୁ ସତ୍ୟାଦି ଯୁଗରେ

କବିତା ଶୁନ୍ତ୍ର ବୋଲାଇଲେ

।।

ରଚିଲେ ନିର୍ଗୁଣ ମହିମା

ଅତି କଠୋର ଗୁଣ ସୀମା

।।

 

 

 

 

ଶେଷେ ଠୁଳରେ ସମ୍ଭାଇଲେ

ତେନ୍ତ୍ରୟା ଯୁଗେ ଜନ୍ମ ହେଲେ

।।

ବାଲମୀକ ନାମ ତାଙ୍କର

କଲେ ସେ ନିର୍ଗୁଣ ପ୍ରଚାର

।।

ମହିମା ପାଦେ ଯହୁଁ ଭଜି

କଷ୍ଟ ଅଙ୍କୁଶ ଦୂରେ ତେଜି

।।

ଦ୍ୱାପରେ ହୋଇଲେ ପ୍ରକାଶ

ନାମ ତାଙ୍କ ଶାରଳା ଦାସ

।।

 

 

 

 

କବିତାପଦ ପରକାଶି

ଅନ୍ତେ ଅରୂପ ବ୍ରହ୍ମେ ମିଶି

।।

ଏ କଳି ହୋଇଲା ପ୍ରକାଶ

ତୁଟିଲା ଧର୍ମର ବିଶ୍ୱାସ

।।

ମହା ଅନ୍ୟାୟ ଅଧର୍ମରୁ

ପୃଥିବୀ ଭାଗ ହେଲା ଗୁରୁ

।।

ସଂଯୋଗେ ପଡ଼ିଲା କଷଣ

ଜାଣିଲେ ଗୁରୁ ନାରାୟଣ

।।

ସଙ୍ଗତେ ଭୃତ୍ୟଗଣ ଘେନି

ପ୍ରକାଶ ହେଲେ ଏ ମେଦିନୀ

।।

ସେ ଭୀମ ହୋଇଲେ ସମ୍ଭୂତ

ଏ କଳିଯୁଗେ ଶୁଣ ମିତ

।।

ଏ ମହା ନିତ୍ୟସ୍ଥଳବାସୀ

କନ୍ଧକକୁଳରେ ପରକାଶି

।।

ବ୍ରହ୍ମଦରଶୀ ଶୁଦ୍ଧ ତନୁ

ସେ ଗୋ ଭଗତକୁଳ ଭାନୁ

।।

ତା ବେନି ନୟନେ ନ ଦିଶି

ନିଶ୍ଚଳ ଭାବେ ଥାଇ ବସି

।।

କୋଟି ବ୍ରହ୍ମାଣ୍ଡ ସାରସ୍ୱତ

ଶ୍ରୀଗୁରୁ ଅନାଦି ଅବ୍‌ଧୂତ

।।

ବ୍ରହ୍ମାଣ୍ଡ କରି ପ୍ରଦକ୍ଷିଣ

ବିଜୟ କଲେ ତା ଭୁବନ

।।

ଭଗତଭାବେ ବ୍ରହ୍ମରାଶି

ଭୀମକୁ କହିଲେ ବିଶେଷି

।।

ତା ଅଙ୍ଗେ ମାୟା ଥିଲା ଘୋଟି

ଗୁରୁ ଦର୍ଶନେ ଗଲା କଟି

।।

ଶ୍ରୀପଦେ ଭିକ୍ଷା ଯୋଗାଇଲେ

ବ୍ରହ୍ମାଣ୍ଡ ସମ୍ଭାଳ ବୋଇଲେ

।।

ଭୀମ ଭଗତି ହୃଦେ ଲଇ

ବୋଲନ୍ତି ଅରୂପ ଗୋସାଇଁ

।।

ଶ୍ରୀ ଅନାଦି ବ୍ରହ୍ମ ଉବାଚ

ଶୁଣ ଗୋ ଭଗତ ନିଷ୍କାମି

ନ୍ତ୍ରିପୁରେ ଅଛଇ ମୁଁ ଭ୍ରମି

।।

କେହି ନ ଚିହ୍ନିଲେ ଆମ୍ଭଙ୍କୁ

ଏକାଳେ ଭେଟିଲି ତୁମ୍ଭଙ୍କୁ

।।

ତୁ ଅଟୁ ଭକତ ଆମ୍ଭରେ

ଦେବୁ ଅମୃତ ସଞ୍ଚା ମୋରେ

।।

ତୋ ଯଶ ନ୍ତ୍ରିଭୁବନେ ପୂରି

କୋଟି ବ୍ରହ୍ମାଣ୍ଡ ବସୁନ୍ଧରୀ

।।

 

 

 

 

ଭକତି ଘେନ ତୁ ଆମ୍ଭରି

ଅମନ ମଧ୍ୟରେ ସଞ୍ଚରି

।।

ଅଟଇ ମଣ୍ଡଳରେ ବାଇ

ଅନହତରେ ରଖ ନେଇ

।।

ବିରାଜୁଅଛି ଏକପାଦ

ବାଜୁଛି ଅନହତେ ବାଦ୍ୟ

।।

ସେ ପାଦେ ଖଟାଅ ମନକୁ

ଭୟ ତୋ ନ ଥାଉ ଭବକୁ

।।

 

 

 

 

ଯେ ଆଜ୍ଞା ଶୂନ୍ୟବାସିଙ୍କର

ନ୍ତ୍ରିବାର ସତ୍ୟ ପାଳି ଧର

।।

ଧରତି ଆକାଶକୁ ଚାହିଁ

ଏ ସତ୍ୟ ସତ୍ୟମାନ ତୁହି

।।

ଶୁଣି ସେ ଭୀମ ସତ୍ୟକଲେ

ଶ୍ରୀପଦେ ଶରଣ ମାଗିଲେ

।।

ଯେ ଆଜ୍ଞା ହୋଇବ ଗୋସାଇଁ

ସେ ନିଷ୍ଠାଧର୍ମ ପାଳିବଇଁ

।।

 

 

 

 

ଭକତ ଭାବ ଜାଣି ସ୍ୱାମୀ

ପ୍ରସନ୍ନ ଗୁରୁ ଅନ୍ତର୍ଯ୍ୟାମୀ

।।

ଏକାକ୍ଷର ଧର୍ମ ଦୀକ୍ଷାକୁ

ବୁଝାଇ ଦେଲେ ଭକତଙ୍କୁ

।।

ଠାରି କହିଲେ ହୃଦୟରେ

ଆସନେ ନ୍ତ୍ରିବୁଟ ଉପରେ

।।

ବହୁଛି ଏକାକ୍ଷରି ବାଇ

ଅଣଅକ୍ଷର ଭେଦପାଇ

।।

 

 

 

 

ଫଣି ମଣିକି ହେତୁ କର

ଏହାଙ୍କୁ ଏକପାଦେ ଧର

।।

ସେ ମଣିଠାରେ ରଖ ଚେତା

ତୁଟିବ ଭବ ଭୟ ବ୍ୟଥା

।।

ଜାଳିଲେ ନିଧୂର୍ମ ଅନଳ

ଯେଣେ କାଟିବ ଘୋର କାଳ

।।

ଅରୂପ ଭାବରେ ନିମଜ୍ଜ

ରାନ୍ତ୍ର ଦିବସ ଏକ ହେଜ

।।

 

 

 

 

ଅଣଅକ୍ଷର ସେ ଅଲେଖ

ଶିଶୁ ଗୁମ୍ଫାର ରନ୍ଧ୍ରେ ଦେଖ

।।

ଉଲଟି ବହୁଛି ଉଜାଣି

ଧାରଣେ ଧର ତାଙ୍କୁ ସ୍ୱାମୀ

।।

ଭଉଁରି ପ୍ରାୟ କରି ମନ

ଅଲେଖ ବ୍ରହ୍ମେ ହେବୁ ଲୀନ

।।

ମହାଶୂନ୍ୟରୁ ପ୍ରକାଶିଛ

ଅରୂପ ରୂପ ନ ଦିଶୁଛି

।।

 

 

 

 

ଠୁଳ ଶୂନ୍ୟ ଉପରେ ବାସ

ରହିଛି ସେ ବ୍ରହ୍ମ ପୁରୁଷ

।।

ବ୍ରହ୍ମ ବୋଲି ସର୍ବେ ବୋଲନ୍ତି

କେହି ତା ଚିହ୍ନି ନ ପାରନ୍ତି

।।

ନିଷ୍କାମ ପଥେ ଯେ ଗମିବ

ଏକା ଅକ୍ଷରଟି ଦିଶିବ

।।

ତେବେ ବ୍ରହ୍ମରେ ହେବ ଭେଟ

ନାଶ ହୋଇବ ଭବକଷ୍ଟ

।।

 

 

 

 

ସେହି ପୁରୁଷ ଅଟେ ମୁହଁ

ପ୍ରତ୍ୟକ୍ଷେ ଦେଖ ବୃଦ୍ଧଦେହୀ

।।

ଅଯୋନି ସମ୍ଭୁତ ଏକାଏ

ସକଳ ସିଦ୍ଧ ବ୍ରହ୍ମମୟେ

।।

ତୋତେ ପ୍ରସନ୍ନ ଆମ୍ଭଚିତ୍ତ

ପ୍ରକାଶି କହିଲୁ ଗୁପତ

।।

ତୁ ଏ ବଚନ ନିଷ୍ଠାଧର

ନିର୍ବେଦ ପଥରେ ବିହାର

।।

 

 

 

 

ମହିମା ପଦ କରଖ୍ୟାତ

ଜନ୍ମି ଅଛନ୍ତି ସର୍ବଭକ୍ତ

।।

ତୁମ୍ଭରି ଯୁଗେ କବି ନୃପ

ଚେତାଇ କହିଲୁଟି ବାପ

।।

ଚେତ ଅମନ ମନ୍ଦିରକୁ

ବର୍ଣ୍ଣ ତୁ ମହିମା ନାମକୁ

।।

ଭକ୍ତକୁ କରି ଦିଅ ଚେତା

ରଚି କଲିରେ ରଖ ପୋଥା

।।

 

 

 

 

 

 

 

 

ଏମନ୍ତ ଭୀମ ଆଗେ କହି

ଅନ୍ତର ହେଲେ ଶୂନ୍ୟ ଦେହୀ

।।

ଶୁଣ ଅପର୍ଣ୍ଣା ତତ୍ତ୍ୱଭେଦ

ଶ୍ରୀଗୁରୁ ଶିଷ୍ୟଙ୍କ ସମ୍ବାଦ

।।

ସେ ଭୀମ ନିର୍ଗୁଣେ ପଶିଲେ

ପ୍ରଭୁ ମହିମା ପ୍ରକାଶିଲେ

।।

ଏ ଚାରିବେଦୁ ସାର ଶୁଣି

ଅଲେଖ ଏକପାଦ ବର୍ଣ୍ଣି

।।

 

 

 

 

ଭକ୍ତଙ୍କ ମନ କଲେ ତୋଷ

ଦେଖାଇ ତତ୍ତ୍ୱ ଉପଦେଶ

।।

ସାର ପୁରାଣ ଗ୍ରନ୍ଥଲେଖି

ଗୁପତ ଭାବେ ଯିବେ ରଖି

।।

ଏ ମାୟାମୟ ଅଙ୍ଗତେଜି

ଏକା ଅକ୍ଷରେ ଯିବେ ମଜ୍ଜି

।।

କଳଙ୍କି ଅବତାର ହେବେ

ରାଧାଙ୍ଗ କାନ୍ତି ପ୍ରକାଶିତ

।।

 

 

 

 

ଶ୍ରୀଗୁରୁ ସେବାରେ ଖଟଣି

ସେ ନିତ୍ୟ ଭକ୍ତ ଭୀମମଣି

।।

ଏମନ୍ତ ଭାବ ଉପୁଜିବ

ଅସତ୍ୟ ଯାଇଁ ସତ୍ୟ ହେବ

।।

କହିଲୁ ଗୁପତ ଏ ବାକ୍ୟ

ପାପେ ନାଶୁଛ ନ୍ତ୍ରୟଲୋକ୍ୟ

।।

ତୁ ଏହା ଦୃଢ଼ଚିତ୍ତେ ଧର

ଶ୍ରୀ ଗୁରୁ ପାଦେ ଆଶ୍ରେକର

।।

 

 

 

 

ଅଲେଖ ନାମ ଜୟେ ଜୟେ

କମ୍ପୁଛି ତିନିପୁର ଯାଏ

।।

ପିନ୍ଧିଲା ଗଣ୍ଠି ଯିବ ଫିଟି

ଅଜପେ ଯୁଗ ଯିବ କଟି

।।

ବ୍ରହ୍ମାଣ୍ଡେ ପୁରିଛନ୍ତି ଭକ୍ତ

କେହି ନ ଜାଣେ ଏହା ତତ୍ତ୍ୱ

।।

ମୁଁ ତୋତେ କହୁଅଛି ଫେଇ

ତୁ ଏହା ଚିତ୍ତେ ଧର ସହୀ

।।

 

 

 

 

 

 

 

 

କହେ ଅଚ୍ୟୁତ ବ୍ରଜ ମୂଢ଼

ସୁଜନେ ନ୍ତ୍ରିୟା କର୍ମ ଛାଡ଼

।।

ନିଷ୍କାମ ଭକ୍ତି ଅନୁସରି

ଜୀବନ୍ତେ ସାଧୁସଙ୍ଗ କରି

।।

ତୁଟିବ ଭବଭୟ ନ୍ତ୍ରାସ

ଅନ୍ତେ ଲଭିବ ମୋକ୍ଷ ବାସ

।।

 

ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନ ହିତାୟାଂ ଈଶ୍ୱର ପାର୍ବତୀ

ସମ୍ବାଦେ ନିଷ୍କାମ ଗୁପ୍ତଧର୍ମ ପ୍ରକାଶକଥନେ

ନାମ ଏକାଦଶୋଽଧ୍ୟାୟଃ ।

 

Unknown

ଦ୍ୱାଦଶ ଅଧ୍ୟାୟ

ପାର୍ବତୀ ଉବାଚ

ଆନନ୍ଦେ ହେମବନ୍ତ ସୁତା

ଶିବ ଚରଣେ ଦେଇ ମଥା

।।

ବୋଲନ୍ତି ଏବେ ନିସ୍ତରିଲି

ତୁମ୍ଭ ଶ୍ରୀମୁଖୁ ଯା ଶୁଣିଲି

।।

ନିଷ୍କାମ ଭକ୍ତଙ୍କ ବ୍ୟବସ୍ଥା

ଶୁଣି ତୁଟିବ ଭବବ୍ୟଥା

।।

ଅଶେଷ ବ୍ରହ୍ମାଣ୍ଡର ପତି

ବୈଷ୍ଣବ ବେଶେ ଭ୍ରମୁଛନ୍ତି

।।

ତତ୍ତ୍ୱ ଦରଶି ଚିହ୍ନ ତାଙ୍କୁ

ଧ୍ୟାଇ ଅଛନ୍ତି ନିର୍ବେଦକୁ

।।

 

 

 

 

ନ୍ତ୍ରିପୁରେ ରୁହାଇଲେ ଯଶ

ରଖି ଶ୍ରୀ ପୟରେ ବିଶ୍ୱାସ

।।

ତାହାଙ୍କ କର୍ମ ଯୋଗ ଶୁଣି

ଆନନ୍ଦ ହେବି ମନେ ଗୁଣି

।।

ମୋତେ ସୁଦୟା ଯେବେ କର

ସେ ଭକ୍ତ ନାମକୁ ପ୍ରଚାର

।।

ଗୁପତ ଏକ ଏକ ଫେଇ

ଯେ ଭକ୍ତ ଗୃହେ ଛନ୍ତି ରହି

।।

 

 

 

 

ଚାରି ଯୁଗରେ ହୋଇ ଜନ୍ମ

ପାଳି ଯେ ଥିଲେ କେଉଁ ଧର୍ମ

।।

ଏ କଳିଯୁଗରେ ନିଷ୍କାମୀ

ନିର୍ବେଦ ପଥେ ଛନ୍ତି ଗମି

।।

ତାହାଙ୍କ ଆଦିଅନ୍ତ କହ

ଶୁଣି ସନ୍ତୋଷ ହେଉ ଦେହ

।।

ମୁଁ ତୁମ୍ଭ ସେବକ ଗୋସାଇଁ

ମାୟା ନ ରଖି ଦେବ ଫେଇ

।।

 

 

 

 

 

 

 

 

 

 

 

 

ଉମ ଭକତିଭାବେ ହର

ଚିନ୍ତିଲେ ମହିମା ସାଗର

।।

କ୍ଷଣେ ବସିଲେ ସ୍ଥିର ହୋଇ

ବୋଲନ୍ତି ସତୀ ମୁଖ ଚାହିଁ

।।

ତୁ ଯାହା ପୁଚ୍ଛିଲୁ ପାର୍ବତୀ

ଗୃହେ ଯେ ଭକ୍ତେ ଜନ୍ମିଛନ୍ତି

।।

ଏ ଚାରିଯୁଗେ ତାଙ୍କ ନାମ

ତୁ ପୁଚ୍ଛା କଲୁ ସତ୍ୟ ଧର୍ମ

।।

 

 

 

 

ଏଥିରେ ଅଛି ଗୁପ୍ତଭେଦ

ବାରି ପାରନ୍ତି ଏହା ସିଦ୍ଧ

।।

ଏ ସର୍ବ ବ୍ରହ୍ମପୁର ବାସୀ

ନିତ୍ୟ ମନ୍ଦିରୁ ପରକାଶି

।।

ବିଷ୍ଣୁ ଗର୍ଭରେ ଥିଲେ ରହି

ଛାମୁରେ ସେବା ନ ଯୋଗାଇ

।।

ବ୍ରହ୍ମାଣ୍ଡେ ବିହାରି ନିମନ୍ତେ

ଏସର୍ବେ ଜନ୍ମହେଲେ ମର୍ତ୍ତ୍ୟେ

।।

 

 

 

 

ସଙ୍ଗତେ ଘେନି ବ୍ରହ୍ମରାଶି

ଦେଖ ଅଛନ୍ତି ପରକାଶି

।।

ଗୃହ କର୍ମରେ ଛନ୍ତି ରହି

ତାହାଙ୍କ ଜନ୍ମ ମୃତ୍ୟୁ ନାହିଁ

।।

ନିର୍ବେଦ ପଥରେ ବସିଲେ

ମହିମା ଧର୍ମ ଆଶ୍ରିତରେ

।।

ଯେ ଅବା ଚିତ୍ତମାର୍ଗେ ଭ୍ରମ

ସେ ପୁଣି ହୋଏ ମୃତ୍ୟୁଜନ୍ମ

।।

 

 

 

 

ଆଶ୍ରିତ ରହେ ସେ ପଥକୁ

ଧ୍ୟାଇ ଅନନ୍ତ ଅରୂପକୁ

।।

ସାଧୁ ଚରଣେ କରି ଭକ୍ତ

ସେବାରେ ଖଟି ଚେତା ଦ୍ୟନ୍ତି

।।

ଅନ୍ତେ ଏନିତ୍ୟ ସ୍ଥଳ ଯିବେ

ଗୃହେ ଯେ ଭକତ ଏ ଭାବେ

।।

ଶ୍ରୀ ଗୁରୁ ଆଜ୍ଞା ପ୍ରତିପାଳି

ବିହିତ କର୍ମେ ନିଉଛାଳି

।।

 

 

 

 

 

 

 

 

ଏ କଳି ଯୁଗେ ଜନ୍ମିଛନ୍ତି

ଆଦ୍ୟହୁଁ ଜନ୍ମ ଏ ନୁହନ୍ତି

।।

ଯେବା ଅତିଥି ଗୃହେ ଜନ୍ମି

ସମୟେ ଗୃହ ଛାଡ଼ି ଭ୍ରମି

।।

ଏଥି ସଂଶୟ କିଛି ନାହିଁ

କହିବା ଶୁଣ ମନ ଦେଇ

।।

ଏ ଚାରି ଯୁଗରେ ଭକତ

ଗୃହେ ହୋଇଛନ୍ତି ଆଗତ

।।

 

 

 

 

ବାସନା ଘେନି ରହିଅଛି

ତାହା କହିବା ତୋତ ବାଛି

।।

ଗୁପତ ଭାବ ଏ ଅଟଇ

ଫେଡ଼ି ତୁ ନ କହିବୁ କାହିଁ

।।

ପୂର୍ବେ ନିତ୍ୟବାସୀ ଅଟଇ

ଏକଇ ବ୍ରହ୍ମ ଜାଣ ସହୀ

।।

ସେ ବ୍ରହ୍ମ ନିତ୍ୟ ଆତ ଜାତ

ସେବା ଖଟଣିରେ ନିୟତ

।।

 

 

 

 

ଦିନେ ସେ ନିରାକାର ବ୍ରହ୍ମ

ବାକ୍ୟକୁ କଲେକ ଲଘଂନ

।।

ସିଦ୍ଧ ବଚନ ନ ପାଳିଲେ

ଆଜ୍ଞାରେ ଅବଗାହୀ ହେଲେ

।।

ଜାଣ କୋପିଲେ ବିଷ୍ଣୁ ରୂପ

ବୋଇଲେ ଘେନ ଆମ୍ଭଶାପ

।।

ତୁ ନିତ୍ୟ ବାସୀ ସିଦ୍ଧଅଙ୍ଗି

ଆମ୍ଭ ବଚନ ଦେଲୁ ଫିଙ୍ଗି

।।

 

 

 

 

ମୂଢ଼ ସ୍ୱଭାବ ଅଟେ ତୋର

ତୁ ଏବେ ଯାଅ ଯା ପାମର

।।

ମର୍ତ୍ତ୍ୟ ମଣ୍ଡଳେ ଜାତ ହୁଅ

ପଶୁ ପରାୟ ଦିନ ନିଅ

।।

ଭବ ରୁଧିର ମୁଖେ ପଶୁ

ତୋ ଅଙ୍ଗ ପାପ ପଙ୍କେ ମିଶୁ

।।

ଏମନ୍ତ ଶୁଣି ବ୍ରହ୍ମବାକ୍ୟ

ସେ ବ୍ରହ୍ମ ହୋଇଲେ ଉତ୍ସୁକ

।।

 

 

 

 

 

 

 

 

କପୋଳେ କରଯୋଡ଼ିବେନି

ଆରତେ କରଇ ଦଇନୀ

।।

ଭୋଦେବ କର ମୋତେ ଦୟା

ଶ୍ରୀମୁଖେ ଆଜ୍ଞା ହେଲା ଯାହା

।।

କେମନ୍ତେ ନିସ୍ତରିବି ମୁହିଁ

ଫେଡ଼ି କହିବ ଦୟାବହି

।।

ପାମର ହୀନ ମୋର ବୁଦ୍ଧି

ତୋ ପାଦେ ହେଲି ଅପରାଧି

।।

 

 

 

 

ବ୍ରହ୍ମା ବଚନ ନୋହେ ଆନ

କେମନ୍ତେ ହୋଇବି ମୋଚନ

।।

ଶ୍ରୀମୁଖେ ଆଜ୍ଞା ହେଉ ମୋତେ

କହି ନମିଲେ ପାଦଗତେ

।।

ଭକ୍ତ ବିନତି ଦେଖି ସବୁ

ବୋଲନ୍ତି ନିରାକାର ପ୍ରଭୁ

।।

ଶୁଣ ହେ ଅରୁପାଦ ଶିଷ୍ୟ

ଏ ଆମ୍ଭ ଆଗତ ଉଦେଶ

।।

 

 

 

 

ତୁ ଦ୍ରୋହି ଦ୍ରୋହ ଅରଯିବୁ

ହେତୁରେ ଚେତା ବୁଡ଼ାଇବୁ

।।

ଏବେ ତୁ ଶୁଣ ମୋ ଉତ୍ତର

ଜନ୍ମ ଯା ମୃତ୍ୟୁମଣ୍ଡଳର

।।

ଏ ଚାରିଯୁଗେ ଜନ୍ମ ଲଭି

ନିୟତ ଦୋଷ ପରାଭବି

।।

କଳିରେ ବୃଦ୍ଧ ଅବତାରେ

ତାହାକୁ ଭେଟିବୁ ନିରୋଳେ

।।

 

 

 

 

ଦେଖିବୁ ତାକୁ ବେନିଡ଼ୋଳେ

ଅପ୍ରାଧ ଖଣ୍ଡିବେ ସେ କାଳେ

।।

ସେ କଳି ଶେଷେ ଉଦ୍ଧାରିବେ

ଏ ନିତ୍ୟସ୍ଥଳକୁ ଆସିବେ

।।

ଏମନ୍ତ ନିରାକାର ବାଣୀ

ଯାଇଁ ଜନ୍ମିଲେ ମର୍ତ୍ତ୍ୟେ ପୁଣି

।।

ସତ୍ୟଯୁଗରେ ମ୍ଲେଚ୍ଛ ରୁହେ

ପ୍ରକାଶ ହେଲେ ନର ଦେହେଁ

।।

 

 

 

 

 

 

 

 

ନାମ ତାଙ୍କର ହଂସ କେତୁ

ହୋଇଲା ପୂର୍ବଶାପ ହେତୁ

।।

ଅଗସ୍ତି ଆଶ୍ରମେ ରହିଲେ

ଋଷି ସେବାରେ ଦିନନେଲେ

।।

ଶ୍ରୀଗୁରୁ ପାଦପଦ୍ମ ଭବି

ସମୟ ଠୁଳରେ ସମ୍ଭବି

।।

ପୁଣି ନ୍ତ୍ରେତୟା ଯୁଗେ ଜନ୍ମ

ଜନ୍ମିଲେ ଅଯୋଧ୍ୟା ନଗ୍ରେଣ

।।

 

 

 

 

ଯାବାଳୀ ନାମଟି ତାଙ୍କର

ହୋଇଲା ସକଳେ ପ୍ରଚାର

।।

ଦ୍ୱାପରେ ଅଜାମିଳ ଦ୍ୱିଜ

ନାମ ବହିଲେ ସଖୀ ହେଜ

।।

ମଲା ଅକର୍ମେ ହୋଇ ରତ

ମଦିରାପାନେ ମନ୍ଦଚିତ୍ତ

।।

ସମୟେ ବିଷ୍ଣୁ ନାମ ଧ୍ୟାଇ

ତରିଲେ ସେ ପାପ କଟାଇ

।।

 

 

 

 

ଏ କଳିଯୁଗେ ଜନ୍ମ ତିନି

ଲଭିଲେ ପୂର୍ବଶାପ ଘେନି

।।

ପ୍ରଥମେ ଦାମୋଦର ପଣ୍ଡା

ନିୟତ କର୍ମେ ପରଚଣ୍ଡା

।।

ଗୟା ତଟେ ତାର ନିବାସ

ପୁଣି ସେ ଜନ୍ମେ ହେଲେନାଶ

।।

ଦ୍ୱିତୀୟେ ଜନ୍ମ କ୍ଷନ୍ତ୍ର ଅଂଶେ

ମଧୁସୂଦନ ନାମ ଏ ସେ

।।

 

 

 

 

ଉତ୍ତର ଦିଗରେ ପ୍ରକାଶ

କୋଡ଼ିଙ୍ଗ ଗ୍ରାମେ ତାର ବାସ

।।

ଅଳପ ଦିନେ ହେଳେ କ୍ଷୟେ

ତୃତୀୟେ ହୋଇଲେ ଉଦୟେ

।।

କରଣକୁଳେ ହେଲେ ଜାତ

ନ୍ତ୍ରିତାସ ଜ୍ୱରେ ହୋଇ ରତ

।।

ଜାମାତା ଅଟେ ଦାଶରଥି

ବ୍ରହ୍ମା ଅଂଶରେ ଉତପତି

।।

 

 

 

 

 

 

 

 

ଗୃହ ତା ବାନ୍ଧ ପୋଡ଼ା ଗ୍ରାମ

ହୃଦେ ପୂରିତ ରଜତମ

।।

ବ୍ରହ୍ମଦରଶି ଅଟେ ସେହୁ

ଶୁଣ ଭବାନୀ ଏବେ କହୁଁ

।।

ଭେଟିଲେ ଅନ୍ତର୍ଯ୍ୟାମୀ ଗୁରୁ

ତତ୍ତ୍ୱ ଲଭିଲେ ତାଙ୍କଠାରୁ

।।

ଭ୍ରମଣ ଦୁଃଖ ଗଲା ନାଶ

ଲଭିଲେ ଗୁପତ ରହସ୍ୟ

।।

 

 

 

 

ଶ୍ରୀଗୁରୁ ଦୟା ତାଙ୍କୁ ବହି

ମାଦଳା ପାଞ୍ଜି ଗଲେ ଦେଇ

।।

ସେ ତାଙ୍କୁ ରଖିଲେ ସମ୍ପାଦି

ପ୍ରକାଶିଲେ ମହିମା ଗାଦି

।।

ସକଳ ଭକ୍ତ ଦେଖି ତାଙ୍କୁ

ପଚାରି ଆଗତ ଗତକୁ

।।

ସେ ପୁଣି ନ କହନ୍ତି ଫେଇ

ଯେଣୁ ମାୟାରେ ଅଛି ମୋହି

।।

 

 

 

 

ନ୍ତ୍ରିତାପ ଜ୍ୱରେ ହୋଇ ରତ

ତା ମୁଖେ ଭାଷଇ ଅସତ୍ୟ

।।

ଶ୍ରୀସ୍ୱାମୀ ଦୟା ଯେଣୁ ତାଙ୍କୁ

ଅଛି ଏ ଯୁଗେ ତରିବାକୁ

।।

କଳଙ୍କି ସ୍ୱରୂପ ଦେଖିବୁ

ସେଯେ ନିଷ୍କାମେ ବିହରିବୁ

।।

ଗୃହରେ ଜନ୍ମ ରହିଛନ୍ତି

କହିଲୁ ଶୁଣ ଗୋ ମୃଗାକ୍ଷି

।।

 

 

 

 

ଆବର ଶୁଣ ଏବେ ତୁହି

କହେ ଅଚ୍ୟୁତ ଦାସ ବାଇ

।।

ସେ ସ୍ୱାମୀ କରିବେ କରୁଣା

ଏ ଭବେ ଭକ୍ତ ନୁହ ବଣା

।।

ଚେତିଣ ଧର ପ୍ରଭୁ ପାଦ

ତୁଟିବ କାଳ ପରମାଦ

।।

ମହାଶୂନ୍ୟେ ମନକୁ ଥୁଅ

ଏ ପିଣ୍ଡ ପ୍ରାଣ ଦାନ ଦିଅ

।।

 

 

 

 

 

 

 

 

ସୁତ କଳନ୍ତ୍ର ଗୃହ ଧନ

ଶ୍ରୀପାଦେ କରି ସମର୍ପଣ

।।

ଅଭୟ ମଣ୍ଡଳକୁ ଯିବ

ଜନ୍ମ ମରଣୁ ନିସ୍ତରିବ

।।

 

ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନ ହିତାୟାଂ ଈଶ୍ୱରପାର୍ବତୀ

ସମ୍ବାଦେ ନିଷ୍କାମ ଗୁପ୍ତ ଧର୍ମ କଥନଂ ନାମ

ଦ୍ୱାଦଶୋଽଧ୍ୟାୟଃ ।

 

ତ୍ରୟୋଦଶ ଅଧ୍ୟାୟ

ଈଶ୍ୱର ଉବାଚ

ଶୁଣ ଗୋ ଦକ୍ଷର ନନ୍ଦିନୀ

ନିଷ୍କାମ ଭଗତଙ୍କ ବାଣୀ

।।

ଜନ୍ମି ଗୋ ଗୃହେ ଛନ୍ତି ରହି

ଶୁଣ ତୁ ଦେବା ତୋତେ କହି

।।

ଅରୂପ ସେବାରେ ଖଟଣି

ସେ ନିତ୍ୟ ବ୍ରହ୍ମ ଦେବ ମୁନି

।।

ଏହାଙ୍କ ତଳେ ତିନି ମୂର୍ତ୍ତି

ଆଲଟ ସେବାରେ ଖଟନ୍ତି

।।

 

 

 

 

ସେବାରବେଳେ ଦେଲି ହାଇ

ମାୟାରେ ପଡ଼ିଲେ ଢ଼ୋକାଇ

।।

ଦେଖି ଶ୍ରୀଗୁରୁ ଆଜ୍ଞା ଦେଲେ

ମାୟା ରଞ୍ଚିଲୁ ତୁ ବୋଇଲେ

।।

ମୃତ୍ୟୁ ମଣ୍ଡଳେ ହୁଅ ଜନ୍ମ

ମାୟା ଆବୋରି କର ଧର୍ମ

।।

ଏଠାରେ ନାହିଁ ମାୟା ଦୃଷ୍ଟି

କିକର୍ମ ବହିଲୁ ପାପିଷ୍ଠି

।।

 

 

 

 

ଯାଅଯା କ୍ଷଣହେ ନ ରହ

ବିପାକ କର୍ମେ ଦିନ ନିଅ

।।

ଏମନ୍ତ ଶାପ ପାଇ ମୁନି

ଆସି ଜନ୍ମିଲେ ଏ ମେଦିନୀ

।।

ସୁବାହୁ ସତ୍ୟାଦି ଯୁଗରେ

ଅଗ୍ନିଧ ନାମକୁ ବହିଲେ

।।

ନ୍ତ୍ରେୟା ଯୁଗେ ହେଲେ ଜନ୍ମ

ନାମ ତା ଯେ ଅନୀଳ ସେନ

।।

 

 

 

 

ପଶୁଯୋନିରେ ହୋଇ ଜାତ

ସମୟେ କାଳେ ହେଲେ ହତ

।।

ପୁଣି ଦ୍ୱାପରେ ଜନ୍ମ ହେଲେ

ଚିନ୍ତ୍ରକେତୁ ନାମ ବହିଲେ

।।

କଳି ଶେଷରେ ହେଲେ ଜନ୍ମ

ଚେତି ଧଇଲେ ସତ୍ୟ ଧର୍ମ

।।

ହରିସାହୁ ନାମ ତାଙ୍କର

ବୁଡ଼ାଙ୍ଗ ଦେଶେ ତାଙ୍କ ଘର

।।

ଯାତିରେ ଅଟଇ ଗୁଡ଼ିଆ

ସେ ଗୃହୀ ଗୃହେ ନାହିଁ ନ୍ତ୍ରିୟା

।।

ଅନାଦିସ୍ୱାମୀ ଗୁରୁ ଭୃତ୍ୟ

ୟାମଳେ ତେରଜଣ ଭକ୍ତ

।।

ପ୍ରକାଶିଛନ୍ତି ଗୁପ୍ତ ହୋଇ

ଏହାଙ୍କ ପିଢ଼େ ଭକ୍ତ ଏହି

।।

କାଳେ ଗୋ ଚିହ୍ନିବା ତାହାଙ୍କୁ

ଏ କଳି ଶେଷେ ଦେଖ ତାଙ୍କୁ

।।

ନିଷ୍କାମ ଧର୍ମେ ଛନ୍ତି ରସି

ଏବେ ଗୋ ଶୁଣ ଶୁଭ୍ରକେଶୀ

।।

ମହିମା ସ୍ୱାମିଙ୍କର ଭୃତ୍ୟ

ଅଙ୍ଗନା ସିଦ୍ଧଙ୍କ ଦୁହିତ

।।

ଶ୍ରୀଗୁରୁ ଆଜ୍ଞା ଶିରେ ବହି

ମର୍ତ୍ତ୍ୟମଣ୍ଡଳେ ଜନ୍ମ ହୋଇ

।।

ନାମ ତାଙ୍କର ପଉଲସ୍ତି

ବ୍ରହ୍ମ ଅଙ୍ଗରେ ଉତପତି

।।

ସାଧି ଅଖଣ୍ଡ ବ୍ରହ୍ମଜ୍ଞାନ

ନିଷ୍କାମେ ବଞ୍ଚାଇଲେ ଦିନ

।।

ଅରୂପ ବ୍ରହ୍ମେ କରିଠାବ

ଜାଣି ରହଲେ ଦୁଇଯୁଗ

।।

ଦ୍ୱାପରେ ପାଲଟିଲେ ଦେହି

ଯେ ଯୁଗେ ଜନ୍ମ ତାଙ୍କ ନାହିଁ

।।

କଳିରେ ହୋଇଲେ ପ୍ରକାଶ

ନାମ ତା ଜଗନ୍ନାଥ ଦାସ

।।

ରଚିଲେ ଭଗବତପୋଥା

ବ୍ରହ୍ମାଣ୍ଡେ ରୁହାଇଲେ କଥା

।।

ତତ୍ତ୍ୱ ଆରାଧି ଶାନ୍ତ ମନ

ନାମ ଗାୟନେ ନେଲେ ଦିନ

।।

ପତ୍ନୀନାମ ତା ରଙ୍ଗବତୀ

ସତ୍ୟାଦି ପତିବ୍ରତା ମୋତି

।।

ସେ ଜଗନ୍ନାଥ ଦାସ ଦ୍ୱିଜ

ଅଖଣ୍ଡ ବ୍ରହ୍ମ ଶିଷ୍ୟ ହେଜ

।।

 

 

 

 

ହୃଦେ ତତ୍ତ୍ୱଠାବ କରିଣ

 

ସେ ତତ୍ତ୍ୱ ପାଦେ ହେଲେଲୀନ

।।

ଏ କଳିଶେଷେ ପ୍ରକାଶିଲେ

ଏକାକ୍ଷର ଧର୍ମ ଆଶ୍ରାରେ

।।

ଜୟକୃଷ୍ଣ ନାମ ତାହାର

ସମ୍ବଲପୁରେ ତାର ଘର

।।

ନିଷ୍କାମ ଭଗତ ଯେ ସହି

ତା ଅଙ୍ଗେ ବ୍ରହ୍ମ ଖେଳୁଛଇ

।।

 

 

 

 

ଭାବିତ ମହିମା ଧର୍ମରେ

ପ୍ରେମ ଉପୁଜ୍ଜିତା ମନରେ

।।

ବର୍ଣ୍ଣିଲେ ଅଭୟାପାଦକୁ

ଅଲେଖ ଯେ ଅଣାକ୍ଷରକୁ

।।

ତାହାର ସ୍ତିରୀ ଅବନତା

ଶୁଦ୍ଧ ସାଧବୀ ପତିବ୍ରତା

।।

ସେ ପୁଣି ଗୃହେ ଥିବେ ରହି

କଳଙ୍କି ଅବତାର ଚାହିଁ

।।

 

 

 

 

ସେବେଳେ ଲୀଳା ହେବ ତାର

ଏ ତତ୍ତ୍ୱ ସୁବୋଧ ବିଚାର

।।

ଏହାଙ୍କ ପିଢ଼େ ନ୍ତ୍ରୟୋଦଶ

ଭଗତ ଅଛନ୍ତି ଉଦେଶ

।।

ଏ ଚାରିଯୁଗରେ ଜନମି

ଗୃହେ ଗୋ ଅଛନ୍ତି ନିଷ୍କାମି

।।

କହିଲୁଁ ତତ୍ତ୍ୱ କରି ଥାଅ

ଅଣ ଅୟତ ମାୟା ମୋହ

।।

 

 

 

 

ଏବେ ଗୋ ଶୁଣ ସିଦ୍ଧେଶ୍ୱରୀ

କହିବା ଗୁପତ ବିଚାରି

।।

ଅନାଦି ସ୍ୱାମୀଙ୍କର ଶିଷ୍ୟ

ନୀଳଙ୍ଗି ପରମ ବିଶ୍ୱାସ

।।

ଶ୍ରୀଗୁରୁ ଆଜ୍ଞା ଶିରେ ବହି

ଜନ୍ମିଲେ ମୃତ୍ୟୁପୁରେ ଯାଇ

।।

ସତ୍ୟଯୁଗରେ ସାଧୁନ୍ତ୍ରୟ

ନାମ ତା ହୋଇଲା ଉଦୟ

।।

 

 

 

 

ନ୍ତ୍ରେତୟା ଯୁଗରେ ଜନମ

ପଶୁଯୋନିରେ ହେଲେ ଜନ୍ମ

।।

କାଳେ ସେ ହୋଇଲେ ବିନାଶ

ଦ୍ୱାପରେ ହେଲେ ପରକାଶ

।।

କ୍ଷେନ୍ତ୍ରିୟ କୁଳରେ ଜନ୍ମିଲେ

ଚିନ୍ତ୍ରସେନ ନାମ ହୋଇଲେ

।।

ସମୟେ କାଳ କଲା ହତ

ବିଷ୍ଣୁ ଗର୍ଭରେ ହେଲେ ସ୍ଥିତ

।।

 

 

 

 

ଏ କଳିଶେଷରେ ଜନ୍ମିଲେ

କେଶବ ହୋଇ ନାମ ହେଲେ

।।

ବଉଦରେ ତାହାର ବାସ

ନିଷ୍କାମ ଧର୍ମେ ତା ବିଶ୍ୱାସ

।।

ଅଣସାଧନ ମାର୍ଗେ ରହି

ଅଣଶତ୍ୱ କୁଟ ଭିଆଇ

।।

କଳଙ୍କି ଲୀଳା ତା ଅଙ୍ଗରେ

କରିବ ପ୍ରଭୁଙ୍କ ଆଜ୍ଞାରେ

।।

 

 

 

 

ତା ପିଢ଼େ ପଞ୍ଚଦଶ ଜାଣ

ହୋଇ ଗୋ ଅଛନ୍ତି ଜନମ

।।

କହିଲୁ ଏଣେ କର ଚେତା

କହଇ ଦରଜ ଅଚ୍ୟୁତା

।।

ସୁଜନେ ଦୋଷ ମୋ ନ ଧର

ବିଚାରି ବାରେ ଆଜ୍ଞାକର

।।

ରେଣୁରେ ଲୋଟୁ ମୋର ମୁଣ୍ଡ

ଭବେ ନ ହେଉ ଲଣ୍ଡଭଣ୍ଡ

।।

ମହିମା ପାଦେ ରହୁ ଧ୍ୟାନ

କହେ ଅଚ୍ୟୁତ ଦାସ ହୀନ

।।

 

ଇତି ଶ୍ରୀ ଅନାଦି ସଂହିତାୟାଂ ସୁଜନଜନ ହିତାୟାଂ ଈଶ୍ୱର

ପାର୍ବତୀ ସମ୍ବାଦେ ନିଷ୍କାମ ଧର୍ମ ପ୍ରକାଶ କଥନେ

ନାମ ତ୍ରୟୋଦଶ ଅଧ୍ୟାୟଃ ।।

 

ଚତୁର୍ଦ୍ଦଶ ଅଧ୍ୟାୟ

ମହେଶ ଉବାଚ

ଶୁଣ ଗୋ ପ୍ରାଣେଶ୍ୱରୀ ଉମା

ଅରୂପ ଭକ୍ତଙ୍କ ମହିମା

।।

ପୂର୍ବେ ସେ ମହାନିତ୍ୟ ବାସୀ

ସହସ୍ର ମନୁ ମହାଋଷି

।।

ଦିନେ ସେ ଠୁଳପୁରେ ଯାଇ

ନିରାକାରକୁ ନେନ୍ତ୍ରେ ଚାହିଁ

।।

ଦେଖିଳେ ଠୁଳରୂପ ତାର

ହସିଣ କହନ୍ତି ଉତ୍ତର

।।

 

 

 

 

କିପାଇଁ ଠୁଳେ ଅଛୁ ବସି

ଅରୂପ ମଣ୍ଡଳେ ନ ପଶି

।।

କାଳ କମଳେ ହୋଇ ରତ

ଏ ଭାବ ନୁହଇ ଉଚିତ

।।

ଅଲେଖ ବ୍ରହ୍ମାଙ୍କ କୁମର

ହୋଇ କି କର ଅବିଚାର

।।

ଏମନ୍ତ କହି ବ୍ରହ୍ମଜ୍ଞାନୀ

ଗୁଣି ଯୋଗରେ ହେଲେ ଭୂମି

।।

 

 

 

 

ବୋଇଲେ ଆରେ ମୂର୍ଖ ବାଇ

ମୋତେ ତିଆରୁ ଗର୍ବ ବହି

।।

ତୁ ଏବେ ଘେନ ଆମ୍ଭ ଶାପ

ହେଉ ତୋ ବହୁଜ୍ଞାନ ଲୋପ୍ୟ

।।

ମର୍ତ୍ତ୍ୟରେ ଜାତ ହୁଅ ଯାଇ

ସ୍ୱକାମ ସ୍ୱଚେତା ବୁଡ଼ାଇ

।।

ଅଙ୍ଗେ ତୋ ଘାରୁ କୁଷ୍ଠବ୍ୟାଧି

ତୁ ଜନ୍ମେ ଜନ୍ମେ ଅପରାଧୀ

।।

 

 

 

 

ଏ ଶାପ ଘେନ ତୁ ଆମ୍ଭର

ଏମନ୍ତ କହି ନିରାକାର

।।

ସେ ଋଷି ହୋଇଲେ ବିନତି

ହୃଦେ ଆକୁଳେ ପାଦେ ସ୍ତୁତି

।।

ବୋଲନ୍ତି ଆହେ ବିଷ୍ଣୁ ରୂପ

ଆଦୋଷେ କିମ୍ପା ଦେଇ ଶାପ

।।

କୁହ କିରୂପେ ନିସ୍ତରିବି

ଏମନ୍ତ କହି ମୁନି ରେବି

।।

ଦେଖି ତା ବିନତି ବିକଳ

କହନ୍ତି ତାଙ୍କୁ ନିରାକାର

।।

ଭୋ ଋଷି ନୁହସି ଆରତ

କହିବା ଶାପକୁ ମୁକତ

।।

ଗର୍ବେ ତୁ ଅର୍ଜିଲୁ ଏ ଦୋଷ

ଆମ୍ଭ କୋପରେ ହେଲୁ ନାଶ

।।

ଏବେ ତୁ ମୃତ୍ୟୁପୁରେ ଯାଇ

ଉତ୍ତମକୁଳେ ଜନ୍ମ ହୋଇ

।।

ଆନନ୍ଦେ ଭୁଞ୍ଜ ନୃପଭୋଗ

କାଳେ ବିହରି ଚାରିଯୁଗ

।।

କଳି ଶେଷରେ ହେବୁ ଜନ୍ମ

ଅନ୍ତରେ ନୃପତି ଅଂଶେଷ

।।

ଶାପ ଘଟିବ ସେ ଦେହରେ

କୁଷ୍ଠ ଜନ୍ମିବ ତୋ ଅଙ୍ଗରେ

।।

ସେ ଯୁଗେ ବୁଦ୍ଧ ଅବତାର

ହୋଇବେ ବ୍ରହ୍ମାଣ୍ଡଠାକୁର

।।

ନିଷ୍କାମ ଭକ୍ତି ହେବ ଖ୍ୟାତ

ଜନ୍ମ ଲଭିବେ ସର୍ବ ଭକ୍ତ

।।

ନିର୍ବେଦ ଉପୁଜିବ ଭାବ

ସକଳ ମଣିବେ ଦୁର୍ଲଭ

।।

ସେ ଭକ୍ତି ଚିହ୍ନିଣ ସେବିବ

ଏ ଆମ୍ଭ ଶାପ କ୍ଷୟ ଯିବ

।।

ଏମନ୍ତ ଶୁଣି ବ୍ରହ୍ମଋଷି

ମୃତ୍ୟୁମଣ୍ଡଳେ ପରକାଶି

।।

ସତ୍ୟଯୁଗେ ନାମ ତାଙ୍କର

ଅଟେ ସୁକେତୁ ନୃପବର

।।

ବିଦେହ ମଣ୍ଡଳେ ନୃପତି

ଥିଲେ ସେ ପୂର୍ବହେତୁ ଚେତି

।।

ଭାବ ଭକ୍ତିରେ ଗଲା ଦିନ

ନ୍ତ୍ରେତୟା ଯୁଗେ ହେଲା ଜନ୍ମ

।।

କାଞ୍ଚିନଗ୍ରରେ ହେଲେ ରାଜା

ସୁଖେ ପାଳିଲେ ଜନ ପ୍ରଜା

।।

 

 

 

 

ପୁଣି ସେ ଦ୍ୱାପରେ ଜନ୍ମିଲେ

ଏ ଓଡ଼୍ରରାଷ୍ଟ୍ର ସିନ୍ଧୁ ନଗ୍ରେ

।।

ବୁଡ଼ିଲା ତାଙ୍କ ପୂର୍ବହେତୁ

ନିରାକାର ଶାପ ତଦନ୍ତୁ

।।

ଅଙ୍ଗେ ବହିଲେ ପାପ ଭାରା

ସମ୍ବଲପୁରେ ଗଲେ ଧରା

।।

କାଳେ ଲଭିଲେ ପୂର୍ବ ଦେହୀ

ଏକଳି ଶେଷେ ଜାଣ ସେହି

।।

 

 

 

 

ନାମ ଧନଞ୍ଜୟ ଯେ ଭଞ୍ଜ

ସୁରାଷ୍ଟ୍ର କେନ୍ଦୁଝର ରାଜ୍ୟ

।।

ସେ ଅଟେ ମହାନିତ୍ୟ ବାସୀ

ଅଦୋଷେ ଶାପ ପରକାଶୀ

।।

ଭ୍ରମନ୍ତେ ହେଲା ମହାପାପ

ଘଟିଲା ମହାଯୋଗୀ ଶାପ

।।

ଏହୁ ଅଚେତା ହୋଇ ଘଟେ

ଜନ୍ମ ଲଭିବେ ସିଦ୍ଧଚାଟେ

।।

 

 

 

 

ସେଯେ ଚେତାଇ ଯିବ ଦୁଃଖ

ନିଷ୍କାମ ଭକ୍ତେ ଦେଇ ଭକ୍ଷ

।।

କହିଲୁ ଶୁଣ ଗୋ ପାର୍ବତୀ

ଏକଳି ଶେଷେ ଯେ ବିଭୂତି

।।

ଯେତେ ଏ ସିଦ୍ଧ ଅଂଶୀଗଣ

ମର୍ତ୍ତ୍ୟରେ ହୋଇଛନ୍ତି ଜନ୍ମ

।।

କେ ଅଛ ଚିହ୍ନିବ ଆମ୍ଭଙ୍କୁ

ଅରୂପ ସ୍ୱାମିଙ୍କ ଭକ୍ତଙ୍କୁ

।।

 

 

 

 

ବ୍ରହ୍ମାଦି ସୁରନର ଦେହି

ତାଙ୍କୁ ଚିହ୍ନିବା ସଖ୍ୟକାହିଁ

।।

ଚିହ୍ନି ଅଛନ୍ତି ତାଙ୍କୁ ସ୍ୱାମୀ

ଅଖିଳ ଗୁରୁ ଅନ୍ତର୍ଯ୍ୟାମୀ

।।

ମୋତେ ଏ ନୁହଇ ଗୋଚର

ଦେଖି ଏ ମହାପାପ ଭାର

।।

ତୋହୃଦ ଜାଣି ବ୍ରହ୍ମରାଶି

ହୋଇ ଅଛନ୍ତି ପରକାଶି

।।

 

 

 

 

ମୋର କହିବା ସକ୍ଷନାହିଁ

ଅଜ୍ଞାନୀ ଅଚ୍ୟୁତି କହଇ

।।

ଅଲେଖ ଅବ୍ୟକତ ଗୁରୁ

ମୋ ପ୍ରାଣଶ୍ୱର ଜନ୍ମାନ୍ତରା

।।

କରିଛି ଯେତେ ଅପରାଧ

ଖଣ୍ଡିବେ ଶ୍ରୀ ସ୍ୱାମୀ ପ୍ରମାଦ

।।

ଆଶା କରିଛି ପଦ୍ମଯାଏ

ନାହି ମୋ କାଳ ମୃତ୍ୟୁଭୟେ

।।

 

ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନ ଜନ ହିତାୟାଂ ଈଶ୍ୱର

ପାର୍ବତୀସମ୍ବାଦେ ନିଷ୍କାମ ଗୁପ୍ତଧର୍ମ ପ୍ରକାଶ କଥନେ

ନାମ ଚତୁର୍ଦ୍ଦଶଽଧ୍ୟାୟଃ ।

 

ପଞ୍ଚଦଶ ଅଧ୍ୟାୟ

ଈଶ୍ୱର ଉବାଚ ।

ଏବେ ଗୋ ଶୁଣ ମହାମାଈ

ନିଷ୍କାମ ଭକ୍ତି ତତ୍ତ୍ୱ ଫେଇ

।।

ତୋ ମନୁ ସଂଶୟ ତୁ ତେଜ

ଧିରେ ଏକାନ୍ତ ଭାବେ ମଜ

।।

ଶେଷହେଲା ଏ ଯୁଗ କଳି

ପାପ ଗୋ ପଡ଼ିଲା ମଉଳି

।।

ତେଣୁ ଅଳ୍ପକେ ହେବ କ୍ଷୟେ

ଅରୂପ ହୋଇବ ଉଦୟେ

।।

 

 

 

 

କଳଙ୍କି ଖେଳ ଶେଷହେବ

ଲଭିବେ ସର୍ବ ଭକ୍ତଠାବ

।।

ତୁ ଏବେ ଶୁଣସିଗୋ ସହି

ଆଉ ଯେ ଭକ୍ତ ଛନ୍ତି ରହି

।।

ଅନନ୍ତ ବଇକୁଣ୍ଠ ଦ୍ୱାରୀ

ଅଜୟସେନ ତପଚାରୀ

।।

ପ୍ରଳୟ ବ୍ରହ୍ମା ସେ ଅଟଇ

ବିଷ୍ଣୁ ଗର୍ଭକୁ ସେହୁ ଯାଇ

।।

 

 

 

 

ଅଙ୍ଗନା ସାବିନ୍ତ୍ରୀ ବଲ୍ଳଭୀ

ସେହୁ ଅଖଣ୍ଡ ବ୍ରହ୍ମ ଭାବି

।।

ସେ ବିଷ୍ଣୁ ଗର୍ଭକୁଇ ଗଲେ

ସେହୁ ପ୍ରଳୟେ ବ୍ରହ୍ମାତୁଲେ

।।

ଭ୍ରମି ସେ ଗର୍ଭେ କଲେ ଠାବ

ଅଲେଖ ମହିମା ଅପୂର୍ବ

।।

ସୁବାହୁ ସତ୍ୟ ନ୍ତ୍ରେତାଅନ୍ତେ

ପ୍ରକାଶ ହେଲେ ମହିଗତେ

।।

 

 

 

 

ଅଲେଖ ମାୟା ପ୍ରକାଶିଲେ

ଦ୍ୱାପର ଯୁଗେ ଜାତକଲେ

।।

ନାମ ବହିଲେ ଶିଶୁପାଳ

ବିରାଧି ଯୋଦ୍ଧା ଅନର୍ଗଳ

।।

ପତ୍ନୀର ନାମ ତା ସେବତୀ

ସେ ପୂର୍ବେ ଅଙ୍ଗନା ସାବିନ୍ତ୍ରୀ

।।

ବିଷ୍ଣୁ ଅପ୍ରିତି ଭାବ ବହି

କାଳେ ଯେ ଚନ୍ତ୍ର କାଟହୋଇ

।।

ସକଳ ପାତକ ନାସିଲେ

ଠୁଳ ଉପରେ ସମ୍ଭାଇଲେ

।।

ପତ୍ନୀ ଅନଳେ ଦେଲେ ଝାସ

ସ୍ୱାମୀର ବିଚ୍ଛେଦେ ନିରାସ

।।

ଏକଳି ଶେଷେ ହୋଇ ଜନ୍ମ

ସୁରାଷ୍ଟ୍ର ଉତ୍ତର ଦିଗେଣ

।।

ତାନାମ ଅଟେ ବାସୁଦେବ

କ୍ଷନ୍ତ୍ରିୟ କୁଳରେ ସମ୍ଭର୍ବ

।।

ପତ୍ନୀର ନାମ ତା ଉଲୁଛା

ସେ ସ୍ୱତୀ ଅଟେ ପୂର୍ବବାଞ୍ଛା

।।

ନିଷ୍କାମ ଭଗତିରେ ରତ

ସେ ଶିଶୁପାଳ ବ୍ରହ୍ମମିତ

।।

ତାହାଙ୍କ ପିଢ଼େ ସପ୍ତଦଶ

ଭଗତ ହୋଇବେ ପ୍ରକାଶ

।।

କହିଲୁ ଚେତିଥାଅ ସହ

ନିର୍ବେଦ ଭବେ ଭକ୍ତି ସେହି

।।

ମହିମା ଧର୍ମରେ ପ୍ରଚରି

ଅଛନ୍ତି ଗୃହେ ତପଚାରି

।।

ଏବେଳେ କହିବାକୁ ନୁହେ

ଗୁପତେ ବହିଛନ୍ତି କାୟେ

।।

କଲ୍ମିରେ ଚିହ୍ନିବ ସମସ୍ତ

ପରୀକ୍ଷା ହେବ ସର୍ବଭକ୍ତ

।।

ଭଗତ ଭାବ ଅନ୍ୟକେହି

ନିଷ୍କାମେ ପଶି ନପାରଇ

।।

ଯେବା ଗୋଚର ଅଛି ମୋତେ

ତାହାମୁ କହୁଅଛି ତୋତେ

।।

ସମ ଏ କହିବି ତାହାଙ୍କୁ

ଧାରଣାକଲି ସମୟକୁ

।।

ଏବେ ଯେ ଶୁଣସିଗୋ ସ୍ୱତୀ

ଅଖଣ୍ଡ ଅଭୂସ ବିଭୂତି

।।

ପୂର୍ବେ ସେ ନିତ୍ୟ ପୁରବାସୀ

ଅର୍ଦ୍ଧାଙ୍ଗ ରୂପେ ବ୍ରହ୍ମଅଂଶୀ

।।

 

 

 

 

ସେ ପୁଣି ନିରାକାର ଶାପ୍ୟେ

ଜନ୍ମ ଳଭିଲେ ଆସି ଗୋପ୍ୟେ

।।

ମୃତ୍ୟୁ ମଣ୍ଡଳେ ଅବତରି

ନାମକୁ ନିସତ ବିଚାରି

।।

ଯୋଗେ ଜାଗିଲେ ନିଜଦେହୀ

ସତ୍ୟ ତ୍ରେତୟା ଗଲା ବହି

।।

ଦ୍ୱାପରେ ପାଲଟିଲା ଦେହ

ଭୂତେଜ ହୋଇଲେ ଉଦୟ

।।

 

 

 

 

ନାମ ତା ଅଟେ ଶଙ୍ଖଧ୍ୱଜା

କଳହ ଦେଶରେ ସେ ରାଜା

।।

ନିଷ୍କାମ ଭକ୍ତ ଥିଲେ ଚେତି

ପ୍ରଜା ପାଳନ ସତ୍ୟବତୀ

।।

ସମଏ ଠୁଳେ ସମ୍ଭାଇଲେ

ଏ କଳିଯୁଗେ ଜନ୍ମହେଲେ

।।

ନିନ୍ଦ୍ର ନଗର ନରସାଇଁ

ଦିଲି ବିସ୍ୱର ନାମ ଦେଇ

।।

 

 

 

 

ଆରାଧି ଅଛି ସତ୍ୟଧର୍ମ

ଦେହଯାଇ ଅଛି ବେଦକର୍ମ

।।

ଶ୍ରୀଗୁରୁ ଭକ୍ତି ଅନୁସରି

ନିଷ୍କାମ ପଥ ଅଛି ବାରି

।।

କଳଙ୍କି ଖେଳ ସ୍ୱଦେହରେ

ଖଟିବେ ଶ୍ରୀଗୁରୁ ଛାମୁରେ

।।

ଏହାଙ୍କ ପିଢ଼େ ଅଷ୍ଟାଦଶ

ଭଗତ ହୋଇବେ ପ୍ରକାଶ

।।

 

 

 

 

ଏବେ ତୁ ଶୁଣ ଆଗୋ ସ୍ୱତୀ

ଏ ଆମ୍ଭ ଗୁପତ ଭାରତୀ

।।

ସେ ମହାନିତ୍ୟ ମଦାଳସୀ

ନଳ ଶିବ ଭୋଳ ବାଳସି

।।

ପ୍ରକାଶ ହେଲେ ମର୍ତ୍ତ୍ୟପୁରେ

ସୁବାହୁ ନ୍ତ୍ରେତୟା ଯୁଗରେ

।।

ନାମ ବହିଲେ ଶ୍ୱେତ ରାଏ

ନିଗୁଣ ପଥେ କରି ଲୟେ

।।

 

 

 

 

କୁମୁଡ଼ା ନଗ୍ରର ନୃପତି

ଘୃତ ଅନଳେ କରି ଶାନ୍ତି

।।

ତାଭାବ ନ୍ତ୍ରିପୁରେ ଦୁର୍ଲ୍ଲଭ

ଶୁଣିଲା ଜନେ ଅସମ୍ଭବ

।।

ମହିମା ପାଦେ ହୋଇ ରତ

କାଳେ ଅରୂପେ ହେଲେ ସ୍ଥିତ

।।

ପୁଣି ସେ ଦ୍ୱାପରେ ଜନ୍ମିଲେ

ବିରାଟ ନାମହି ବହିଲେ

।।

 

 

 

 

ଆନନ୍ଦେ ପ୍ରଜାପାଳି ସତ୍ୟେ

ସକଳ ଦୟା ହୃଦଗତେ

।।

ପରମ ଧର୍ମ ମାର୍ଗେ ଚିତ୍ତ

ନିର୍ବେଦେ ଥିଲେ ସେ ଗୁପତ

।।

କାଳେ ଲଭିଲେ ସର୍ବଠାବ

ଏ କଳି ଶେଷରେ ସମ୍ଭବ

।।

ନାମ ମୁକୁନ୍ଦ ଦେବ ତାର

ଓଡ଼ିଶା ରାଷ୍ଟ୍ରେ ତାର ଘର

।।

 

 

 

 

ଏ କଳିଯୁଗେ ନୃପଶିଖ

ବେଢ଼ି ଅସୁର ଚଉପାଖ

।।

ଅଚେତା ପ୍ରକାଶୁଛି ଘଟ

ସେ ଗୋ ଅନାଦିସ୍ୱାମୀ ଚାଟ

।।

ଅକର୍ମ କର୍ମ ଯହିଁ ତାର

ନିଷ୍କାମେ ନାହିଁ ତା ଗୋଚର

।।

ଠିକଣା ବେଳେ ଚେତାଇବେ

ଅଲେଖ ଦୟା ହେବ ଯେବେ

।।

 

 

 

 

କହିଲା ଗୁପ୍ତ କରିଥାଅ

ଅରୂପେ ମନ ଧ୍ୟାନ ଦିଅ

।।

ତୋତେ ପ୍ରସନ୍ନ ହୋଇ ସ୍ୱାମୀ

ଚେତାଇ ଦେବେ ଅନ୍ତର୍ଯ୍ୟାମୀ

।।

ଭକ୍ତଙ୍କୁଦେଖୁବୁ ନେନ୍ତ୍ରରେ

ହେଲେ କଳଙ୍କି ଅବତାରେ

।।

ଶ୍ରୀଗୁରୁ ପଦ୍ମପାଦ ଧ୍ୟାଇ

କହେ ଅଚ୍ୟୁତ ମଢ଼ବାଇ

।।

 

 

 

 

 

 

 

 

ନିଷ୍କାମ ଭକତଙ୍କ ଭାବ

ହରେ ଅଶେଷ ପରମାଦ

।।

ସେ ପାଦେ ରହୁ ମୋର ମନ

ରେଣୁକୁ ନୁହନ୍ତ ଭାଜନ

।।

ଜନ୍ମ ଜନ୍ମନ୍ତେ ମୁଁ କିଙ୍କର

ସେବକ ଜନ ମୁ ତାଙ୍କର

।।

 

ଇତି ଶ୍ରୀ ଅନାଦି ସଂହିତାୟାଂ ସୁଜନ ଜନ ହିତାୟାଂ ଈଶ୍ୱର

ପାର୍ବତୀ ସମ୍ବାଦେ ନିଷ୍କାମ ଗୁପ୍ତଧର୍ମ ପ୍ରକାଶ

କଥନେ ନାମ ପଞ୍ଚଦଶ ଅଧ୍ୟାୟଃ ।

 

ଷୋଡ଼ଶ ଅଧ୍ୟାୟ

ମହେଶ ଉବାଚ

ଆନନ୍ଦେ ଭାବାନୀର ଆଗେ

ଶିବ କହନ୍ତି ଅନୁରାଗେ

।।

ଦ୍ୱାଦଶ ପିଢ଼ ଭକ୍ତ ନାମ

ନିଷ୍କାମ ନିର୍ବେଦ ଏ ଧର୍ମ

।।

ଶୁଣ ତୁ ମନେ କରି ହେତୁ

କୋଟି ବ୍ରହ୍ମାଣ୍ଡ ସାର ତତ୍ତ୍ୱ

।।

ଯେ ମହାନିତ୍ୟରେ ବିହରି

ଆଜନ୍ମ ତାର ବ୍ରହ୍ମ ଚାରି

।।

 

 

 

 

ବିଷ୍ଣୁ ଗର୍ଭରେ ଥିଲେ ରହି

ପରମ ଧ୍ୟାନ ଯୋଗ ଧ୍ୟାଇ

।।

ଅଲେଖ ପ୍ରଭା ତେଜବଳେ

ଜନ୍ମ ଲଭିଲେ ମୃତ୍ୟୁ ପୁରେ

।।

ଦ୍ୱାପର ଯୁଗେ ସୋମ ବଂଶ

ବ୍ରହ୍ମ ତେଜରୁ ପରକାଶେ

।।

ତାଙ୍କର ନାମ ଯୁଧିଷ୍ଠିର

ଅରୂପ ବ୍ରହ୍ମର କୁମର

।।

 

 

 

 

ବିହିତ ଧର୍ମେ ଧର୍ମରାଜା

ସକଳ ଜନେ କଲେ ପୂଜା

।।

ସେ ଦେହେ ସ୍ୱର୍ଗେ ହେଲେ ସ୍ଥିତ

ସେ ଜାଣି ନିଷ୍କାମି ଭକତ

।।

ସେ ଦେବ ଲୋକେ ବିହରିଣ

କଳି ଶେଷକୁ ହେଲେ ଜନ୍ମ

।।

ଗଙ୍ଗରାଷ୍ଟ୍ରରେ ଉତପତ୍ତି

ନାମ ତା କୁଜଙ୍ଗ ନୃପତି

।।

 

 

 

 

ଚିନ୍ତ୍ରତ୍ପୋଳା ଦକ୍ଷିଣ ତୀରେ

ସ୍ଥିତି ତା ଏ ତିନି ଗଡ଼ରେ

।।

ଗୁପତେ ଜନ୍ମ ଛନ୍ତି ରହି

ଅଣସାଧନା ଧର୍ମ ପାଇ

।।

ଅଲେଖ ଧର୍ମେ କରି ଭକ୍ତି

ଅମେଦ ତନୁ ବହିଛନ୍ତି

।।

ଚିହ୍ନିଣ ଠାବ ଦେବା ତାଙ୍କୁ

ସେ ସ୍ୱାମୀ ଏ କଳି ଶେଷକୁ

।।

ଏହାଙ୍କ ପିଢ଼େ ଭକ୍ତ ତୋର

ହୋଇଣ ଅଛନ୍ତି ପ୍ରଚାର

।।

ଆବର ଚନ୍ଦ୍ର କେତୁ ବ୍ରହ୍ମା

ସେ ନିତ୍ୟ ବାସୀ ଶୁଣ ଉମା

।।

ବିଷ୍ଣୁ ଗର୍ଭରେ ଥିଲେ ରହି

ବିନୋଦ ଯୁଗ ଗଲା ବହି

।।

ନ୍ତ୍ରେତୟା ଯୁଗେ ସତ୍ୟ କେତୁ

ଲଭିଲେ ବହୁଜ୍ଞାନ ତତ୍ତ୍ୱ

।।

ଦ୍ୱାପରେ ପୁଣ ଜନ୍ମ ହେଲେ

ଶାନ୍ତ୍ୟୋଦକ ନାମ ବହିଲେ

।।

ମାୟା ଆବୋରି ଗଲା ଦିନ

ଏ କଳିଯୁଗେ ହେଲେ ଜନ୍ମ

।।

ନାମ ତା ଶିବ ମହାରଣା

ଗୃହେ ନିଷ୍କାମ ଭକ୍ତି ଜଣା

।।

ଆବୋରି ଅଣସାଧନାକୁ

ସେବି ଅରୂପଭକତଙ୍କୁ

।।

କୋଳି ପାଟଣାରେ ତା ଘର

ଧ୍ୟାଇ ରହିଛି ଅଣାକ୍ଷର

।।

ବୁଦ୍ଧ ସ୍ୱରୂପ ପାଇ ଭେଟ

କଳ୍ପିଲୁ ଚାହିଁ ଅଛି ବାଟ

।।

ଏହାଙ୍କ ପୀଢ଼େ ଭକ୍ତଚାରି

ନିଷ୍କାମେ ଅଛନ୍ତି ପ୍ରଚରି

।।

କହିଲୁ ଶୁଣ ଗୋ ଭବାନୀ

ଏ ଯେତେ ଭକ୍ତ ନାମ ଘେନି

।।

ଦ୍ୱାଦଶ ପୀଢ଼େ ଭକ୍ତ ଏହି

ଏ ଚାରିଯୁଗେ ଜନ୍ମ ବହି

।।

ଆବର ଯେବା ପୀଢ଼େ ଥିଲେ

ଏ କଳି ଶେଷେ ପ୍ରକାଶିଲେ

।।

ଗୁପତ ଭାବେ ଛନ୍ତି ରହି

ହୃଦେ ମହିମା ନାମ ଧ୍ୟାଇ

।।

ଆଶ୍ରିତେ ଅଛନ୍ତି ନାମକୁ

କାତର ଦେଖି ଏ ଭବକୁ

।।

 

 

 

 

ଆତ୍ମା ଗୋଚରେ ବ୍ରହ୍ମରାଶି

ଏହାଙ୍କୁ ତାରିବେ ବିଶେଷି

।।

ସତ୍ୟ ଗୋ ପ୍ରବର୍ତ୍ତିବ ମହୀ

ସୁର ଅସୁର ଭେଦ ନାହିଁ

।।

କହିଲୁ ଗୁପତ ଏ ବାଣୀ

ତୁ ଏହା ସ୍ୱତୀ ଥାଅ ଶୁଣି

।।

ମର୍ତ୍ତ୍ୟରେ ହୁଅ ଯାଇ ଜନ୍ମ

ଚିନ୍ତି ବିହର ସତ୍ୟଧର୍ମ

।।

 

 

 

 

ଆମ୍ଭଙ୍କୁ ନଦ୍ୟ ଗୋ ଉତ୍ତର

ବ୍ରହ୍ମାଣ୍ଡ ହେବ କି ପ୍ରକାର

।।

ଏମନ୍ତ ଶୁଣି ମହାସ୍ୱତୀ

ଶିବ ଚରଣେ କଲେ ସ୍ତୁତି

।।

ପ୍ରସନ୍ନ ହୁଅ ମୋ ତେ ହର

ମୁଁ ଅଟେ ସେବକ ତୁମ୍ଭର

।।

ଶୁଣି ମହିମା ସ୍ୱାମୀ ଭାବ

ମୋତେ ଏ ଲାଗଇ ଅପୂର୍ବ

।।

 

 

 

 

ନିର୍ବେଦ ନିଷ୍କାମ ନିର୍ଗୁଣ

ଏ ସାରତତ୍ତ୍ୱ ଭକ୍ତିଗୁଣ

।।

ଧନ୍ୟ ଏ ଜୀବନ ମୋହର

ଶୁଣିଲି ତୁମ୍ଭ ଶ୍ରୀମୁଖର

।।

ମୋ ଅଙ୍ଗେ ମାୟା ଥିଲା ଘୋଟି

ତୁମ୍ଭ ପ୍ରସନ୍ନେ ଗଲା ଫିଟି

।।

ନିସ୍ତାର ହେବି ମୁ ଗୋସାଇଁ

ଛାମୁରେ ପଚାରିବି ମୁହିଁ

।।

 

 

 

 

ଦ୍ୱାଦଶ ପୀଢ଼କେ ଅଛଇ

ଭଗତ ଜନ୍ମିଛନ୍ତି ତହିଁ

।।

ସେ ପୀଢ଼ ବାସୀ ଭକ୍ତ ନାମ

କହିଲେ ସାହାସ୍ତ୍ର ବାଦେଣ

।।

ଏଣୁ ସଂଶୟ ମନ ମୋର

ସେ ପୀଢ଼ କେମନ୍ତ ପ୍ରକାର

।।

ପ୍ରକାଶିଛନ୍ତି ବ୍ରହ୍ମଅଂଶୀ

ଫେଡ଼ିବୁ କହ ମୋତେ କାଶୀ

।।

 

 

 

 

ଶୁଣି ସଂଶୟ ମନୁ ଯାଉ

ନିର୍ଗୁଣ ପଥେ ହେତୁ ରହୁ

।।

ତୁମ୍ଭେ ପରମ ସିଦ୍ଧ ଯୋଗୀ

ମୁ ପାପୀ ଅଟଇ ଅଭାଗା

।।

ଏମନ୍ତ କହି ଚଣ୍ଡୀ ଉଠି

ମହେଶ ପାଦତଳେ ଲୋଟି

।।

ଦେଖି ଶଙ୍କର ହସହସ

କହେ ଅଚ୍ୟୁତାନନ୍ଦ ଦାସ

।।

 

 

 

 

ସୁଜନେ ଦୋଷ କର କ୍ଷମା

ମୁ ପାପୀ ଅଟେ ଦୁରାତମା

।।

ଶରଣ ପଞ୍ଜର ଶ୍ରୀଗୁରୁ

ଶରଣ ସମ୍ଭାଳିବେ ଦୂରୁ

।।

ବଚନେ କରିବେ ଉଦ୍ଧାର

ଅଲେଖ ମହିମା ସାଗର

।।

ଏଣୁ ଭରସା ଅଛି କରି

ଆରତେ ଭବଭୟ ବାରି

।।

 

 

 

 

ସୁଜନେ ହେତୁ ଦ୍ୱାରେ ହେଜ

ଅରୂପ ଭାବେ ଚିତ୍ତମଜ୍ଜ

।।

ଛାଡ଼ି ନ ଯାଅ ଶ୍ରମ ବହି

କଳି ଶେଷକୁ ହେବ ନ୍ତ୍ରାହି

।।

 

ଇତି ଶ୍ରୀ ଅନାଦି ସଂହିତାୟାଂ ସୁଜନ ଜନହିତାୟାଂ ଈଶ୍ୱର

ପାର୍ବତୀ ସମ୍ବାଦେ ନିଷ୍କାମ ଗୁପ୍ତଧର୍ମ କଥନେ ନାମ

ଷୋଡ଼ଶ ଅଧ୍ୟାୟଃ ।

 

ସପ୍ତଦଶ ଅଧ୍ୟାୟ

ଈଶ୍ୱର ଉବାଚ

ଉମା ଭକତିଭାବ ପାଇ

ଶିବ କହନ୍ତି ଗୁପ୍ତଫେଇ

।।

ଶୁଣ ଗୋ ଆଦି ମାହେଶ୍ୱରୀ

ଅଭୟ ମଣ୍ଡଳକୁ ବାରି

।।

ଦ୍ୱାଦଶ ପୀଢ଼ କହ ଏବେ

କହିବି ମହାଗୁପ୍ତ ଭାବେ

।।

ଦ୍ୱାଦଶ ପୀଢ କହ ଏବେ

କହିବ ମହାଗୁପ୍ତଭାବେ

।।

 

 

 

 

ଅଲେଖ ପୁର ନିର୍ଭାଅଛି

ଅରୂପ ଅଦେହେ ଉଇଁଛି

।।

ତା ତଳେ ମହା ନିତ୍ୟପୁର

ଦ୍ୱାଦଶ ଯୋଜନ ଅନ୍ତର

।।

ପଡ଼ିଛି ଦ୍ୱାଦଶ ପାବଛ

ମହିମା ବେଢ଼ା ସମକଚ୍ଛ

।।

ପାବଚ୍ଛ ମଣ୍ଡଳ ଆକାରେ

ଯୋଜନେ ଦୀର୍ଘପ୍ରତିତାରେ

।।

 

 

 

 

ଶୂନ୍ୟ ସେ କିଛି ନ ଦିଶୁଛି

ବାରି ବାରଣ କରାଉଛି

।।

ପ୍ରଥମ ପାବଚ୍ଛଟି ଶୂନ୍ୟ

ପ୍ରକାଶି ଅଛି ଧୂମ୍ର ବର୍ଣ୍ଣ

।।

ଭକତେ ହୋଇଛନ୍ତି ଉଭା

ପଡ଼ିଛି ଅଲେଖଙ୍କ ପ୍ରଭା

।।

ଦ୍ୱିତୀୟ ପାବଚ୍ଛ ଅନାମ

ଭକତେ ତହିଁ ହେଲେ ଜନ୍ମ

।।

 

 

 

 

ପ୍ରଭା ପ୍ରକାଶି ଅଛି ଉଇଁ

ଅଛନ୍ତି ଭୃତ୍ୟେ ଉଭାହୋଇ

।।

ତୃତୀୟ ପାବଚ୍ଛଟି ଶାନ୍ତି

ଅରୂପତେଜ ପ୍ରକାଶିଛି

।।

ଶାନ୍ତିଶୀଳ ଯେତେ ଭଗତ

ତହିଁ ହୋଇବେ ଉପଗତ

।।

ଚତୁର୍ଥ ପାବଚ୍ଛ ନିର୍ବେଦ

ଅଲେଖ ପ୍ରଭା ଅଛି ଭେଦି

।।

ନିର୍ଗୁଣଭକ୍ତ ତହି ବସେ

ଆନକୁ ସେ ପଥ ନ ଦିଶେ

।।

ପଞ୍ଚମ ପାବଚ୍ଛ ନିଷ୍କାମ

ସାରଭକତି ତହିଁ ଗମ୍ୟ

।।

ନିଷ୍କାମ ଭକ୍ତ ତହିଁ ସ୍ଥିତି

ଅଦେହୀ ତେଜ ପ୍ରକାଶିଛି

।।

ଷଷ୍ଠ ପାବଚ୍ଛଟି ନିମୋହ

ନିର୍ମଳ ଭକତ ଉଦୟ

।।

ସପ୍ତମ ପାବଚ୍ଛ ନିର୍ଗମ

ସାର ଭକତ ନୋହି ଗମ୍ୟ

।।

ଅରୂପ ତେଜ ସୁଧା ଧାମ

ଅଷ୍ଟମ ପାବଚ୍ଛ ଅଗମ୍ୟ

।।

ନିଷ୍ଠା ଭକତ ତହିଁ ବସେ

ଅନ୍ୟକୁ ସେ ପୁଣି ନ ଦିଶେ

।।

ଦୁର୍ଗମ ନବମ ପାବଚ୍ଛ

ଉର୍ଦ୍ଧ୍ୱେ ଯୋଜନଛଡ଼ା ଉଚ୍ଚ

।।

ଅଣସାଧନା ଭକ୍ତଙ୍କର

ନିରୋଳେ ସେ ସ୍ଥାନ ପ୍ରଚାର

।।

ଦଶମପାବଚ୍ଛ ଅଭେଦ

ପଡ଼ିଛି ଯନ୍ତ୍ର ଭେଦ ମୁଦ

।।

ନିର୍ବେଦ ସାଧନା ଭକତ

ତହିଁ ହୁଅନ୍ତି ଉପଗତ

।।

ଏକାଦଶ ପାବଚ୍ଛ ଗୋଟି

ନିବୃତ୍ତିପାଦେ ଅଛି ଘୋଟି

।।

ନିର୍ଣ୍ଣୟ ସତ୍ୟଯୁଗ ଭକ୍ତ

ତହିଁ ହୁଅନ୍ତି ଆତ ଜାତ

।।

ବାଇ ପାବଚ୍ଛ ଅଛି ଯହିଁ

ନିର୍ଧୂମ ଦିହୁଡ଼ି ଜଳଇ

।।

ଏକା ଅକ୍ଷର ସ୍ୱୟଂ ଦେହୀ

ଭକତଛନ୍ତି ତହିଁ ରହି

।।

ବାରପାବଚ୍ଛ ଚଉପାଶେ

ନିର୍ଧୂମ ଶୂନ୍ୟ ପ୍ରାଏ ଦିଶେ

।।

 

 

 

 

ଦ୍ୱାଦଶପୀଢ଼ ଏ ଅଟଇ

ଏହାକୁ ମହୀନିତ୍ୟ କହି

।।

ମଧ୍ୟେ ଅଲେଖପୁର ଗୋଟି

ପଡ଼ୁଛି ଭକ୍ତଙ୍କର ଦୃଷ୍ଟି

।।

କରୁଣା ନେନ୍ତ୍ରେ ଛନ୍ତି ଚାହିଁ

ଦିବା ରଜନୀ ତହିଁ ନାହିଁ

।।

ସର୍ବଦା ଲାଗିଛି ରାହାସ

ପଦୁଁ ଝରୁଛି ମଧରସ

।।

 

 

 

 

ସେ ପ୍ରଭୁ ମର୍ତ୍ତ୍ୟେ ପ୍ରକାଶିଛ

ବୈଷ୍ଣବ ମୂରତି ବହିଛି

।।

ଯେତେ ଏ ନିତ୍ୟବାସୀଭକ୍ତ

ସକଳେ ହୋଇଛନ୍ତି ଜାତ

।।

ସେହି ଅଛନ୍ତି ତାଙ୍କ ପାଏ

ସତ୍ୟରେ ସମାଧି ସ୍ୱକାଏ

।।

ସେ ସ୍ୱାମୀ ତାକୁ ଦୟା ବହି

ନିଜ ବିଭୂତି ଛନ୍ତି ଦେଇ

।।

 

 

 

 

ତେଜି ଏ ତନୁ ହେବ ଗୁପ୍ତ

ବ୍ରହ୍ମାଣ୍ଡେ ଥୋଇ ସର୍ବଭକ୍ତ

।।

ଅବନା ମଣ୍ଡଳେ ବିଶ୍ରାମୀ

ଗୁପତେ ଥିବେ ଅନ୍ତର୍ଯ୍ୟାମୀ

।।

ପୁଣି ସେ ସତ୍ୟ ପ୍ରକାଶିବେ

କଳଙ୍କି ଅବତାର ହେବେ

।।

ଭକତଜନ ଦୁଃଖନାଶି

ଅନନ୍ତସିଦ୍ଧ ବ୍ରହ୍ମରାଶି

।।

 

 

 

 

ପରୀକ୍ଷାକରି ସତ୍ୟ ଧର୍ମ

ଯୋରନ୍ଦା ମହାନିତ୍ୟ ଧାମ

।।

ଏ କଳିକାଳ କ୍ଷୟ ଯିବ

ନାଶ ହୋଇବେ ମ୍ଲେଚ୍ଛସର୍ବ

।।

ନ୍ତ୍ରିପୁରେ ପଡ଼ିଛି ଚମକ

କମ୍ପିବ ତିନି ନ୍ତ୍ରୟ ଲୋକ

।।

ଗୁପତେ ଥୋଇଛନ୍ତି ଭକ୍ତ

ଖେଳ କରିବେ ସମାପତ

।।

 

 

 

 

କେହୁ ଗୋ ନ ଜାଣନ୍ତି ଏହା

ପ୍ରଭୃତି ଅନାଦିର ମାୟା

।।

ଗୁପତେ ଭକ୍ତ ଛନ୍ତି ଜାଣି

ହୃଦେ ବିଳମ୍ବୀ ସିଦ୍ଧେ ବାଣୀ

।।

ମନାଇ ଅଛନ୍ତି ଭକତି

ନାନାଦି ଅସୁରେ ହସନ୍ତି

।।

ଦେଖିଣ ଉଦେ ଅସ୍ତ ଭାବ

ହାସ୍ୟେ ହସନ୍ତି ମ୍ଲେଚ୍ଛସର୍ବ

।।

 

 

 

 

ଏରୂପେ ଅନାଦର ହେବ

ତେଣୁ ବ୍ରହ୍ମାଣ୍ଡ କ୍ଷୟଯିବ

।।

କହଇ ବରଜ ଅଚ୍ୟୁତି

ଅଲେଖ ବ୍ରହ୍ମପାଦେ ମତି

।।

ନିବେଶି ଅଛି ଜନ୍ମେ ଜନ୍ମ

କେ ଅଛି ତାଙ୍କବିନେ କ୍ଷମ

।।

ଭୁଲି ନମର ସୁଜ୍ଞଜନ

ଆଦରେ ସତ୍ୟ ଧର୍ମ ଘେନ

।।

କରିବେ ସେ ସ୍ୱାମୀ ଉଦ୍ଧାର

ଏ ଭବଘରୁ ହେବ ପାର

।।

 

ଇତି ଶ୍ରୀ ଅନାଦିସଂହିତାୟା ସୁଜନଜନ

ହିତାୟାଂ ଈଶ୍ୱର ପାର୍ବତୀ ସମ୍ବାଦେ ନିଷ୍କାମ ଗୁପ୍ତଧର୍ମ

ପ୍ରକାଶ କଥନେ ନାମ ସପ୍ତଦଶ ଅଧ୍ୟାୟ

 

ଅଷ୍ଟାଦଶ ଅଧ୍ୟାୟ

ମହେଶ ଉବାଚ

ନିଷ୍କାମ ଭକ୍ତି ଉମାଆଗେ

ଶିବ କହନ୍ତି ଅନୁରାଗେ

।।

ଶୁଣ ଗୋ ନ୍ତ୍ରି ଭୁବନେଶ୍ୱରୀ

ଅରୂପ ଭକତି ବିସ୍ତାରି

।।

ଏ କଳିଯୁଗେ ପାପୀନର

ନିନ୍ଦନ୍ତି ନିର୍ବେଦ ଆଚାର

।।

ଗୋଚର ନାହିଁ ସତ୍ୟବାଦ

ତେଣୁ କର୍ଣ୍ଣ ପୁଟେ ଅଭେଦ

।।

 

 

 

 

ଉତ୍ତର ଦକ୍ଷିଣ ଆବୋରି

ପୂର୍ବ ପଶ୍ଚିମ ଆଦି କରି

।।

ପୂରି ଅଛନ୍ତି ଭକ୍ତବୃନ୍ଦ

ଧ୍ୟାଇଣ ସାଧନା ନିର୍ବେଦ

।।

ଅତିଥ ଗୃହି କଳି ନୁହେ

ଠିକ ଏ ଆଠପଦ୍ମ ଯାଏ

।।

ଏ ସର୍ବ ଅନାଦିର ଶିଷ୍ୟ

ଅବନାମଣ୍ଡଳେ ପ୍ରକାଶ

।।

 

 

 

 

ଏହାଙ୍କୁ ଧର୍ମ ଦୀକ୍ଷାଦେଇ

ସେ ପ୍ରଭୁ ନର ବୁଦ୍ଧଦେହୀ

।।

ଉଦୟ ଅସ୍ତ ହେଜାଇଲେ

ଦ୍ୱାଦଶପୀଢ଼ ବୁଝାଇଲେ

।।

ଉଦୟ ସପ୍ତପୀଢ଼ ହେଜ

ଅଷ୍ଟେପାଞ୍ଚ ସାଢ଼ ବିଗ୍ରହ

।।

ପ୍ରକାଶି କହିଲେ ତାହାଙ୍କୁ

ଅଦେହୀ ଶୂନ୍ୟ ମଣ୍ଡଳକୁ

।।

 

 

 

 

ଦୁର୍ଲଭ ନରଦେହେଁ ହେଜ

ଆତ୍ମାଭଗତି ଭାବେ ମଜ୍ଜ

।।

ହସ୍ତରେ ଠାରି ବୁଝାଇଲେ

ଚେତିଣ ଧର ଏହାଭଲେ

।।

ପାଦରେ ନାଗଲୋକ ଛନ୍ତି

ଜାନୁଯୁଗଳେ ବିଶ୍ରାମନ୍ତି

।।

ଇନ୍ଦ୍ରି ମଣ୍ଡଳେ କାମଦେବ

ତପ୍ତ ଅନଳେ ଜଳାଇବ

।।

ତା ହୃଦେ ନାଭିମଣ୍ଡଳଟି

ତହିଁ ବିଶ୍ରାମ ପରମେଷ୍ଟି

।।

ତେତିଶକୋଟି ଛନ୍ତି ଦେହୀ

ଅଛନ୍ତି ଚଉପାଶେ ସେବି

।।

କୋଟି ବ୍ରହ୍ମାଣ୍ଡେ ଅଛି ପୂରି

ହୃଦେ ବିଶ୍ରାମ ଦେବ ହରି

।।

ସେ ଜଗଦ୍ଭୂବ ଜଗନ୍ନାଥ

ରହିଛି ସର୍ବକର୍ମ କୃତ

।।

ଜୀବନ ଲିଙ୍ଗମଧ୍ୟେ ଅଛି

ମରମସୁନ୍ତ୍ରେ ବିକସୁଛି

।।

କାମନା କଳ୍ପନା ସଞ୍ଚରି

ସେ ହୃଦତଟେ ଅଛି ପୁରି

।।

ପଞ୍ଚଭୁତ ଏ ପଞ୍ଚମନ

କରନ୍ତି ସେଠାରେ ବିଶ୍ରାମ

।।

କଣ୍ଠେ ଈଶ୍ୱର ଛନ୍ତି ବସି

ବିଷମ ଜ୍ୱାଳା ପରକାଶି

।।

ଅଷ୍ଟାଙ୍ଗଯୋଗ କରି ଲୟେ

ନିର୍ଧୂମ ସଞ୍ଚରିଛି କାୟେ

।।

ତା ଉର୍ଦ୍ଧ୍ୱେ ନ୍ତ୍ରିକୂଟ ସଞ୍ଚରି

ତହିଁ ଜୀବ ବିଶ୍ରାମ କରି

।।

ଭକତି କଲେ ମୋତେ ପାଇ

ମୁଁ ମହାଶୂନ୍ୟେ ଅଛି ରହି

।।

ଲଲାଟ ଚନ୍ତ୍ରେ ନିରାକାର

ଠୁଳ ଶୂନ୍ୟରେ ତାରଘର

।।

ଯନ୍ତ୍ରାଦି ମନ୍ତ୍ର ତନ୍ତ୍ର ଯେତେ

ସେଠାରୁ କ୍ଷରୁଛି ନିରତେ

।।

କୋଟି ବିଷ୍ଣୁ ଅଛନ୍ତି ବେଢ଼

ସଙ୍ଗମେ ପଥ ଛନ୍ତି ମାଡ଼ି

।।

ତହିଁ ଉପରେ ଦିବ୍ୟଭୂମି

ନର୍ବେଦ ସାଧନାରେ ଗମି

।।

ତାହାକୁ ମହାନିତ୍ୟ କହି

ନିଷ୍କାମ ପଥଃ ସେ ଅଟଇ

।।

 

 

 

 

ପଡ଼ିଛି ଦ୍ୱାଦଶ ପାବଚ୍ଛ

ଏ ଚଉକତି ସମକଚ୍ଛ

।।

ଫଣି ଉପରେ ଅରି ମଣି

ସେ ଏକପାଦେ ଧର ଚିହ୍ନ

।।

ବହୁଛି ଦକ୍ଷିଣେ ମରୁତ

ରାନ୍ତ୍ର ଦିବସେ ଉଦେ ଅସ୍ତ

।।

ଅକ୍ଷୟ କଳା ସଂଖ୍ୟା ଅଛି

ଧର ଭକତେ ଏହା ବାଛି

।।

 

 

 

 

ଚାରେଣି ନିତ୍ୟରେ ବିରୋଧ

ଧ୍ୟାଇଣ ଏକାକ୍ଷର ପଦ

।।

ନିଗମ ଭକ୍ତି ଏ ଅଟଇ

ଏ ଧର୍ମେ ମୋତେ ଭେଟ ପାଇ

।।

ଏମନ୍ତେ ଶିଷ୍ୟେ ବୁଝାଇଲେ

ମହାଶୂନ୍ୟରେ ବିଶ୍ରାମିଲେ

।।

ସମାଧି ହୋଇ ଜୋରନ୍ଦାର

ଅଜ୍ଞାତ କରିବେ ବିହାର

।।

 

 

 

 

ଶୁଣ ଗୋ ସିଦ୍ଧେଶ୍ୱରୀ ବାମା

ସେ ପ୍ରଭୁ ଭକ୍ତଙ୍କ ମହିମା

।।

ଯେ ଆଜ୍ଞା ପ୍ରକାଶିଲେ ସ୍ୱାମୀ

ଭକ୍ତ ସେ ଆଜ୍ଞା ଅର୍ଥେ ଭ୍ରମି

।।

ତା ଅଙ୍ଗେ ନୋହିବ ପ୍ରଳୟେ

ବିହରୁ ଥିବ କଳ୍ପି ଯାଏ

।।

ବାହ୍ୟରେ ଭ୍ରମୁଛନ୍ତି ଯେହୁଁ

ଜନ୍ମ ମରଣ ତାର ତହୁଁ

।।

 

 

 

 

କହିଲୁ ଗୁପତ ଏ ସହି

ଅଲେଖ ଦୟା କଲେ ପାଇ

।।

ଅନ୍ୟେ ଏ ଭକ୍ତି ନୋହେ କରି

ଅସାଧନାରେ ଚିତ୍ତେ ଧରି

।।

ସାଧନା ମାର୍ଗେ ନୋହେ ଭେଦି

ଅନ୍ତରେ ପକାଇବେ ଛେଦି

।।

ପାଠରେ ନୁହଇ ଗୋଚର

ସାଠରେ ଅନୁଭବ କର

।।

 

 

 

 

ଶୁଣି ଭବାନୀ ହେଲେ ତୋଷ

କହେ ଅଚ୍ୟୁତ ବ୍ରଜଦାସ

।।

ଭକତଜନ ପାଦଧୂଳି

ମୋମୁଣ୍ଡେ କରି ନିଉଛାଳି

।।

ଶ୍ରୀପାଦ ରେଣୁକୁ ମୋ ଆଶା

ଭବାବ୍ଧି ତରଣେ ଭରସା

।।

 

ଇତି ଶ୍ରୀ ଅନାଦି ସଂହିତାୟାଂ ସୁଜନ ଜନ ହିତାୟାଂ ଈଶ୍ୱର

ପାର୍ବତୀ ସମ୍ବାଦେ ଗୁପ୍ତଧର୍ମ ପ୍ରକାଶ କଥନେ

ନାମ ଅଷ୍ଟାଦଶୋଽଧ୍ୟାୟଃ

 

Unknown

ଉନବିଂଶ ଅଧ୍ୟାୟ

ପାର୍ବତୀ ଉବାଚ

ଆନନ୍ଦେ ଶୁଣି ମାହେଶ୍ୱରୀ

ଶଙ୍କର ବେନିପାଦ ଧରି

।।

କାତରେ କମ୍ପାଇ ଶରୀର

ନୟନୁ ବହେ ଅଶ୍ରୁଜଳ

।।

ବୋଲନ୍ତି ଶୁଣ ବିଶ୍ୱନାଥ

କିରୂପେ ଜୀବ ମୁକ୍ତିପଥ

।।

ସେବକୀ ଜନେ କରି ଦୟା

ଅନ୍ତରୁ ତେଜି ସର୍ବ ମାୟା

।।

 

 

 

 

ପ୍ରସନ୍ନେ ବାରେ ଆଜ୍ଞା ହେଉ

ଅଙ୍ଗୁ କଳୁଷ ଦୂର ହେଉ

।।

କିରୂପେ କଳଙ୍କିର ଲୀଳା

ଭକତ ସଙ୍ଗେ ପ୍ରଭୁ ଖେଳା

।।

ଦୁଷ୍ଟ କିରୂପେ ହେବେ ନାଶ

ଧର୍ମେଣ ସ୍ଥାପି ଏ ନ୍ତ୍ରିଦଶ

।।

ଭକ୍ତକୁ ଚିହ୍ନିବ କିପରି

ପ୍ରସନ୍ନେ କହ ନ୍ତ୍ରିପୁରାରି

।।

 

 

 

 

ଘୋଟିଛି ନ୍ତ୍ରିପୁରେ ଅମତ୍ୟ

ପାପେ ସକଳ ହତପାତ

।।

କି ଭାବେ ମହୀ ହେବ ସ୍ଥିର

କି କର୍ମ ହୋଇବ ପ୍ରଚାର

।।

କେତେବେଳକୁ ଥିବି ଚାହିଁ

ଭେଟିବି ନ୍ତ୍ରିଲୋକ ଗୋସାଇଁ

।।

ଏ ପ୍ରଶ୍ନ ବାରେ ଆଜ୍ଞା ହେଉ

ଗତ ଆଗତ ହେତୁ ରହୁ

।।

 

 

 

 

ଏମନ୍ତ କହି ମହାମାଈ

କର ଆଞ୍ଜୋଳି ଶିରେ ଦେଇ

।।

ସୂତିଲେ ସଦାଶିବ ପାଦେ

ତନୁ ପୁଲକ ଗଦଗଦେ

।।

ଶୁଣି ଆନନ୍ଦ ପଶୁପତି

ବୋଲନ୍ତି ଶୁଣ ଗୋ ପାର୍ବତୀ

।।

ତୁ ଯାହା ପୁଚ୍ଛିଲୁ ସନ୍ଦେଶ

ଏବେଜେ ନୁହଇ ପ୍ରକାଶ

।।

ଗୁପତ ଭାବ ଏ ଅଟଇ

ଶ୍ରୀ ଗୁରୁ ସ୍ୱାମୀ ଆଜ୍ଞା ନାହିଁ

।।

ମୋତେ ସୁଦୟା ଯେଣୁ ସ୍ୱାମୀ

ଅଛି ମୁଁ ପୂର୍ବବାକ୍ୟେ ଗମି

।।

ସେ ପାଦେ ବିଶ୍ୱାସ ଯେ ନର

ଏ ଅବା ତାହାକୁ ଗୋଚର

।।

ଅନ୍ୟ ଲୋକକୁ ଭେଦ ନାହିଁ

ଭଣ୍ଡାରେ ମୁଦ ପଡ଼ିଛଇ

।।

ସେ ମୁଦ ଅନନ୍ତ ଫେଡ଼ିବେ

ଭକ୍ତଜନଙ୍କୁ ବାଣ୍ଟି ଦେବେ

।।

ଅଛି ଅଳସ ଦିନ କଣ୍ଟ

ଯିବ ସକଳ ଭୃତ୍ୟ କଷ୍ଟ

।।

ମୁଁ ତୋତେ କହିବି ବିଶ୍ୱାସ

ଯେଭାବେ କଳଙ୍କି ଉଦ୍ଦେଶ୍ୟ

।।

ତୁ ଏହା ଗୁପ୍ତେ ଥିବୁ ରଖି

ଚେତିବୁ ଜ୍ଞାତି ଜ୍ଞାନ ଦେଖି

।।

ଏ ବୃଦ୍ଧ ଖେଳ ପୂର୍ଣ୍ଣ କରି

ଅନ୍ତର ହୋଇବେ ମୁରାରି

।।

ଅରାଜ୍ୟ ଭକ୍ତକୁଳ ହେବ

ଅନନ୍ତ ପିଣ୍ଡ କରି ଠାବ

।।

ବ୍ୟାକୁଳ ମନ କରି ଛନ୍ନ

ଏକତ୍ୱେ ଏକ ଭକ୍ତ ଜନ

।।

ହୃଦୟ ବ୍ୟଥା ଜାଣି ସ୍ୱାମୀ

ଶୁଭିବ ଶୂନ୍ୟ ଶବ୍ଦ ଗାମୀ

।।

ଡ଼ାକି କହିବେ ସତ୍ୟପାଦ

ଭକତେ ଛାଡ଼ିବେ ବିଷାଦ

।।

ସତ୍ୟଧର୍ମରେ ହୋଇ ରତ

ଟେକି ଆରାଧି ଦୃଢ଼ବ୍ରତ

।।

ସମାଧି ଲୀଳା ଉପୁଜିବ

ବାର ପୂର୍ଣ୍ଣମା ଉପୁଜିବ

।।

ଏକ ଚନ୍ତ୍ରଟି ଅଟେ ଭକ୍ତ

ପୂର୍ବେ ସେ ଅଣ୍ଡଜ କୈବର୍ତ୍ତ

।।

 

 

 

 

ତା ଗୃହ ନିକଟରେ ଧୂନି

ସ୍ଥାପିବେ ସର୍ବ ଭକ୍ତ ଘେନି

।।

ସେ ଶୂନ୍ୟ ଧ୍ୱନିପରେ ଆସି

ଜ୍ୟୋତି ଆଲମ୍ବବ୍ରହ୍ମରାଶି

।।

ପ୍ରକାଶ ହେବ ଗୁପତରେ

ପ୍ରଭା ଆଚ୍ଛାଦି ବ୍ରହ୍ମାଣ୍ଡରେ

।।

ସମାଧି ଚଉପାଶେ ବତି

ଖଞ୍ଜା ହୋଇବ ଚଉକତି

।।

 

 

 

 

ମିଳି ଥୋକାଏ ଭକ୍ତ ବୃନ୍ଦ

ଆନନ୍ଦେ ବିଳାସ ବିନୋଦ

।।

କମ୍ପିବ ତିନି ନ୍ତ୍ରୟପୁର

ଅଲେଖ ଶବ୍ଦ ନିରନ୍ତର

।।

ହାସ୍ୟ ଗୋ କରୁଥିବେ ଜନେ

ଅମେଧି ଅନିତ୍ୟ ବଚନେ

।।

ଏ ଭାବେ କିଛିଦିନ ଅନ୍ତେ

ଶୁଣ ଭବାନୀ ଶୁଦ୍ଧଚିତ୍ତେ

।।

 

 

 

 

ଏ ଶବ୍ଦ ଉଣେଇଁଶାଙ୍କରେ

ପଶ୍ଚିମ ନିକଟ ନଗ୍ରରେ

।।

ଶୂଦ ନାରଣ ଗୃହେ ଯାଇଁ

ଜନ୍ମ ହୋଇବେ ଭାବଗ୍ରାହୀ

।।

ଆବର ସଙ୍ଗେ ହଳପାଣି

କେହି ନ ଥିବେ ଏହାଜାଣି

।।

ସଙ୍ଗତେ ଶ୍ରୀବତ୍ସ ବ୍ରାହ୍ମଣ

ସେ ପୁଣି ହୋଇବେ ଜନମ

।।

 

 

 

 

ଅମରାଧି ନଗ୍ରରେ ଆସି

ପ୍ରକାଶ ହେବେ ଶୂନ୍ୟବାସୀ

।।

ବିକେକ ଅଛି ତହିଁ ଫୁଟି

ସମାଧିଯାଏ ଅଛି ଘୋଟି

।।

ତହୁଁ ଯେ ଏକବୀଜ ଯାଇ

ଖଣ୍ଡଗରିଟି ଫୁଟିଛଇ

।।

ପୁଣି ବିଜେକ ଫୁଟିଛଇ

ଇନ୍ଦ୍ରନଗରୀ ଯାଏ ସେହି

।।

 

 

 

 

ପୁଣି ଫିଟିଛି ଏକବିଳେ

ଉଡ଼ଇ ବ୍ୟାସ ସରୋବରେ

।।

ଏ ଚାରିବିକେ ଚାରି ଅହି

ଦ୍ୱାରେ ଗୋ ଅଛନ୍ତିଯଗାଇ

।।

ସେ ଯେ ଅମରାଧି ନଗରୀ

ଜନ୍ମ ଲଭିବେ ଶୂନ୍ୟ ହରି

।।

ସିଦ୍ଧଙ୍କ ଗୃହେ ପ୍ରକାଶିବେ

ବାଳକରୂପେ ଗୁପ୍ତଭାବେ

।।

 

 

 

 

ଏହା ଗୋ ନ ଯାଣନ୍ତି କେହି

କଳଙ୍କି ଆଦେଶ ଏ ସହି

।।

କହଇ ଅଚ୍ୟୁତି ବରଜା

ଅରୂପ ସ୍ୱାମୀ ହେବେ ରାଜା

।।

ପାଳିବେ ତାଙ୍କ ଭକତଙ୍କୁ

ବିନୋଦ ଏ ଯୁଗ ଶେଷକୁ

।।

ସେ ରାଜା ପ୍ରଜା ପାଦେ ଆସ

ଜନ୍ମ ଜନ୍ଜାନ୍ତେ ମୁହିଁ ଦାସ

।।

ଟାଙ୍କା ରହିଛି ସେବାପାଇଁ

କରିବେ ଗୁରୁ ସ୍ୱାମୀ ନ୍ତ୍ରାହି

।।

 

ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନହିତାୟାଂ ଈଶ୍ୱର

ପାର୍ବତୀ ସମ୍ବାଦେ ନିସ୍କାମ ଗୁପ୍ତଜ୍ଞାନ ଧର୍ମ

ପ୍ରକାଶନେ ନାମ ଉନବିଂଶ ଅଧ୍ୟାୟ

 

ବିଂଶ ଅଧ୍ୟାୟ

ଈଶ୍ୱର ଉବାଚ

ଶୁଣ ଗୋ ହେମବନ୍ତ ସୁତା

ଗୁପତ ଭବିଷ୍ୟ ଏ କଥା

।।

ଆନକୁ ଏହା ନ କହିବୁ

କହିଲେ ଅପ୍ରାଧ ପାଇବୁ

।।

ଉଶୈଶ ଅଙ୍କ ଅନ୍ତେ ପୁଣ

ଏକୈାଶ ଅଙ୍କଟି ପ୍ରମାଣ

।।

ହୋଇବେ ବ୍ରହ୍ମାଣ୍ଡେ ବିଦିତ

ଚେତାପାଇବେ ସର୍ବ ଭକ୍ତ

।।

 

 

 

 

ହୋଇବ ପୃଥ୍ୱା ଖଳବଳ

ଭକତେ ହୋଇବେ ବିକଳ

।।

ପୁଣି ବାଇଶ ଅଙ୍କ ହେବ

ବ୍ରାହ୍ମାଣ୍ଡେ ଚମକି ପଡ଼ିବ

।।

ଶୁଣିବ ଶବଦ ନିର୍ଘାତ

ବାରିବେ ଚେତି ପ୍ରଭୁ ଭକ୍ତ

।।

କଳିଶେଷରେ ହେବ ଯୁଦ୍ଧ

ପଡ଼ିବ ମହା ପରମାଦ

।।

 

 

 

 

ଇନ୍ଦ୍ର ଗୋ ହାନି କରି ବୃଷ୍ଟି

କାତର ହେବ ନବ ସୃଷ୍ଟି

।।

କିଞ୍ଚିତ ଶସ୍ୟ ହେବ ଜାତ

କାଳ ଗୋ ହେବ ସମାପତ

।।

ତେଇଶଅଙ୍କ ଆଛାଦିତ

ଶୁଣ ଭାବନୀ ଗୁପ୍ତ ଭାବ

।।

ଦାରୁ ଗୋ ବ୍ୟାସ ସରୋବରେ

ପୁଜ୍ଜିବ ବ୍ୟାସଙ୍କ ନାମରେ

।।

 

 

 

 

ସେ ବ୍ୟାସସରେ ରୂପେ ବହି

ଭଗତମେଳେ ଛନ୍ତି ରହି

।।

ତା ନାମେ ପୁଜିବ ଦିଅଙ୍କୁ

ଯେଣୁ ସେ ଖେଳ ଗୁପତକୁ

।।

ସେ ଯେ ତେଇଶ ଅଙ୍କ ଜାଣ

ବୈଶାଖ ଏକାଦଶି ଦିନ

।।

ଅର୍ଦ୍ଧ ନିଶୀରେ ବଳେବଳ

ଡ଼ାକିବେ ଐଶାନ୍ୟ କୋଣର

।।

ଚୌଷଠିଯୋଗ୍ନି ହେବେ ଚେତା

ଏକକୁ ଏକ ସାମରଥା

ସେ ବଳଦେବ ରଡ଼ି ଶବ୍ଦ

କମ୍ପିବ ଭୁବନ ଚଉଦ

।।

ଭକ୍ତକୁ ନୋହିବ ଗୋଚର

ଶୁଣି ଥୋକାଏ ମ୍ଲେଚ୍ଛନର

।।

କାଳେ ସକଳ ହେବେ ହତ

କହିଲୁଁ ଏମହା ଗୁପତ

।।

ବ୍ରହ୍ମାଣ୍ଡେ ପଡ଼ି ଯିବମରା

ଫେରିବ କମଳାପସରା

।।

ସେ ଦେବୀ ସଂହାରଣ ହୋଇ

ସେ ଅଙ୍କେ ତାଙ୍କ ଆଜ୍ଞା ଛଇ

।।

ତୁଗୋ ଅଭୟା ସିଦ୍ଧେଶ୍ୱରୀ

ଚେତା ଅପୂର୍ବ ହେତୁ କରି

।।

ଫାନ୍ଦେ ପକାଉ ଅଛୁ ମୋତେ

ଖପର ପାତୁ ଅଛୁ ନିତ୍ୟେ

।।

ତୋ ମାୟା କେ ପାରିବ ଜିଣି

ଏତିନି ନ୍ତ୍ରୈଲୋକ୍ୟ ମେଦିନୀ

।।

ବ୍ରହ୍ମରେ ରତ ଯେଣୁ ଆମ୍ଭେ

ବିଳାସି ନ ପାରୁଛୁ ତୁମ୍ଭେ

।।

ଅଲେଖଛନ୍ତି ଦୟାକରି

ପ୍ରଳୟଯାଏ ଅପସରି

।।

ନୋହିଲେ ନାଶଯାନ୍ତି ସେହି

ତୋ ମାୟା କେପାରିବ କହି

।।

ତୁ କାଳରୂପୀ କମଳାଙ୍ଗୀ

ଦେବାଧି ନିରାକାର ଅଙ୍ଗୀ

।।

ତୋତେ କେ ଅଛଇ ଉବାର

ତୁ ସର୍ବ କରିବୁ ସଂହାର

।।

ଏବେ ତୁ ଶୁଣ ଗୁପ୍ତଭାବ

ଯେଣୁ ବ୍ରହ୍ମାଣ୍ଡ କ୍ଷୟଯିବ

।।

ତେଇଶ ଅଙ୍କ ହେଲା ଶେଷ

ଚବିଶ ହୋଇବ ପ୍ରକାଶ

।।

 

 

 

 

ବ୍ରହ୍ମାଣ୍ଡ ହେବ ଏକକାର

ଦୁର୍ଭିକ୍ଷ ପଡ଼ିବ ସଂସାର

।।

ରାଜା ପରଜା ଏକ ହୋଇ

ସାହୁ ଖାତକ ବାରିନୋହି

।।

ନାଶ ନୋହିବ ମ୍ଲେଚ୍ଛଜନ

ବାରି ଗୋ ନୋହିବ ବାରଣ

।।

ଚମକ ପଡ଼ିବ ସଂସାର

ଏତିନି ନ୍ତୈଲୋକ୍ୟ ମଧ୍ୟର

।।

 

 

 

 

ଆବର ଶୁଣସିଗୋ ବାମା

ସେ ସ୍ୱାମୀ ଅନନ୍ତ ମହିଁମା

।।

ବ୍ରହ୍ମାଣ୍ଡେ କରିବେ ନିବୃତ୍ତି

ପାପାଦ ଜନଙ୍କୁ ନିବୃତ୍ତି

।।

ମହାକନ୍ଦଳ ଉପୁଜାଇ

ବିଚିନ୍ତ୍ର ଚିନ୍ତ୍ର ଗତି ବହି

।।

ଆକାଶୁ ବୃଷ୍ଟି ହେବ ସୁନା

ଅଦ୍ଭୁତ ଭାବ ହେବ ସିନା

।।

 

 

 

 

ସୁବର୍ଣ୍ଣରେଖା ନିକଟରୁ

ବିରୋଯା ମଣ୍ଡଳ ମଧ୍ୟରୁ

।।

ବାରଯୋଜନ ମଧ୍ୟେ ରହି

ଦ୍ୱାଦଶ ବେଳ ଘଡ଼ି ଯାଇ

।।

ବହିବ ସ୍ରୋତ ରକ୍ତଧାରା

ଆନ୍ତ୍ରୋଶି ଗୁପ୍ତେ ବସୁନ୍ଧରା

।।

ଶୁଭିବ ଜୟ ଜୟ ବାଣୀ

ଆନନ୍ଦ ସର୍ବ ମୁଖେ ଶୁଣି

।।

 

 

 

 

ଲୋଭେ ଗୋ ଗମିବେ ସକଳେ

କୋଟି ବ୍ରହ୍ମାଣ୍ଡ ଏକାବେଳେ

।।

ଏକୁ ଦୁର୍ଭିକ୍ଷ କାକପାନ୍ତ୍ର

ସକଳ ଜନ ଏକମତ

।।

ଧୀର ବୁଦ୍ଧିଟି ଜାଗ୍ରତରୁ

ପ୍ରକାଶିଛନ୍ତି ଯାକୁ ଗୁରୁ

।।

ଅପ୍ରତେ ମଣିବେ ସେ ସର୍ବ

ବିଚାରେ ହେବ ଅସମ୍ଭବ

।।

 

 

 

 

ଦୟାରେ ଥୋଇ ତାଙ୍କୁ ଗୁରୁ

ପ୍ରକାଶୁଛନ୍ତି ଯାକୁ ଗୁରୁ

।।

ଥୋକାଏ ଜନ ତହୁଁ ମିଳି

ନାଶ ଲଭିଲେ ଶୁଣ ବାଳୀ

।।

ଭକ୍ତକୁ ଗୋଚର ଏ କଥା

ଅନ୍ୟଏ ପଥେ ନୁହେ ଚେତା

।।

ଏ ଅନ୍ତେ ଅଗ୍ନିଦାହ ହେବ

ଜଳ ପ୍ରମାଣେ ବରସିବ

।।

 

 

 

 

ହେଙ୍ଗୁଳ ବନ ମହାତେଜେ

ଆକୁଳେ ନ୍ତ୍ରିପୁର ଦହିଯ୍ୟେ

।।

କେହି କାହାକୁ ନୋହେ ଜଣା

ନୟନ ଥାଇ ସର୍ବେ କଣା

।।

କହିଲି ଗୁପତ ସନ୍ଦେଶ

ଯେ ଆଦ୍ୟ କଳଙ୍କି ଭବିଷ୍ୟ

।।

ଅରୂପ ସ୍ୱାମୀ ଦୟା ଯେଣୁ

ପ୍ରକାଶି କହିଲଇ ତେଣୁ

।।

 

 

 

 

ସେ ପ୍ରଭୁ ବ୍ରହ୍ମାଣ୍ଡ କରତା

ସକଳ ଜୀବ ପିତା ମତା

।।

ତା ଅନୁଭବ ସେ ଜାଣଇ

ତୀରଣ ପ୍ରାୟ ତାକୁ ମହୀ

।।

ଗର୍ଭେ ପୂରିଛି ସପ୍ତସିନ୍ଧୁ

ଭକତଜନ ପ୍ରାଣବନ୍ଧୁ

।।

ଭାବେ ଭକତ ଜନ ବସେ

ଘୋର କଳୁଷ ଦୁଃଖ ନାଶେ

।।

 

 

 

 

ଏମନ୍ତ ପୁରୁଷ ମୁରାରି

ସକଳ ଘଟେ ଅଛି ପୂରି

।।

ତାହାଙ୍କୁ କେ କରିବ ଅନ୍ତ

କେ ଅଛି ନ୍ତ୍ରିପୁର ଜଗତ

।।

ସେ ପ୍ରଭୁ ଦୟା ଯେଣୁ ମୋତେ

ଭୋଦେବି କହିଲି ମୁଁ ତୋତେ

।।

କହେ ଅଚ୍ୟୁତି ବ୍ରଜ ଦାସ

ଶ୍ରୀଗୁରୁ ପାଦେ କରି ଆସ

।।

 

 

 

 

 

 

 

 

ଶରଣ ଗଲି ନୀର ବଧି

ଅଙ୍ଗୁ କଳୁଷ ପାପ ଛେଦି

।।

ନ୍ତ୍ରାହି କରିବେ ବୋଲି ଆଶା

କରିଛି ଶ୍ରୀପାଦେ ଭରସା

।।

 

ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନ ହିତାୟାଂ ଈଶ୍ୱର ପାର୍ବତୀ

ସମ୍ବାଦେ ନିଷ୍କାମ ଗୁପ୍ତଧର୍ମ ପ୍ରକାଶ କଥନେ ନାମ

ବିଂଶୋଽଧ୍ୟାୟଃ ।

 

ଏକବିଂଶ ଅଧ୍ୟାୟ

ଈଶ୍ୱର ଉବାଚ

ଆନନ୍ଦେ ପାର୍ବତୀଙ୍କ ଆଗେ

ଶିବ କହନ୍ତି ଅନୁରାଗେ

।।

ଶୁଣ ଗୋ ଆଦି ମାହେଶ୍ୱରୀ

ସେ ଯେ ଅରୂପ ଶୂନ୍ୟହରି

।।

ଅସତ୍ୟ ନାଶିବା ନିମନ୍ତେ

ବ୍ରହ୍ମ ଗୋ ପ୍ରକଶିବେ ମର୍ତ୍ତ୍ୟେ

।।

ଭକ୍ତଙ୍କୁ ରଖିବେ ସମ୍ପାଦୀ

ବ୍ରହ୍ମାଣ୍ଡ ପାପ ଭାରା ଛେଦି

।।

 

 

 

 

ସେହୁ ଚବିଶ ଅଙ୍କଅନ୍ତେ

ପଚିଶ ଅଙ୍କର ଆଗତେ

।।

ଏଯେ ନ୍ତ୍ରିପୁରା ବୃନ୍ଦାବତୀ

ବୈକୁଣ୍ଠ ପୂରେ ହେବେ ସ୍ଥିତି

।।

ଗ୍ରାମ ପାଟଣା ପୁର ଦେଶ

ସକଳ ସ୍ଥାନରୁ ଅଦୃଶ୍ୟ

।।

ବେଦାନ୍ତି କୁଳ ଯିବ ବୁଡ଼ି

ଶୁଭିବ ମହା ଘୋର ରଡ଼ି

।।

 

 

 

 

କମ୍ପିବ ନ୍ତ୍ରିପୁର ଜଗତ

ଜାହ୍ନବୀ ହୋଇବେ ଗୁପତ

।।

ମହୀ ହୋଇବ ସାରସ୍ୱତ

ମ୍ଲେଚ୍ଛାଦି ଜନ ହେବେ ହତ

।।

ଭକ୍ତଙ୍କ କଷ୍ଟ ହେବ ଦୂର

ବିମଳା ପାତିବ ଖପର

।।

ଶୂନ୍ୟ ଦିଶିବ ମହୀଖଣ୍ଡ

ଭକତଜନ ହେବେ ରୁଣ୍ଡ

।।

 

 

 

 

ଯୁଧିଷ୍ଠି ସଙ୍ଗେ ବେନିଭାଇ

ଆସିବେ ଦକ୍ଷିଣରୁ ବାହି

।।

ଶ୍ୱେତ କାଳିଆ ଅଶ୍ୱଚଢ଼

ଛତିଆଠାରେ ଦେବେ ଛାଡ଼ି

।।

ସେ ଯେ ନେମାଳ ମଠ ଗୋଟି

ତେର କଦମ୍ବ ଅଛି ଘୋଟି

।।

ବେଦାନ୍ତି ଯୋଗାନ୍ତି ନାଗାନ୍ତି

ସିଦ୍ଧାନ୍ତି ତୁଲେ ଚାରିଗୋଟି

।।

ଏକକୁ ଆରେକ ଯେ ମାନି

ଛାଡ଼ିବେ ସର୍ବ ଧର୍ମ ଘେନି

।।

ଧର୍ମ ଗୋ ନୋହିବ ବାରଣ

କନ୍ଦଳେ ଉପୁଜିବ ରଣ

।।

ରୁଧିର ଧାରା ଯିବ ବହି

ତହିଁ ପ୍ରବେଶ ବେନି ଭାଇ

।।

ସମସ୍ତ ପ୍ରବୋଧନ କରି

ତହିଁ ବିଶ୍ରାମ ଦିନଚାରି

।।

ତେର କଦମ୍ବ ଦଧିଧାର

ବହିବ ନୈଋତ କଣର

।।

ସେ ଦଧି ସର୍ବେ ପାନ କରି

ଭୁତଳେ ଅଛଇଁ ଆବୋରି

।।

ସେ ପୁରେ ଚାରିଗୋଟି ଦ୍ୱାର

ଫେଡ଼ିବ ଅନନ୍ତ ଠାକୁର

।।

ସେଠାରେ ଅଷ୍ଟରତ୍ନ ଅଛି

ଘେନିବେ ସାର ସାର ବାଛି

।।

ଛତିଆଠାରେ ହେବ ଲୀଳା

ହରିବେ ଛପ୍ନାକୋଟି କଳା

।।

ଚାରିଦିଗକୁ ଦେଇ ଦୃଷ୍ଟି

ଦେବେ ସେ ବାହ୍ୟ କର୍ମକାଟି

।।

ଆନନ୍ଦେ ଶୂନ୍ୟ ହରିଶବ୍ଦ

କମ୍ପିବ ଭୁବନ ଚଉଦ

।।

ସେ ବିଷ୍ଣୁ ଆଦି ଅବତାର

ଅନନ୍ତ ପ୍ରଭୁ ନିରାକାର

।।

ବିଶ୍ୱସଂସାର ଭକ୍ତି କଳି

ଅସତ୍ୟ ଅକର୍ମେ ପ୍ରଚ୍ଛଳି

।।

ଗହଣେ ଘେନି ଭକ୍ତଗଣ

ସେ ପ୍ରଭୁ ଆଦି ନାରାୟଣ

।।

ଉତ୍ତର ଦିଗେ ଯିବେ ବାହି

ସେ ବ୍ୟାସ ସରୋବରେ ଯାଇଁ

।।

ଶୁଣ ଗୋ ସିଦ୍ଧେଶ୍ୱରୀ ବାମା

ଏ ଯେତେ ଭକ୍ତଙ୍କ ଗାରିମା

।।

 

 

 

 

ସେଠାରେ ପରୀକ୍ଷା ହୋଇବ

ଗତ ଆଗତ ପୂର୍ବଭାବ

।।

ଦାମ୍ଭିକ ନାସ୍ତିକ କପଟୀ

ଧଇର୍ଯ୍ୟ ପଣ ଯିବ କଟି

।।

ସେ ଯେ ଶୋଷେକବ୍ରହ୍ମାମୂଳେ

ପରୀକ୍ଷା ହୋଇବେ ସକଳେ

।।

ସେ ଜାଣ ସର୍ବ ଧର୍ମ ତତ୍ତ୍ୱ

ପ୍ରାଣିଙ୍କ ହୃଦ ପଞ୍ଚଭୂତ

।।

 

 

 

 

ପୂର୍ବେ ତାହାଙ୍କୁ ଦୟାବହି

ଛନ୍ତି ଅନାଦି ବ୍ରହ୍ମ କହି

।।

ସେ ବ୍ରହ୍ମ ପାଦେ କରି ଆସ

କହେ ଅଚ୍ୟୁତି ବ୍ରହ୍ମବାସ

।।

ସୁଜନେ ମୋତେ କର ଦୟା

ତୁଟୀଣ ଯାଉ ମୋହ ମାୟା

।।

ମୁଁ ପାପୀ ଅଜ୍ଞାନୀ ପାମର

ତୁମ୍ଭ ସଙ୍ଗତେ ମୋତେ କର

।।

 

ଇତି ଶ୍ରୀ ଅନାଦି ସଂହିତାୟାଂ ସୁଜନଜନ ହିତାୟାଂ ଈଶ୍ୱର ପାର୍ବତୀ

ସମ୍ବାଦେ ନିଷ୍କାମଗୁପ୍ତଧର୍ମ ପ୍ରକାଶନେ ନାମ

ଏକବିଂଶୋଽଧ୍ୟାୟ ।

 

ଦ୍ୱାବିଂଶ ଅଧ୍ୟାୟ

ପାର୍ବତୀ ଉବାଚ

ଶୁଣି ଆନନ୍ଦ ମାହେଶ୍ୱରୀ

ଶଙ୍କର ବେନି ପାଦ ଧରି

।।

ବୋଇଲେ ଏବେ ନିସ୍ତରିଲି

ତୁମ୍ଭ ଶ୍ରୀମୁଖୁଁ ଯା ଶୁଣିଲ

।।

କୋଟି ଜନ୍ମ ଦୁଃଖ ବିନାଶି

ଏବେ ତରିଲି ବିଶ୍ୱବାସୀ

।।

ତୁଟିଲା ମାୟା ମୋହ ଧନ୍ଦ

ଶୁଣି ସେ ଅନାଦିସବାଦ

।।

 

 

 

 

ସଂଶୟ ଉପୁଜିଲା ମନେ

ଭୋ ନାଥ କହିବା ପ୍ରସନ୍ନେ

।।

ଚଉଦିଗରେ ପୂରି ଭକ୍ତ

ସେବନ୍ତି ଅନାଦୀ ଅଚ୍ୟୁତ

।।

ଶ୍ରୀପାଦ ପଦ୍ମେ ଛନ୍ତି ଧ୍ୟାଇ

କେ ଦିଗାମ୍ବରୀ ଗୃହେଥାଇ

।।

ଅଭୟ ମଣ୍ଡଳରେ ଚିତ୍ତ

ସମର୍ପି ଅଛନ୍ତି ସମସ୍ତ

।।

 

 

 

 

ଏକତ୍ୱ ହୋଇଲେ କିପରି

ଏହା ପୁଚ୍ଛଇ ପାଦଧରି

।।

ସେ ପୁଣି ଶୋଷେକ ବ୍ରହ୍ମରେ

ପରୀକ୍ଷା ହୋଇବେ ସକଳେ

।।

ସେ ବ୍ରହ୍ମା ଜାଣନ୍ତି କି ତତ୍ତ୍ୱ

ଏଣେ ସଂଶୟ ମୋର ଚିତ୍ତ

।।

କହିବା ହେଉନାଥ ଏହା

ଶୁଣି ତୁଟିବ ମୋହ ମାୟା

।।

 

 

 

 

ପାର୍ବତୀ ବିନୟ ବଚନ

ଶୁଣି କହନ୍ତି ନ୍ତ୍ରିଲୋଚନ

।।

ଶୁଣ ଗୋ ସତୀ ପୂର୍ବ କଥା

ସେ ଯେ ଶୋଷେକ ବ୍ରହ୍ମବେତ୍ତା

।।

ସହସ୍ର ମୁଖ ବ୍ରହ୍ମାସେଟି

ତାର ସର୍ଜନା ନବସୃଷ୍ଟି

।।

ସ୍ୱର୍ଗାଦି ସଂଯମନୀ ପୁର

ମର୍ତ୍ତ୍ୟପାତାଳ ରାସାନ୍ତଳ

।।

ଚଉଦ ଭୁବନ ରଚିଲେ

ସର୍ବସେ ନିରାକାର ବୋଲେ

।।

ସେ ନିରାକାରଙ୍କ ତନୁଜ

ନାମ ସହସ୍ର ମୁଖାନୁଜ

।।

ସକଳ ଘଟ ନିର୍ଭା କରି

କାଳେ ସେ ନ ପାରିଲା ବାରି

।।

ଅଚଳ ହେବାରୁ ସମସ୍ତେ

ସେ ବ୍ରହ୍ମା ବିଚାରିଲେ ଚିତ୍ତେ

।।

ଗଲେ ସେ ନିରାକାର ତହିଁ

କହିଲେ ସକଳ ମନାଇ

।।

ଭୋ ଦେବ କି କରିବି କହ

ଚଳନ୍ତୁ ସର୍ବେ ଆଜ୍ଞା ଦିଅ

।।

ଶୁଣି କହିଲେ ନିରାକାର

ଅଲେଖ ବ୍ରହ୍ମ ଲୟକର

।।

ସେ ପ୍ରଭୁ ଆଜ୍ଞା ହେବ ଯେବେ

ଚେତା ପ୍ରକାଶ ହେବ ତେବେ

।।

ତାର ବ୍ରହ୍ମାଣ୍ଡ ସେ ରଖିବ

ଆମ୍ଭେ ତା ଆଜ୍ଞାକାରୀ ସର୍ବ

।।

ଏମନ୍ତ ଆଜ୍ଞା ବ୍ରହ୍ମାପାଇ

ଅଲେଖ ଏକ ପାଦଧ୍ୟାଇ

।।

ଅଭୟ ମଣ୍ଡଳେ ପଶିଲେ

ଛାମୁ ଦର୍ଶନ ଯାଇଁ କଲେ

।।

ପ୍ରଭୁ ଚରଣେ ଯାଇ ପଡ଼ି

କହିଲେ ଦୁଃଖ ମାନ୍ତ୍ର ଫେଡ଼ି

।।

ଅନାଦି ପ୍ରଭୁ ହେଲେ ତୋଷ

ବ୍ରହ୍ମାଙ୍କୁ କହିଲେ ବିଶ୍ୱାସ

।।

ସକଳ ଘଟେ ଏକାକ୍ଷର

ପ୍ରଭୁ ପ୍ରକାଶିବ ଆମ୍ଭର

।।

ସଞ୍ଜିବନୀ ମନ୍ତ୍ର ଉଭାରି

ଦିଅ ସକଳ ଚେତା କରି

।।

ନ୍ତ୍ରିକୂଟ ମଧ୍ୟରେ ଆସନ

କରି ସ୍ମରଣ ଆମ୍ଭ ନାମ

।।

 

 

 

 

ଏ ବ୍ରହ୍ମ ଏକାକ୍ଷର ଧ୍ୟାଇ

ମନକୁ ଅମନରେ ଥୋଇ

।।

ଆମ୍ଭେ ହୋଇବୁ ତୋତେ ଦୃଶ୍ୟ

ସକଳ କର ଯା ପ୍ରକାଶ

।।

ଏ ତତ୍ତ୍ୱ ଆନେ ନ କହିବୁ

ସେ ଚାରିବେଦେ ଭୁଲାଇବୁ

।।

ଏମନ୍ତ ଆଜ୍ଞା ଦେବ ସ୍ୱାମୀ

ଅନ୍ତର ହେଲେ ଅନ୍ତର୍ଯ୍ୟାମୀ

।।

 

 

 

 

ବ୍ରହ୍ମା ବ୍ରହ୍ମାଣ୍ଡ ନିର୍ଭାକଲେ

ମହେଶ ଉମାଙ୍କୁ କହିଲେ

।।

ଏମନ୍ତ ପୂର୍ବେ ଅଛି ଧ୍ୟାଇ

ଶୁଣିବଟିକି ମହାମାଈ

।।

ସେ ବ୍ରହ୍ମା ଜାଣେ ସର୍ବତତ୍ତ୍ୱ

ସେ ଏକାକ୍ଷରେ ନିତ୍ୟେରତ

।।

ଅଲେଖ ବ୍ରହ୍ମାଙ୍କ କୁମର

ମର୍ତ୍ତ୍ୟେ ହୋଇଛି ଅବତାର

।।

 

 

 

 

ନାମ ତା ରଘୁବର ଅଟେ

ଅଣସାଧନା ଯୋଗେ ଖଟେ

।।

ପଚିଶ ଅଙ୍କେ ଶେଷ ଜାଣ

ଭାଦ୍ରବ ପଞ୍ଚମୀତିଥିଣ

।।

ଘୋର ଅନ୍ଧାର ପ୍ରକାଶିବ

ଦିବସ ରାନ୍ତ୍ର ସମ ହେବ

।।

ବ୍ରହ୍ମାଣ୍ଡେ ଛନ୍ତି ଯେତେ ଭକ୍ତ

ସର୍ବେ ଏ ହୋଇବେ ଏକତ୍ୱ

।।

 

 

 

 

ଚାରି ଯୋଜନ ସୀମାମାଡ଼ି

ରହିବେ ଭକ୍ତଜନ ମାଡ଼ି

।।

ଜାଣି ସକଳେ ଉପଗତ

ଶ୍ରୀଗୁରୁ ସ୍ୱାମିଙ୍କ ଭଗତ

।।

ସେ ବ୍ୟାସ ସରୋବବର

ବିଜେପ୍ରବେଶ ହୋଇବ ନିରୋଳେ

।।

ଭଗତ ମେଳେ ବ୍ରହ୍ମରାଶି

ଭବ ଉତ୍ସବ ପରକାଶି

।।

 

 

 

 

ପ୍ରଭୁ ଦର୍ଶନ ପାଇ ଭୃତ୍ୟ

ଆନନ୍ଦ ଭାବେ କୃତ୍ୟ କୃତ୍ୟ

।।

ରଚିବେ ବ୍ରହ୍ମା କେଳିସ୍ଥଳ

ପରୀକ୍ଷା ହେବ ଭକ୍ତ କୁଳ

।।

ସେ ବ୍ରହ୍ମ ମୂଳେ ହେବେ ରୁଣ୍ଡ

ତାହାର ମୁଖେ ସର୍ବକାଣ୍ଡ

।।

ଅସତ୍ୟ ନୁହେ ତାରକାଏ

ସତ୍ୟରେ ହୋଇଛି ଉଦୟେ

।।

 

 

 

 

ଯେ ସାଜେ ଏକାକ୍ଷର କହି

ପ୍ରବେଶ କେଳିପୁରେ ଯାଇ

।।

ଯେହୁଟି କହିବେ ବିଭଙ୍ଗ

ଅନେକେ ଦହିବେ ତା ଅଙ୍ଗ

।।

ବ୍ରହ୍ମ ଅନଳେ ଦେବେ ଢ଼ାଳି

ଯେହୁ ନ ଥିବେ ଆଜ୍ଞାପାଳି

।।

ଧର୍ମେ ନ ଥିବ ତାର ମନ

ସେ ପୁଣି ହେବେ ହତପାତ

।।

 

 

 

 

ଦହନ ଅନ୍ତେ ତାର ଦେହୀ

ତା ନିଜସ୍ଥଳ ଦେବେ କହି

।।

ଏଯେ ଦ୍ୱାଦଶ ପୀଢ଼ ଭକ୍ତ

ଗୃହୀ ଗୃହରେ ଛନ୍ତି ରତ

।।

ଛତ ମୂରତି ତତ୍ତ୍ୱଦର୍ଶୀ

ଆବର ଛଡ଼ ଅବିନାଶୀ

।।

କର୍ମାଦି କର୍ମେ ସେବାନାହିଁ

ଏହାଙ୍କ ପୀଢ଼େ ହେବ ଦହି

।।

 

 

 

 

ସେ ଷଢ଼ମୂର୍ତ୍ତି ସ୍ୱଦେହରେ

ପ୍ରବେଶ ହେବେ କେଳିପୁରେ

।।

କହିଲୁ ଏ ମହା ଗୁପତ

ଅଣ ସାଧନ ଭକ୍ତି ତତ୍ତ୍ୱ

।।

ଏ ମାର୍ଗେ ଯାର ଚିତ୍ତ ପଶେ

ହେଜେ ଅଶେଷ ଦୁଃଖ ନାଶେ

।।

ଭଗତ ବିନା ଭକ୍ତି ନାହିଁ

ଏ ଭାବ ଅନ୍ୟେ ନ ଯୋଗାଇ

।।

 

 

 

 

 

 

 

 

ଏ ପଥେ ଯେ ଜନ ଆଶ୍ରତ

ନିଶ୍ଚେ ସେ ଅନାଦିଙ୍କ ଭକ୍ତ

।।

କହେ ଅଚ୍ୟୁତାନନ୍ଦ ବାଇ

ଅଲେଖ ନାମ ଯେବା ଧ୍ୟାଇ

।।

ତାଙ୍କ ଚରଣେ ଲୋଟୁଶିର

ଆଜ୍ଞାରେ ହେବି ଭବୁ ସାର

।।

ଶରଣ ଗଲି କର ଦୟା

ନ ଲାଗୁ ଭବବନ୍ଧ ମାୟା

।।

ପ୍ରଭୁ ସେବାରେ ଯାଉ ଦିନ

ଏ ଦେହେ କିବା ପ୍ରୟୋଜନ

।।

 

ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନହିତାୟାଂ ଈଶ୍ୱରପାର୍ବତୀ

ସମ୍ବାଦେ ନିଷ୍କାମ ଗୁପ୍ତଧର୍ମ ପ୍ରକାଶ କଥନେ ନାମ

ଦ୍ୱାବିଂଶୋଽଧ୍ୟାୟଃ ।

 

ତ୍ରୟୋବିଂଶ ଅଧ୍ୟାୟ

ପାର୍ବତ୍ୟୁବାଚ

ବୋଲେ ଅପୂର୍ବ ମହାମାଈ

ଭୋନାଥ କହ ତତ୍ତ୍ୱ ଫେଇ

।।

ସେ ବ୍ୟାସ ସରୋବରେ ଭକ୍ତ

ସକଳେ ହୋଇବେ ଏକତ୍ୱ

।।

ନିଷ୍କାମ ଭକ୍ତର ଆଚାର

ପ୍ରକାଶ ହେବ ଏକାକ୍ଷର

।।

ତହୁଁ କି ଭାବ ଉପୁଜିବ

ଏ ମୋତେ ଲାଗଇ ଅପୂର୍ବ

।।

 

 

 

 

ପ୍ରତ୍ୟେକ୍ଷେ ବ୍ରହ୍ମା ଉଦେ ହୋଇ

ଭଗତି ମେଳେ ଥିବେ ରହି

।।

ଆବର ଦେବ ଜଗନ୍ନାଥ

ଶ୍ରୀକାମପାଳଙ୍କ ସହିତ

।।

ସକଳ ଏକଠାରେ ମିଳି

କରିବେ ରଙ୍ଗ ରସ କେଳି

।।

ଆବର ପୁଣ ହେବ କିକି

ଏହା ପୁଚ୍ଛଇ କହ ନିକି

।।

 

 

 

 

ହୃଦେ ସଂଶୟ ନ ରଖିବ

ପ୍ରସନ୍ନେ ମୋତେ ଆଜ୍ଞା ହେବ

 

ଶୁଣି ଅଭୟ ସାଧୁବାଣୀ

ହସି କହନ୍ତି ଶୂଳପାଣି

।।

ଶୁଣ ଗୋ ସତୀ ଗୁପ୍ତଭାବ

କୋଟୀ ବ୍ରହ୍ମାଣ୍ଡେ ନିଧି ଲାଭ

।।

ଭଗତ ହୋଇ ଏକମେଳି

ପ୍ରଭୁ ମହିଁମା ନିଉଛାଳି

।।

 

 

 

 

ଆନନ୍ଦେ ବେଢ଼ି ଚଉକତି

ଭାବେ ଆରାର୍ଧି ବ୍ରହ୍ମା ମୂର୍ତ୍ତି

।।

କଳଙ୍କି ବେଶ ପ୍ରଭୁ ହେବେ

ସେ ବ୍ୟାସ ସରୋବରଠାବେ

।।

ନିଷ୍କାମ ଭଗତଙ୍କ ପ୍ରଭୁ

କଳଙ୍କ ବେଶ ହେବେ ସବୁ

।।

ମହା ନିତ୍ୟକୁ ହେବେ ସତ

ସଙ୍ଗତେ ଘେନି ଦେବରାଜ

।।

ଆବର ଅଛଇ ଗୁପତ

ତୁ ଏବେ ଶୁଣିଥାଅ ତତ୍ତ୍ୱ

।।

ସେ ଯେ ଜାମ୍ବେବ ବ୍ରହ୍ମା ମୂଳେ

ଧ୍ୟାନ ସ୍ଥାପନା ଗୁପ୍ତ ଆଳେ

।।

ସେ ଧୁନି ସଜ ନିତ୍ୟ ସଜ

ଥୋଇଅଛନ୍ତି ଦେବରାଜ

।।

ଯେ ଅବା ଗୁପ୍ତେ ଛନ୍ତି ରହି

କେହି ସେ ତଥ୍ୟ ନ ଜାଣଇ

।।

ସେ ମହା ନିତ୍ୟପୁର ଗୋଷ୍ଠି

ବ୍ରହ୍ମସଂହିତାରେ ପ୍ରକଟୀ

।।

ପ୍ରଳୟ ବ୍ରହ୍ମାର କୁମର

ଜନ୍ମ ଲଭିବ ମୃତ୍ୟୁପୁର

।।

କରଣ ଅଂଶରେ ପ୍ରକାଶ

ଉତ୍ତର ଦିଗେ ତାର ବାସ

।।

ଶୋଷେକ ବ୍ରହ୍ମାରେ ଆଦେଶି

ତା ମୂଳେ ଗୁପ୍ତ ପରକାଶି

।।

ସେ ବ୍ରହ୍ମା ଆଜ୍ଞା କରି ତାକୁ

ଲଭି ସେକାଳେ ଗୁପତକକୁ

।।

ପ୍ରଭୁ ଛାମୁରେ ସମର୍ପଣ

ମହାନିତ୍ୟକୁ ଆଗମନ

।।

ମଙ୍ଗତେ ଭୃତ୍ୟଗଣ ଘେନି

ଶବଦେ କମ୍ପିବ ମେଦିନୀ

।।

ରତ୍ନ ବିମାନେ ବିଜେ ପ୍ରଭୁ

ପାରୁଶେ ତାଙ୍କ ଭୃତ୍ୟ ସବୁ

।।

ଏ ଅନନ୍ତ ବ୍ରହ୍ମମଏ ଦିଶି

ଅଲେଖ ଶବ୍ଦ ପରକାଶି

।।

ପ୍ରକାଶ କ୍ଷମାଧି ନିକଟେ

ଭୂତଳେ ମହା ନିତ୍ୟ ଅଟେ

।।

ତହିଁ ପ୍ରବେଶ ବ୍ରହ୍ମରାଶି

ମହା ଉତ୍ସବ ପରକାଶି

।।

ସପତଫେଣୀ ପରେ ମଣି

ଶ୍ୱେତ କାଞ୍ଚଲାରେ ବସଣି

।।

 

 

 

 

ରତ୍ନ ବିମାନେ ବିଜେ ଗୁରୁବାର

ସ୍ୱରୂପେ ବ୍ରହ୍ମ ପ୍ରଭା ମେରୁ

।।

ପଚିଶଅଙ୍କ ଯିବ କଟି

ହେଲେ ନିଷ୍କାମ ଭକ୍ତ ଗୋଷ୍ଟି

।।

ତା ଅନ୍ତେ ସତାଇଶ ହେବ

କଳଙ୍କି ନିତ୍ୟ ପ୍ରକାଶିବ

।।

ଭକ୍ତ ହୃଦୟ ଜାଣି ସ୍ୱାମୀ

ପ୍ରସନ୍ନେ ଗୁରୁ ଅନ୍ତର୍ଯ୍ୟାମୀ

।।

 

 

 

 

ରତ୍ନ ଆସନେ ବସାଇଲେ

ଏ କଳିମଳ ବିନାଶିଲେ

।।

ସୁବାସ କର୍ପୂର ଚନ୍ଦନ

ଶ୍ରୀ ଅଙ୍ଗେ କରିବେ ଲେପନ

।।

ଚେତାଇ ଦେବେ ପୂର୍ବ ହେତୁ

ଯେ ମହା ନିତ୍ୟ ଆନ ତତ୍ତ୍ୱୁ

।।

ଲାଗିବ ସତ୍ୟ ତତ୍ତ୍ୱ ଗୋଷ୍ଟି

ଆନନ୍ଦେ ହୋଇବ ଏ ସୃଷ୍ଟି

।।

 

 

 

 

ଯେ ମହା ସେବାରେ ଖଟଣି

ନଦୀ ବଢ଼ିର ପ୍ରାୟ ଜାଣି

।।

ସକଳ କଷ୍ଟ ଯିବ କ୍ଷୟ

ତୁଟିବ ଭବ କାଳ ଭୟ

।।

ଦୁନ୍ଦୁଭିବାଦ୍ୟ ନାଦ ଘୋଷ

କମ୍ପିବ ଧରତି ଆକାଶ

।।

ନାମ ଗାୟନ ଅନ୍ତରୀକ୍ଷେ

ଭକତବୃନ୍ଦ ସିଦ୍ଧ ଲକ୍ଷେ

।।

 

 

 

 

କେ ଶ୍ୱେତ ଛନ୍ତ୍ରହିଁ ଉଭାରି

କେବା ଆଲଟ କରେ ଧରି

।।

କେ ଅବା ମଦାଳସୀ ଦାସୀ

ଶ୍ରୀଅଙ୍ଗ ସେବାରେ ନିକାସୀ

।।

ଅନନ୍ତ ଅଷ୍ଟ ପାଟଦେଈ

ଶାକରେ ଅର୍ଘ୍ୟ ଦେବେ ନେଇ

।।

ଦାସୀପଣକୁ ଶୋଭା ଦିଶେ

ସ୍ୱାମୀ ସେବାରେ ଚଉପାଶେ

।।

 

 

 

 

ଅଙ୍ଗନା ଅଙ୍ଗ ଚିନ୍ତ୍ରକଳା

ସେ ନିତ୍ୟ ରାଧା ପ୍ରେମଶିଳା।।

 

କେ ଅବା ଶିଖିପୁଚ୍ଛ ସାଯେ

କେ ଚିନ୍ତ୍ର ବିଚିନ୍ତ୍ର ବିରାଜେ

।।

ଏ ରୂପେ ଉପୁଯିବ ଭାବ

ଏ କଳିକାଳ କ୍ଷୟ ଯିବ

।।

ମୁଖେ ବର୍ଣ୍ଣିବା ସକ୍ଷ ନାହିଁ

କହିଲେ କେବା ପାରୁ କହି

।।

 

 

 

 

ସେ ସ୍ୱାମୀ ଦୟାର ମୂରତି

ଅଶେଷ ବର୍ଣ୍ଣମୟ ଜ୍ୟୋତି

।।

ଭଗତ ଭାବେ ହୋନ୍ତି ବଶ

ତେଣୁ ତା ଭଗତ ବିଶ୍ୱାସ

।।

ତୁ ଯେଣୁ ପୁଚ୍ଛା କଲୁ ବାମା

ତେଣୁ କହିଲୁ ତା ମହିଁମା

।।

ସଂକ୍ଷେପି କହି ନ ଯୋଗାଇ

ଭଗତ ଶୂନ୍ୟ ସ୍ଥିତି ନାହିଁ

।।

 

 

 

 

ଏ ପୁଣି କେତେକ ମାତର

କିସ କହିବା ମୁଖେ ତାର

।।

ଯେବା ପ୍ରସନ୍ନ ଥିଲା ମୋତେ

ପ୍ରକାଶି କହିଲୁ ଆଗତେ

।।

କହେ ଅଚ୍ୟୁତ ଦାସ ହୀନ

ବୃଥା ହେଉଛି ଏ ଜୀବନ

।।

ସେବାରେ ନ ଖଟିଲି ବାରେ

ବୁଡ଼ିଲି ଅନୀତ ଆଚାରେ

।।

 

 

 

 

ଶରଣସଞ୍ଜର ମୋ ସ୍ୱାମୀ

ସକଳ ଘଟରେ ବିଶ୍ରାମୀ

।।

ସେ ପ୍ରଭୁ କରିବେ ଉଦ୍ଧାର

ଅନ୍ୟ ଶରଣ ନାହିଁ ମୋର

।।

 

ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନହିତାୟାଂ ଈଶ୍ୱର ପାର୍ବତୀ

ସମ୍ବାଦେ ନିଷ୍କାମ ଗୁପ୍ତଧର୍ମ ପ୍ରକାଶ କଥନେ

ନାମ ତ୍ରୟୋବିଂଶୋଽଧ୍ୟାୟଃ

 

ଚତୁର୍ବିଂଶ ଅଧ୍ୟାୟ

ମହେଶ ଉବାଚ

ଏବେ ଗୋ ଶୁର ଶୁଭ୍ରକେଶୀ

ସେ ମହାନିତ୍ୟ ବ୍ରହ୍ମରାଶି

।।

ଭକ୍ତଙ୍କ ବାଞ୍ଛା ପୂର୍ଣ୍ଣ କରି

ପଦ୍ୟେ ଆରାଧି ବସୁନ୍ଧରା

।।

ବ୍ରହ୍ମାଣ୍ଡେ ସ୍ଥାପି ନୃପବର

ସମର୍ପି ଦେଲେ ମହୀଭାର

।।

ଏ ଚର୍ତୁମୁଖ ପ୍ରଜାପତି

ବିନାଶି କରିବେ ନୃପତି

।।

 

 

 

 

ହନୁକୁ ବ୍ରହ୍ମା ପଦ ଦେବେ

ବଳିକୁ ସ୍ୱର୍ଗ ସମର୍ପିବେ

।।

ଯେ ଦେବଅଂଶୀ ଦେବଲୋକ

ସ୍ଥାପନା କରାଇ ବିବେକ

।।

ଆବର ଋଷି ବିପ୍ରଗଣ

ମହୀରେ ସ୍ଥାପିବେ ଆପଣ

।।

ପ୍ରଜାସାଜନ ଧର୍ମ କହି

ରାଜାରେ ପ୍ରଜା ସମପାଇ

।।

 

 

 

 

ନିହିତ ଧର୍ମ କରିଥାଏ

ନାଶିବେ ଅସତ୍ୟ ଅନ୍ୟାଏ

।।

ହେ ବିଷ୍ଣୁ ଗର୍ଭବାସୀ ଭକ୍ତ

ତାହାଙ୍କୁ ଗର୍ଭେ ଦେଇ ସ୍ଥିତ

।।

ସକଳ ସମାପତ କରି

ନ୍ତ୍ରିପୁରେ ସୁଯଶ ବିସ୍ତାରି

।।

ଶ୍ରୀଅଙ୍ଗ ଲାଗି ଭକ୍ତ ଘେନ

ଯେ ବ୍ରହ୍ମାଅଂଶୀ ସାଧାରଣ

।।

 

 

 

 

ଗହଣେ ଘେନି ମହାନିତ୍ୟ

ବିଜୟ କରିବେ ଅନନ୍ତ

।।

ମର୍ତ୍ତ୍ୟେ ଏ ନିତ୍ୟ ଗୁପ୍ତ ହେବ

ଏ ଚାରିଯୁଗେ କୀର୍ତ୍ତି ଥିବ

।।

ପରମ ନାବେ ବିଶ୍ରାମିବେ

ଭକ୍ତକୁ ଘେନି ପ୍ରଭୁ ଯିବେ

।।

ମହାନିତ୍ୟକୁ ବିଜେ ଗୁରୁ

କୁଦେବୀ ନିରୋଧିବୁ ଦୂରୁ

।।

ତୋ ବାଞ୍ଛା କରିବେ ସମ୍ପୂର୍ଣ୍ଣ

ଦେଖିବୁ ଭକତଙ୍କ ଚିହ୍ନ

।।

ସେ ନିତ୍ୟେପ୍ରଭୁ ହେବେ ବିଜେ

ଭକତ ଭେଦିବେ ସମାଜେ

।।

ଏମନ୍ତ ଭାବ ଏ କଳିର

ମହିଁମା ରଖିବେ ସଂସାର

।।

ପ୍ରକାଶି ଅଛନ୍ତି ନିର୍ବେଦ

ନାଗ ଅସୁରେ ନୁହେ ଭେଦ

।।

ବ୍ରହ୍ମାଦି ସୁର ନର ଯାଏ

ନିଷ୍କାମ ଧର୍ମ ବାରି ନୋହେ

।।

କେହି ଗୋ ନ ଜାଣନ୍ତି ଏହା

ଅନନ୍ତ କାଳକୂଟ ମାୟା

।।

ମନୁଷ୍ୟ ଅଙ୍ଗେ ଅବତରି

ବିଷୟ ସ୍ୱାମୀ ବସୁନ୍ଧରୀ

।।

ମହିମା ପ୍ରକାଶି ଅଛନ୍ତି

କେହି ଏ ତତ୍ତ୍ୱ ନ ଜାଣନ୍ତି

।।

ଅତିଥି ବେଶେ ମହାବାହୁ

କଷା କୌପିନୀ ଅଙ୍ଗେ ଥାଉ

।।

ତଥାପି ହାସ୍ୟ ଉପୁଜିଲା

ଏ ପିଣ୍ଡ ପତିତ ହୋଇଲା

।।

ଏବେ ଗୋ ସତୀ ଯିବା ଆସ

ମର୍ତ୍ତ୍ୟରେ ହୋଇବ ପ୍ରକାଶ

।।

ତୁମ୍ଭ ଆମ୍ଭରେ ନାହିଁ ଭେଟ

ମାନବ ଭାବୁ ମହାକଷ୍ଟ

।।

ଅଙ୍ଗ ପାଲଟି ଯିବ ଯେବେ

ଯଗତେ ଭେଟ ହେବତେବେ

।।

କହିଲୁଁ ଗୁପତ ଏ ସହୀ

ଏ ବିନୁ ଅନ୍ୟଗତି ନାହିଁ

।।

ସେବିଲେ ନିଜ ସ୍ୱାମୀ ପାଦ

କୁଟିବ ଅଶେଷ ପ୍ରମାଦ

।।

ଶୁଣି ଆନନ୍ଦ ସତୀ ମନ

କଲେ ବାରେଣି ମଧ୍ୟେ ସ୍ଥାନ

।।

 

 

 

 

ଈଶ୍ୱର ଅନ୍ତର୍ଦ୍ଧାନେ ଗଲେ

ପାମର ଅଚ୍ୟୁତ କହିଲେ

।।

ମୁହିଁ ପାମର ହୀନ ବାଇ

ଜ୍ଞାନ ଚେତନା ମୋର ନାହିଁ

।।

ସୁଜନ ମୋତେ ଦୟାକର

ଏ ଭବ ସଙ୍କଟୁ ନିସ୍ତାର

।।

ଦାସ ପଣରେ ଯାଉ ଦିନ

ଆନେ ମୋ ନାହିଁ ପ୍ରୟୋଜନ

।।

 

 

 

 

ମହିଁମା ସାଗର ଗୋସାଇଁ

ଏ ଭବଜଳୁ କର ନ୍ତ୍ରାହି

।।

ନିରେଖ ଜନ ହେଲେ ନାଶ

ନିଶ୍ଚେ ଲଭିବେ ଅପଯଶ

।।

ଏକୈଶ ବ୍ରହ୍ମାଣ୍ଡର ପତି

କାଳେ ହୋଇବ ଅପକୀର୍ତ୍ତି

।।

ମୋର ଶରଣ ବାରେ ରଖ

ନିବାର ଅକାଳ ଭୟକ

।।

 

ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନହିତାୟାଂ ଈଶ୍ୱର ପାର୍ବତୀ

ସମ୍ବାଦେ ନିଷ୍କାମ ଧର୍ମ ପ୍ରକାଶକଥନେ

ନାମ ଚତୁର୍ବିଂଶୋଽଧ୍ୟାୟଃ